ଚିନର ଅଷ୍ଟ୍ରେଲିଆ ସହ ବଢିଲା ବିବାଦ, ଦକ୍ଷିଣ ଚିନ ସାଗରରେ ମୁହାଁମୁହିଁ ହେଲେ ଦୁଇ ଦେଶର ଯୁଧ୍ୟ ଜାହାଜ, ଆଉ ତା ପରେ…

ମହାମାରି କରୋନାକୁ ସାରା ଦୁନିଆରେ ପହଞ୍ଚାଇ ଚିନ ଏବେ ଅନ୍ୟ ଦେଶର ସିମା ଉପରେ ନଜର ପକେଇଲାଣି । ଭାରତ ଓ ଆମେରିକା ବ୍ୟତିତ ବର୍ତମାନ ଆଷ୍ଟ୍ରେଲିଆ ସହ ବିବାଦ ସୃଷ୍ଟି ହେଲାଣି । ଗତ ସପ୍ତାହରେ ଦୁଇଟି ଦେଶର ଜାହାଜ ସ୍ପେଟ୍ଲି ଆଇଲାଣ୍ଡ ନିକଟରେ ମୁହାଁମୁହିଁ ହୋଇଥିଲେ । ପରେ ପରେ ଦୁଇ ଦେଶର ଅପୋସୋ ବୁଝାମଣା କରାଯାଇଛି । କେତେଥର ସେହି ଜାଗାକୁ ନେଇକି ଆମେରିକା ମଧ୍ୟ ଚିନକୁ ଧମକ ଦେଇସାରିଲାଣି ।

ତଥ୍ୟ ଆନୁସରେ ଆଷ୍ଟ୍ରେଲିଆ ଓ ଚିନ ମଧ୍ୟରେ ବିବାଦ ସୃଷ୍ଟି ହେଲାଣି । ଗତ ସପ୍ତାହରେ ଦୁଇଟି ଦେଶର ଜାହାଜ ମୁହାଁମୁହିଁ ହୋଇଥିଲେ ।

ପଛରେ ଏହି ଘଟଣା କୁ ଆପସ୍ୟ ବୁଝାମଣା ରେ ସମାଧାନ କରାଗଲା । ସେମାନେ କହିଲେ ତାଙ୍କ ଦେଶ ସୁରକ୍ଷିତ ଅଛି ଏବଂ ଖୋଲା ସମୁଦ୍ର ଇଣ୍ଟ୍ରୋସ୍ପେସିଫିକ କ୍ଷେତ୍ରରେ ପ୍ରତିବନ୍ଧ ଅଛି । ଆମେ କ୍ଷେତ୍ରୀୟ ସମସ୍ତେ ମିଳିମିଶି ଦେଶର ସୁରକ୍ଷା ପାଇଁ ପ୍ରତ୍ୟକ ବିପତ୍ତିକୁ ସାମ୍ନା କରିବୁ ।

କ’ଣ ପାଇଁ ଜରୁରୀ ଅଛି ଦକ୍ଷିଣ ଚୀନ ସାଗର

ଆମେରିକା କେତେଥର କହିସାରିଲାଣିକି ଦକ୍ଷିଣ ଚିନ ସାଗରରେ ଚିନର ସାମ୍ରାଜ୍ୟ ସ୍ଥାପିତ କରିବା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ଚିନର କହିବା ଅନୁସାରେ ୧୦୦ ବର୍ଷ ପୂର୍ବରୁ ଦକ୍ଷିଣ ଚିନ ସାଗରରେ ଚିନର ଅଧିକାର ଅଛି । ସେଥି ପାଇଁ ସେ ପଛକୁ ହଟିବ ନାହିଁ । ରିପୋର୍ଟ ଆନୁସରେ ଚିନ ଯେଉଁ ଜାଗା ପାଇଁ ଦାବି କରୁଛି ତାର, ସେହି ସ୍ଥାନ ହେଉଛି ଖଣିଜ ଓ ଊର୍ଜା ସମ୍ପତିର ଭଣ୍ଡାର । ସେହି କ୍ଷେତ୍ର ପାଇଁ ଚିନ ‘U’ ସେପର ‘ନାଇନ ଡ୍ଯାସ ଲାଇନ’ କୁ ଆଧାର କହିଥାଏ ।

ଆପଣ ଜାଣିଥିବେ କି ଲଦାକ୍ଷର ସୀମା ବିବାଦ ଭିତରେ ସେହି ସପ୍ତାହରେ ଭାରତୀୟ ନୌସେନା ଆମେରିକା ସହ ଆଣ୍ଡାମାନ ନିକୋବର ଦୀପରେ ଯୁଦ୍ଧ ଅସ୍ତ୍ର ପରୀକ୍ଷା କରିଥିଲା । ଯେଉଁ ଥିରେ ଆମେରିକାର ସବୁ ଠାରୁ ବଡ ବିମାନ ‘ପୋଟ ୟୁଏସେସ’ ନିମିତ୍ଜ ସାମିଲ ହେଇଥିଲା । ତାପରେ ଆମେରିକା ‘ଜାପାନ ଓ ଆଷ୍ଟ୍ରେଲିଆ’ ସହ ମିସିକି ଯୁଦ୍ଧାସ୍ତ୍ର୍ର ପରୀକ୍ଷଣ କରିଥିଲା । ଏହି ଜାଗା ଦକ୍ଷିଣ ଚିନ ସାଗର ରୁ ୪ହଜାର କିଲୋମିଟର ଦୂରରେ ଥିଲା । ଏତେ ସାରା ଦେଶ ମିଶିଯିବାରୁ ଚିନ ଏବେ ବିଚଳିତ ହୋଇଗଲାଣି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।