ବାଦାମ ଖାଇବା ଦ୍ଵାରା ମିଳିଥାଏ ଏହି ସବୁ ଅଦ୍ଭୁତ ଫାଇଦା, କେବଳ ଖାଇବାର ସଠିକ ତରିକା ଓ ସମୟ ଜାଣି ନିଅନ୍ତୁ

ବାଦାମ ଏକ ସୁପର ଫୃଟ ର ଶ୍ରେଣୀରେ ଆସିଥାଏ , ଏଥିପାଇଁ କୁହାଯାଇଥାଏ କି ବାଦାମ ନିୟମିତ ବ୍ୟବହାର କରିବା ଦ୍ଵାରା ଏହା ଆମକୁ ବହୁତ ରୋଗରୁ ବଞ୍ଚାଇ ରଖିଥାଏ । ଯେଉଁ ଲୋକ ବାଦାମ ଖାଇବାକୁ ଚାହାଁନ୍ତି ତାଙ୍କୁ ବିଲକୁଲ ବି ଜଣା ନଥାଏ କି ବାଦାମକୁ କେବେ, କିପରି ଓ କେତେ ମାତ୍ରାରେ ଖାଇଲେ କଣ ଲାଭ ହୋଇଥାଏ ଓ କଣ କଣ କ୍ଷତି ହୋଇଥାଏ । ଯାହା କାରଣରୁ ବାଦାମ ନିୟମିତ ରୂପରେ ଖାଇବା ପରେ ବି ତାଙ୍କୁ କେବେ ବି ଫାଇଦା ମିଳିପାରେ ନାହିଁ ।

ଏଥିପାଇଁ ଆଜି ଆମେ ଜାଣିବା କି ଗୋଟିଏ ଦିନରେ ଅତି କମ ରେ କେତେ ଓ ଅତି ବେଶିରେ କେତେ ବାଦାମ ଖାଇ ପାରିବା, କେଉଁ ଲୋକଙ୍କୁ ବାଦାମ ଖାଇବା ଆବଶ୍ୟକ ଓ କେଉଁମାନଙ୍କୁ ବାଦାମ ଖାଇବା କଥା ନୁହେଁ, ବାଦାମ ର ସେବନ କେତେବେଳେ କଲେ ଅଧିକ ଲାଭ ମିଳିଥାଏ , ଶୁଖିଲା ବାଦାମ ଓ ବତୁରା ହୋଇଥିବା ବାଦାମ ରେ କଣ ଫରକ ଥାଏ, ଯେଉଁ ଲୋକଙ୍କୁ ଓଜନ ବଢାଇବାର ଅଛି ସେହି ଲୋକଙ୍କୁ ବାଦାମ ର ସେବନ କିପରି କରିବା ଆବଶ୍ୟକ ଓ ଓଜନ କମାଇବା ପାଇଁ ବାଦାମ ଖାଇବାର ଠିକ ଉପାୟ କଣ କଣ ?

ବାଦାମ କୁ ଠିକ ମାତ୍ରାରେ ଓ ଠିକ ପରିମାଣରେ ବ୍ୟବହାର କରିବା ଦ୍ଵାରା ଏହା ଶରୀରକୁ ଡିଡକ୍ସିଫାଏ  କରିଥାଏ, ଇମୁନିଟି ବଢାଇଥାଏ, କୋଲେଷ୍ଟ୍ରୋଲ, ହାଇ ବ୍ଲଡ ପ୍ରେସର, ଡାଇବେଟିସ, ହାଡରେ କମଜୋରି, ହାର୍ଟ ରୋଗ, କ୍ୟାନ୍ସର ଭଳି ରୋଗ ଠାରୁ ଆମକୁ ବଞ୍ଚାଇବା ସହିତ ତ୍ଵଚ୍ଚା, ବାଳ ଓ ମସ୍ତିସ୍କ ଶକ୍ତିକୁ ମଧ୍ୟ ବଢାଇଥାଏ । ବାଦାମ ରେ ପ୍ରୋଟିନ, ଆଣ୍ଟି ଅକ୍କ୍ସିଡେଣ୍ଟ, ଫାଇବର, କାର୍ବୋହାଇଡ୍ରେଟ, କପର, ଜିଙ୍କ, ବାୟୋଟିନ,ଭିଟାମିନ E, ମ୍ୟାଗ୍ନେସିୟାମ ଓ ହେଲଦି ଫ୍ୟାଟ ର ମାତ୍ରା ଅଧିକ ଥାଏ ।

ଗୋଟିଏ ଦିନରେ ଅତି ବେଶିରେ ଗୋଟିଏ ମୁଠା ବା 22-23 ବାଦାମ ଖାଇ ପାରିବା କିନ୍ତୁ ଏହା ବାଦାମ ଖାଇବାର ମ୍ୟାକ୍ସିମମ ଲିମିଟ ଅଟେ କିନ୍ତୁ ଯେଉଁ ଲୋକ ବାଦାମ ଡେଲି ଖାଇବାକୁ ଚାହାଁନ୍ତି ସେମାନେ 4-5 ବାଦାମରୁ  ଖାଇବା ଆରମ୍ଭ କରି ପାରିବେ ଓ ଏହାର କୁଆନ୍ତ କିଛି ଦିନ ପରେ 9-10 ପର୍ଯ୍ୟନ୍ତ ବାଢାଇପାରିବେ ।

ବାଦାମ ସମସ୍ତେ ଖାଇ ପାରିବେ କିନ୍ତୁ ଯେଉଁ ଲୋକଙ୍କୁ ଷ୍ଟୋନ ପ୍ରୋବ୍ଲେମ ଅଛି ତାଙ୍କୁ କେବଳ ବାଦାମ ନୁହେଁ କୌଣସି ବି ଡ୍ରାଏ ଫୃଟ ଖାଇବା ଉଚିତ ନୁହେଁ ।

ବାଦାମ କୁ ରାତିରେ ହାଲ୍କା ଉଷୁମ ପାଣିରେ ବତୁରାଇ ସକାଳେ ଏହାର ସେବନ କରିବା ଉଚିତ । ଏମିତି କରିବା ଦ୍ଵାରା ଏହା ପାଚନ ଶକ୍ତିକୁ ବଢାଇଥାଏ ଓ ଏଥିରେ ଥିବା ନିଉଟ୍ରିଶନ ବି ଶରୀରରେ ସହଜରେ ଅବଜର୍ଭ ହୋଇଯାଇଥାଏ ।

ବାଦାମ ସକାଳେ, ଖରାବେଳେ ଓ ସନ୍ଧ୍ୟାରେ କେବେ ବି ଖାଇପାରନ୍ତି କିନ୍ତୁ ଲେଟନାଇଟ ଏହାକୁ ଖାଇବା ଉଚିତ ନୁହେଁ ।

ଯଦି ଆପଣ ଏହାକୁ ଜେନରାଲ ହେଲ୍ଥ ଫିଟ ପାଇଁ ବ୍ୟବହାର କରୁଛନ୍ତି ତେବେ ସକାଳେ ଜଳଖିଆ ପୂର୍ବରୁ ଏହାର ସେବନ କରିବା ଆବଶ୍ୟକ ।

ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କୁ ବି ଏହାକୁ ସକାଳେ ଜଳଖିଆ ପୂର୍ବରୁ ଏହାର ସେବନ କରିବା ଆବଶ୍ୟକ କାରଣ ଏଥିରେ ଫାଇବର ର ମାତ୍ରା ଅଧିକ ଥାଏ ଓ ସକାଳେ ଏହାର ସେବନ ଦ୍ଵାରା ଜଲ୍ଦି ଭୋକ ଲାଗି ନଥାଏ ଓ ଶରୀରରେ ଏନର୍ଜି ରହିଥାଏ ।

ଯେଉଁ ଲୋକ ଫିଜିକାଲ ଆକ୍ଟିଭିଟି କରନ୍ତି ତାଙ୍କୁ ଏହାର ସେବନ ଏକ୍ସରସାଇଜ ର 30 ମିନିଟ ପୂର୍ବରୁ ବା ଏକ୍ସରସାଇଜ ପରେ କରିବା ଆବଶ୍ୟକ ।

ଜିମ କରୁଥିବା ଲୋକ ଗୋଟିଏ ଗ୍ଳାସ କ୍ଷୀରରେ 5-6 ଟି ଚୋପା ଛଡା ବାଦାମ, 1-2 ଖଜୁରୀ ପକାଇ ସେକ ତିଆରି କରି ସେବନ କରି ପାରନ୍ତି ।

ଆଶା କରୁଛୁ ବାଦାମ ସମ୍ବଧୀୟ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ନିଶ୍ଚୟ ଲାଇକ କରନ୍ତୁ ।