ଛାତ୍ରର ପ୍ରଶ୍ନ ଶୁଣି କାନ୍ଦି ପକାଇଲେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ, ୨ ରୁ ୩ ମିନିଟ ପର୍ଯ୍ୟନ୍ତ କେବଳ ପୋଛୁଥିଲେ ନିଜ ଆଖିର ଲୁହ, ଦେଖନ୍ତୁ କାହିଁକି

ଦେଶର ସ୍ଥିତି ଖରାପ ଅଛି, ପୁଲୱାମାରେ ଆତଙ୍କି ଆକ୍ରମଣ ପରେ ଭାରତୀୟ ସେନା କେତେକ କଡା ନିଷ୍ପତି ନେଇଛନ୍ତି ଏବଂ ସରକାର ବି ବିଭନ୍ନ ପଦକ୍ଷେପ ଉଠାଇ ଛନ୍ତି । କିନ୍ତୁ ସବୁଠୁ ଅଧିକ ଉତ୍ତେପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯାହାଙ୍କୁ କେତେ ଥର କୌଣସି ନା କୌଣସି ସମାରୋହରେ ଭାବୁକ ହୋଇ ଯାଉଥିବାର ଦେଖା ଯାଇଛି ।

କିନ୍ତୁ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ‘ୟୁବା ମନ କି ବାତ’ରେ ଛାତ୍ରର ପ୍ରଶ୍ନ ଶୁଣି କାନ୍ଦି ପକାଇଲେ CM, ଯାହା ପରେ ପୁରା ମାହୋଲରେ କିଛି ଏମିତି ହୋଇଗଲା କି ମୁଖ୍ୟମନ୍ତ୍ରୀ ନିଜର ଆଖିର ଲୁହ ହିଁ ପୋଛୁଥିଲେ ।

‘ୟୁବା ମନ କି ବାତ’ : ଛାତ୍ରର ପ୍ରଶ୍ନରେ କାନ୍ଦି ପକାଇଲେ ୟୁପିର CM

“ୟୁବା ମନ କି ବାତ ମୁଖ୍ୟମନ୍ତ୍ରୀଙ୍କ ସହିତ” କାର୍ଯ୍ୟକ୍ରମରେ ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କୁ ମନେ ପକାଇ ଯୋଗି ଆଦିତ୍ୟନାଥ କାନ୍ଦିଥିଲେ । ମଞ୍ଚ ଉପରେ ହିଁ ସେ ପାଖାପାଖି ୨ ରୁ ୩ ମିନିଟ କେବଳ କାନ୍ଦୁଥିଲେ ଏବଂ ରୁମାଲରେ ନିଜ ଆଖିକୁ ପୋଛୁ ଥିଲେ । ବିଟେକ ଫର୍ସ୍ଟ ଇୟରର ଜଣେ ଛାତ୍ର ଆଦିତ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ କି ଜମ୍ମୁ – କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଯେଉଁ ଘଟଣା ଘଟୁଛି ।

ତେବେ ଆପଣଙ୍କର ସରକାର ମାନେ ବିଜେପି ସରକାର ଏହା ଉପରେ କଣ ଏକଶନ ନେଉଛନ୍ତି ? ଛାତ୍ରର ପ୍ରଶ୍ନର ଉତ୍ତରରେ ଯୋଗୀ ଆଦିତ୍ୟନାଥ କହିଲେ କି, “ଆତଙ୍କବାଦକୁ ସମାପ୍ତ କରିବା ପାଇଁ ସେନା ବିଭନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଯୋଗୀ ଆଦିତ୍ୟନାଥ କେତେଥର ଭାବୁକ ବି ହୋଇ ଯାଇଛନ୍ତି ।

ଯୋଗୀ ଆଦିତ୍ୟନାଥ ଆଗକୁ କହିଲେ କି, ମୁଁ ଆପଣମାନଙ୍କୁ ବିଶ୍ଵାସ ଦେଉଛି କି ଆତଙ୍କବାଦକୁ ଶେଷ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ଅଟେ । ପୁଲୱାମାର ମାଷ୍ଟର ମାଇଣ୍ଡ ସହିତ କେତେକ ଆତଙ୍କିମାନଙ୍କୁ ମାରି ଦିଆ ଯାଇଛି । ଏହା କହି ଯୋଗୀ ପୁଣି ଥରେ କାନ୍ଦିବାକୁ ଲାଗିଲେ । ଏହା ପରେ ସେ ନିଜର ଆଖିକୁ ପୋଛି ପିଲାମାନଙ୍କର କଥା ଶୁଣିଲେ ଏବଂ ସେ ଗୁଡିକର ଜବାବ ଦେଲେ ।

ସହିଦଙ୍କୁ ପୁରା ସମର୍ଥନ ଦେବେ ମୋଦୀ ସରକାର

ଯୋଗୀ ଆଦିତ୍ୟନାଥ କହିଲେ କି ଶୁକ୍ରବାର ଦିନ ରାତିରେ ୟୁପିରେ କିଛି ଆତଙ୍କିବାଦୀମାନଙ୍କୁ ଧରା ହୋଇଛି । ଯେଉଁମାନେ ପୁଲୱାମା ଆକ୍ରମଣରେ ଜଡିତ ଥିଲେ । ଏହା ପରେ ଯୋଗି ଆଦିତ୍ୟନାଥ ଆଗକୁ କହିଲେ କି ୟୁପିରୁ ଯେତେ ବି ଯବାନ ସହିଦ ହୋଇଛନ୍ତି ସମସ୍ତଙ୍କର ପରିବାରର ଧ୍ୟାନ ନିଶ୍ଚିତ ରଖା ଯିବ ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟକୁ ଲାଇକ କରନ୍ତୁ ।