ଏହି କମ୍ପାନୀ କଲା ଦାବୀ, ୨୦ ମିନିଟରେ ମାଉଥ ସ୍ପ୍ରେ କରିବ କରୋନାର କାମ ଶେଷ, ଦେଖନ୍ତୁ କେମିତି

ବର୍ତ୍ତମାନ ସାରା ବିଶ୍ଵରେ ଏବେ କରୋନା ତାଣ୍ଡବ ରଚୁଛି । ଦିନକୁ ଦିନ ଦେଶରେ ସ୍ଥିତି ଅସମ୍ଭାଳ ହେବାକୁ ବସିଛି । କିନ୍ତୁ ଏହି ମହାମାରୀ ଥମିବାର ନାଁ ନେଉ ନାହିଁ । ଅନ୍ୟ ପଟରେ ବିଶ୍ଵରେ ପ୍ରାୟ ସବୁ ଦେଶରେ ଏହି ମାହାମାରୀକୁ ଅଟକାଇବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ ଚାଲିଛି । ବିଶ୍ଵରେ ପ୍ରାୟ ୨୧ ଟି ରୁ ଅଧିକ ଭ୍ୟାକ୍ସିନ ବିଭିନ୍ନ ଫେଜ ରେ ପରୀକ୍ଷଣ ଚାଲିଛି । କିନ୍ତୁ ତାହା ମାର୍କେଟ କୁ ଆସିବା ପାଇଁ ଏବେ ଆହୁରି ସମୟ ଲାଗିବ ।

ଭ୍ୟାକ୍ସିନ ବ୍ୟତୀତ ଏହି ମହାମାରୀ ବିରୁଦ୍ଧରେ ଔଷଧ ତିଆରି ପାଇଁ ମଧ୍ୟ ଗବେଷଣା ଚାଲିଛି ।

ଏହା ମଧ୍ୟରେ ସ୍ଵିଡେନ ର ଏକ କମ୍ପାନୀ ଏକ ସ୍ପ୍ରେ ପ୍ରସ୍ତୁତ କରିଛନ୍ତି ଓ ସେ ତାଙ୍କ ସୂଚନାରେ କହିଛନ୍ତି କି ଏହି ସ୍ପ୍ରେ କରୋନା ଭାଇରସ ସହ ଲଢିବାରେ ସକ୍ଷମ ହେବ । ମାତ୍ର ୨୦ ମିନିଟ ରେ ଏହା ଭାଇରସ କୁ ଶରୀରରୁ ଶେଷ କରିଦେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । କମ୍ପାନୀ ଏହି ସ୍ପ୍ରେ ର ନାମ କୋଲ୍ଡଜାଇମ ରଖିଛି ।

ନ୍ୟାସନାଲ ମିଡିଆ ଫିନାନସିଆଲ ଏକ୍ସପ୍ରେସରେ ଏହି ଖବର ପ୍ରକାଶ ପାଇଛି ଯେଉଁଥିରେ ଉଲ୍ଲେଖ ଅଛି କି ସ୍ୱିଡେନ ର ଲାଇଫ୍ ସାଇନ୍ସ କଂପାନୀ ଏନଜାଇମେଟିକା କରୋନା ଭାଇରସ କୁ କାବୁ କରିବା ପାଇଁ ଏକ ସ୍ପ୍ରେ ପ୍ରସ୍ତୁତ କରିଛି ଯାହାର ବ୍ୟବହାରରେ କେବଳ ୨୦ ମିନିଟ ରେ ଶରୀରରୁ କୋଭିଡ ଭୂତାଣୁ ଶେଷ ହେବ ବୋଲି କମ୍ପାନୀ ଦାବି କରିଛି ଓ କମ୍ପାନୀ ତରଫରୁ ମଧ୍ୟ ଏହି ସ୍ପ୍ରେ ବିଷୟରେ ଏକ ରିପୋର୍ଟ ଜାରି କରା ଯାଇଛି କି ଏହି ସ୍ପ୍ରେ ଦ୍ଵାରା ୯୮ ପ୍ରତିଶତ ପର୍ଯ୍ୟନ୍ତ କୋଭିଡ ଭୂତାଣୁ କୁ ନଷ୍ଟ କରାଯାଇ ପାରିବ ଓ ଅନ୍ୟ ଭାଇରସ ମାନଙ୍କ ସହିତ ଲଢିବାକୁ ମଧ୍ୟ ସକ୍ଷମ ଏହି ସ୍ପ୍ରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।