Babushan ଙ୍କ ପାରିବାରିକ ବିବାଦ ବିଷୟରେ ଗୁମର ଖୋଲିଲେ ଫିଲ୍ମ ନିର୍ଦ୍ଦେଶକ Ashok Pati, ଦେଖନ୍ତୁ ସେ କଣ କହୁଛନ୍ତି, ଦେଖନ୍ତୁ video

ଗତ ପାଞ୍ଚଦିନ ଧରି ସାରା ଓଡିଶାରେ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି । ବାବୁଶାନଙ୍କ ସହ ଜଡିତ ପ୍ରତ୍ଯେକ ବ୍ୟକ୍ତି ଓ ସାରା ଓଡିଶାବାସୀ ଚାହୁଁଛନ୍ତି ଏହି ବିବାଦ ଯଥାଶୀଘ୍ର ତୁଟିଯାଉ । ବାବୁଶାନ ମଧ୍ୟ ଚେନ୍ନାଇରୁ ଘରକୁ ଫେରି ସାରିଥିବା ବେଳେ ତାଙ୍କ ପ୍ରତିକ୍ରିୟା ଶୁଣିବା ପାଇଁ ସମସ୍ତେ ଅନେଇ ବସିଛନ୍ତି । ଏତିକି ବେଳେ ସାମ୍ନାକୁ ଆସିଛନ୍ତି ଚର୍ଚ୍ଚିତ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଅଶୋକ ପତି ।

ସେ ବାବୁଶାନଙ୍କୁ ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଓ ତାଙ୍କ ପରିବାର ସହ ମଧ୍ୟ ଖୁବ ଭଲ ସମ୍ପର୍କ ରହିଛି । ବାବୁଶାନ ଚେନ୍ନାଇରୁ ଫେରିବା ପରେ ପୂର୍ବ ଦୁଇ ରାତ୍ରି ଅନିଦ୍ରା ଥିବାରୁ ଏବେ ଗଣମାଧ୍ୟମକୁ ଆସିବା ପାଇଁ ଉଚିତ ମନେ କରିନାହାନ୍ତି । ତେଣୁ ଦୁଇଦିନ ବିଶ୍ରାମ କରିବା ପରେ ସେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପକ୍ଷ ରଖିବେ ବୋଲି ବାବୁଶାନଙ୍କ ମା’ ଅପରାଜିତା ମହାନ୍ତି ନିଜେ ସୂଚନା ଦେଇଥିଲେ ।

ଏହାକୁ ପୁଣି ଥରେ ପୁନରାବୃତ୍ତି କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଅଶୋକ ପତି । ସେ କହିଛନ୍ତି କି, ବାବୁଶାନ ବିଶ୍ରାମ ନେବା ପରେ ନିଶ୍ଚିତ ଭାବେ ସାମ୍ନାକୁ ଆସିବେ ଓ ନିଜର ପକ୍ଷ ରଖିବେ । ବାବୁଶାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହୀରା ବୋଲି ସେ କହିଛନ୍ତି । ଓଡିଆ ଫିଲ୍ମ ଜଗତକୁ ସେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଓ ଆଗକୁ ମଧ୍ୟ ସେହିଭଳି ଫିଲ୍ମ କରିବେ ବୋଲି ଅଶୋକ ପତି କହିଛନ୍ତି ।

ଏପରିକି ବାବୁଶାନଙ୍କ ସହ ଫିଲ୍ମ ପ୍ଲାନିଂ ହୋଇଗଲାଣି ବୋଲି ସେ କହିଛନ୍ତି । କିଛି ସମୟ ପାଇଁ ବାବୁଶାନ ବାଟବଣା ହୋଇ ଯାଇଥିଲେ । କିନ୍ତୁ ସେ କେବେବି ତାଙ୍କ ପରିବାରକୁ ଛାଡିକି ଯାଇ ନଥିଲେ । ମଣିଷ ହିସାବରେ ଯାହାବି ଛୋଟବଡ ଭୁଲ ହୋଇଛି ତାହା ନିଶ୍ଚିତ ଭାବେ ସମାଧାନ ହୋଇଯିବ ଓ ବାବୁଶାନ ପୁଣି ଥରେ କଳା ଜଗତ ପ୍ରତି ନିଜ କର୍ତ୍ତବ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି ।

ଦୀର୍ଘ ଅଢେଇ ବର୍ଷ ହେଲା ଅଶୋକ ପତି ବି ଓଡିଶାରେ କାମ କରିନାହାନ୍ତି । ସେ ବାହାରେ ରହି କାମ କରୁଥିଲେ, ତେଣୁ ସେ ଓଡିଶା ଆସିଛନ୍ତି ଓ ବାବୁଶାନଙ୍କ ସହ ପୁଣି ଥରେ କାମ କରିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।