ବାବା ରାମଦେବ କରୋନାକୁ ଭଲ କରିବା ପାଇଁ କଲେ ଦାବି, କହିଲେ ପତଞ୍ଜଳିରେ ଔଷଧ ପାଇଁ ରିସର୍ଚ ହେଲା ପୁରା

ପୁରା ବିଶ୍ଵରେ ଯେଉଁଠି କୋବିଡ – ୧୯ ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକମାନଙ୍କ ନିଧନ ହୋଇ ଯାଇଛି । ଏମିତିରେ ସବୁ ଦେଶର ବୈଜ୍ଞାନିକମାନେ ଏହି ଭାଇରସର ଔଷଧ ନିର୍ମାଣ କାର୍ଯ୍ୟରେ ଜୋରସୋରରେ ଲାଗିଛନ୍ତି । ଏହି ସବୁ ମଧ୍ୟରେ ବହୁତ ସମୟ ପରେ ଯୋଗ ଗୁରୁ ବାବା ରାମଦେବ ଏହି ଭାଇରସକୁ ଶେଷ କରିଦେବେ ବୋଲି କହିଛନ୍ତି । ଯୋଗ ଗୁରୁ କହିଛନ୍ତି କି ଗିଲୋୟ (Giloy) ଓ ଅଶ୍ଵଗନ୍ଧା କରୋନା ଭାଇରସର ସଂକ୍ରମଣକୁ ରୋକିବାରେ ୧୦୦ ପ୍ରତିଶତ କାରଗର ଅଟେ ।

ଟାଇମ୍ସ ଅଫ ଇଣ୍ଡିଆରେ ଛପିଥିବା ଏକ ରିପୋର୍ଟ ଅନୁସାରେ ବାବା ରାମଦେବ ଏହା କହିଛନ୍ତି କି ପତଞ୍ଜଳି କରୋନା ଭାଇରସକୁ ନେଇ ନିଜର ରିସର୍ଚ ପୁରା କରି ସାରିଛି ଓ ଜଲ୍ଦି ହିଁ ଏହି ରିସର୍ଚକୁ ଦୁନିଆ ସାମ୍ନାରେ ଆସିବ । ସେ କହିଲେ କି ଯେଉଁ ରୋଗୀମାନଙ୍କୁ ଏହି ତତ୍ଵ ଦିଆ ଯାଇଛି ସେ ୧୦୦ ପ୍ରତିଶତ ଠିକ ହୋଇଛନ୍ତି ।

ଏକ ମିଡିଆ ରିପୋର୍ଟ ଅନୁସାରେ ଯୋଗ ଗୁରୁ କହିଲେ କି କରୋନା ଭାଇରସ ଶରୀରରେ ପ୍ରବେଶ କରିବା ପରେ ଆମର ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଏହା ପରେ ସେ କହିଲେ କି ଯଦି ଆପଣ ଗିଲାଏର ସେବନ କରୁଛନ୍ତି ତେବେ ଆପଣ ପୂରାପୂରି ଠିକ ହୋଇ ପାରିବେ । ବାବା ରାମଦେବ ଆଗକୁ କହିଲେ କି ଆୟୁର୍ବେଦରେ କରୋନା ଭାଇରସର ଚିକିତ୍ସା ଅଛି ।

ଆୟୁର୍ବେଦ କେବଳ କରୋନା ଭାଇରସର ଲକ୍ଷଣକୁ ସମାପ୍ତ କରି ପାରିବ ତାହା ନୁହେଁ ବରଂ ଏହା ସଂକ୍ରମଣକୁ ବି ମୂଳରୁ ଶେଷ କରି ପାରିବ । କହିଦେଉଛୁ କି ଭାରତୀୟ ପ୍ରୌଦ୍ୟୋଗିକୀ ସଂସ୍ଥା (ଆଇଆଇଟି) ଦିଲ୍ଲୀର ବୈଜ୍ଞାନିକଙ୍କ ଏକ ସମୁହ ଏଆଈଏସଟୀ, ଜାପାନ ସହିତ ମିଶି କରାଯାଇଥିବା ଏକ ରିସର୍ଚରେ ଏହା ବି କହିଛନ୍ତି କି ଆୟୁର୍ବେଦି ଜଡିତ ବୁଟୀ, ଅଶ୍ଵଗନ୍ଧାରେ କୋବିଡ – ୧୯ ସହ ଲଢିବାରେ ମଝବୁତ କ୍ଷମତା ଅଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।