ରାସ୍ତା କଡରେ ଫଳ ବିକୁଥିବା ଅଭିନେତ୍ରୀଙ୍କୁ ସାହାଯ୍ୟ କଲେ ସବ୍ୟସାଚୀ, ଦେଖନ୍ତୁ କଣ କହିଲେ ସବ୍ୟ

ଏହି କରୋନା କାଳ ମଧ୍ୟରେ ପୁଣି ଏକ ଦୁଖଦ ଖବର ଶୁଣିବାକୁ ମିଳୁଛି । କହିବାକୁ ଗଲେ ଓଡିଆ ଆଲବମ ଓ ଯାତ୍ରା ଅଭିନେତ୍ରୀ ରିଙ୍କି ବର୍ତ୍ତମାନ ଫଳ ବିକ୍ରି କରି ନିଜର ପେଟ ପୋଷଣ କରୁଛନ୍ତି । ରିଙ୍କି ପାଖାପାଖି ୧୦୦ରୁ ଅଧିକ ଆଲବମ ଓ ବଡ ବଡ ଯାତ୍ରା ପାଟିରେ କାମ କରିସାରିଛନ୍ତି । କିନ୍ତୁ ଲକଡାଉନ ପାଇଁ ଆଲବମ ଓ ଯାତ୍ରା ଶୁଟିଙ୍ଗ ବନ୍ଦ ହୋଇ ଯିବାରୁ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଅନ୍ୟ କୌଣସି ରାସ୍ତା ନ ଦେଖା ଯିବାରୁ ଶେଷରେ ସେ ଭୁବନେଶ୍ବରରେ ଫଳ ବିକ୍ରି କରିବା ପାଇଁ ବାଧ୍ୟ ହୋଇ ଯାଇଛନ୍ତି ।

କହିବାକୁ ଗଲେ ଗୋଟିଏ ସମୟରେ ଯିଏ ଆଲବମ ଓ ଯାତ୍ରାର ମୁଖ୍ୟ ଅଭିନେତ୍ରୀ ଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସେ ଦରିଦ୍ରତାର ସମ୍ମୁଖୀନ ହୋଇ ଫଳ ବିକ୍ରି କରୁଛନ୍ତି ।

ଏହି ସମୟରେ ରିଙ୍କି ମିଡିଆ ସହ କଥାବାର୍ତ୍ତା କରି ନିଜର ଦୁଖଦ କାହାଣୀ ବିଷୟରେ ବି କହିଛନ୍ତି । ସେ କହିଲେ କି, ‘ତାଙ୍କର ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ଅଛି ସେଥିପାଇଁ ସେ ବାଧ୍ୟ ହୋଇ ଶେଷରେ ଫଳ ବିକ୍ରି କରିବା ପାଇଁ ନିଷ୍ପତି ନେଲେ ।‘ ଯଦି ତାଙ୍କ ମାଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କ ମା ଅସୁସ୍ଥ ଅଛନ୍ତି ଓ ତାଙ୍କ ବାପାଙ୍କ ବି କୌଣସି କାମ ନାହିଁ ।

ସେ ଆଗକୁ କହିଲେ କି ସେ ଯାତ୍ରା କରି ନିଜ ଘରର ସମସ୍ତେ ଦାୟିତ୍ଵକୁ ବହନ କରି ଦେଉଥିଲେ । କିନ୍ତୁ କରୋନା ତାଙ୍କର ଆର୍ଥିକ ସ୍ଥିତି ନଷ୍ଟ କରି ଦେଲା ଓ ଶେଷରେ ସେ ଏକ ଦୋକାନ ଦେବା ପାଇଁ ଚିନ୍ତା କରିଲେ କିନ୍ତୁ ଏଥିପାଇଁ ବି ତାଙ୍କ ପାଖରେ ଟଙ୍କା ନ ଥିଲା । କିନ୍ତୁ ଜଣେ ଯାତ୍ରା ମାଲିକଙ୍କ ୨୦୦୦୦ ଟଙ୍କା ସାହାର୍ଯ୍ୟ ଦ୍ଵାରା ସେ ନିଜର ଏକ ଫଳ ଦୋକାନ ଖୋଲିଲେ । କିନ୍ତୁ ଏହି ସଟଡାଉନ କାରଣରୁ ତାଙ୍କର ଫଳ ଦୋକାନ ବନ୍ଦ ହୋଇ ଯାଇଛି ।

ଏମିତିରେ ସେ ଆହୁରି ବି ଅଭାବର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଯେତେବେଳେ ରିଙ୍କି ଏହି ଦୁଖ ଭରା କାହାଣୀ ମିଡିଆ ସାମ୍ନାକୁ ଆସିଲା ତେବେ ଓଡିଆ ଫିଲ୍ମ ଜଗତର ଅଭିନେତା ସବ୍ୟସଚୀ ରିଙ୍କିଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ପ୍ରଥମେ ସବ୍ୟସଚୀ ରିଙ୍କିଙ୍କୁ ଭିଡିଓ କଲ କରିଥିଲେ ଓ ରିଙ୍କିଙ୍କ ଅବସ୍ଥା ବିଷୟରେ ବୁଝିବାକୁ ଚେଷ୍ଟା କରିଲେ ।

ସବ୍ୟସଚୀ ରିଙ୍କିଙ୍କ ମାତା ପିତାଙ୍କ ସହ ବି କଥା ହେଲେ ଓ ତାଙ୍କର ଅସୁବିଧା ବିଷୟରେ ଜାଣି ଦୁଖ ପ୍ରକାଶ କରିଲେ । ଏହା ପରେ ସବ୍ୟସଚୀ ଶେଷରେ ତାଙ୍କୁ କିଛି ଆର୍ଥିକ ସାହାର୍ଯ୍ୟ ଦେବା ପାଇଁ ପ୍ରତିଶୃତି ଦେଲେ ଓ ଶେଷରେ ସବ୍ୟସଚୀ ରିଙ୍କିଙ୍କୁ ଆଶ୍ଵାସନା ବି ଦେଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।