ଶରୀରର ଏହି ଅଙ୍ଗରେ ଦିଆଯିବ କରୋନା ଭ୍ୟାକସିନର ଟିକା, ଫାଇନାଲ ଷ୍ଟେଜରେ ପହଞ୍ଚିଲେ ଏହି ସବୁ କମ୍ପାନୀ

ଦେଶରେ କରୋନା ଭାଇରସ ରେ ଆକ୍ରାନ୍ତ ୧୨ଲକ୍ଷରୁ ଉର୍ଦ୍ଧ ହୋଇ ସାରିଲେଣି । କରୋନା ଭାଇରସର ମାମଲା ଦେଶରେ ବହୁ ମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି । ସମଗ୍ର ଦେଶରେ ବୌଜ୍ଞାନିକ ମାନେ ଏହି ରୋଗର ନିରାକରଣ ନିମନ୍ତେ ତାହାର ଟିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦେଶରେ ପ୍ରାୟ ୧୦୦ ରୁ ଅଧିକ କମ୍ପାନି ଗୁଡିକ କରୋନା ଟିକା ପ୍ରସ୍ତୁତ କରିବା ନିମନ୍ତେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରୁଛନ୍ତି । ସେଥି ମଧ୍ୟରୁ ୧୯ ଟି କମ୍ପାନି ତୃତୀୟ ପର୍ଯ୍ୟାୟର ଟ୍ରାୟଲ କରି ସାରିଲେଣି । ଭାରତରେ ୨ଟି ଟିକାର ଟ୍ରାୟଲ କରା ଯାଇଛି ।

ଆସନ୍ତା ବର୍ଷ ଆସିପାରେ କରୋନ ଟିକା । କାରୋନା ଟିକାର ଟ୍ରାୟଲ ମାଙ୍କଡ ଓ ଠେକୁଆ ଉପରେ କ୍ରିନିକାଲ ଟ୍ରାଏଲ ହେଇସାରିଲାଣି । ବର୍ତମାନ ମଣିଷ ଉପରେ ତାର ଟ୍ରାଏଲ ଆରମ୍ଭ ହେଲାଣି ।

ବୈଜ୍ଞାନିକଙ୍କ ଅନୁସରେ ଯଦି ଏହି କରୋନା ଟିକା ମଣିଷ ଉପରେ ସଫଳ ହେବ ତ ୨୦୨୧ ମସିହା ଆରମ୍ଭ ରେ ଏହି ଟିକା ଆସିପାରେ । କିନ୍ତୁ ବିଶ୍ଵର ଦୁଇଟି ଅଗ୍ରଣୀ କମ୍ପାନି ଏହି ଟିକାର କ୍ରୀନିକାଲ ଟ୍ରାଏଲ ରେ ଶେଷ ସ୍ତରରେ ସଫଳତା ପାଦ ପକେଇ ସାରିଲେଣି । ସୂତ୍ର ଅନୁସାରେ ଆପଣଙ୍କୁ ଜଣେଇ ଦିଆଯାଉଛି ଯେ ବ୍ରିଟେନର ଜଣାଶୁଣା ଅକ୍ସଫୋର୍ଡ ୟୁନିଭରସିଟି ପ୍ରଥମ ମାନବିକ ପରୀକ୍ଷାରେ ସଫଳତା ହାସଲ କରିସାରିଛି ।

କାରୋନା ଟିକା ର କେତେକ ଅର୍ଶ୍ଚାଯ୍ୟ ଜନକ ପରିଣାମ

ଅକ୍ସଫୋର୍ଡ ୟୁନିଭରସିଟି ପରୀକ୍ଷା ହୋଇଥିବା କରୋନା ଟିକା ଅନେକ ଚମତ୍କାର ଫଳାଫଳ ଦେଇଛି । ଟ୍ରାଏଲ ସମୟରେ ସାମନାକୁ ଆସିଲା କେତେକ ନୂତନ ତଥ୍ୟ ଟିକାର ବ୍ୟବହାର ଫଳରେ କରୋନା ବିପକ୍ଷରେ ପ୍ରତିଶୋଧକ କ୍ଷମତା ବିକଶିତ କରିଥାଏ । ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକ ମାନେ ପରୀକ୍ଷା କରିଥିବା ChAdOx1 nCoV-19 (AZD1222) ସଂପୂର୍ଣ୍ଣ ରୂପରେ ସଫଳତା ହାସଲ କରିପାରିଛି । ସେହି ଟିକାକୁ ପ୍ରସ୍ତୁତ କରିଥିବା କମ୍ପାନୀର କହିବା କଥା ଯେ ସେପ୍ଟେମ୍ବର ୨୦୨୦ ସୁଧା ପ୍ରସ୍ତୁତ ହୋଇ କି ସମଗ୍ର ଦେଶରେ ଉପଲବ୍ଧ ହେଇପାରିବ । ସେହି ଟିକା ର ଉତ୍ପାଦନ AstraZeneca କରିଛନ୍ତି ।

ନାକରେ ଦିଆଯିବ ଟୀକା

ସୂଚନା ଅନୁଯାୟୀ, ନାକରେ କରୋନା ଟିକାର ପ୍ରୟୋଗ କରାଯିବ । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନୋଭାଇରସ୍ ସମେତ ଅନେକ ଜୀବାଣୁ ମ୍ୟୁକସ ମାଧ୍ୟମରେ ଶରୀରରେ ପ୍ରବେଶ କରନ୍ତି ଯାହା ନାକ, ପାଟି, ଫୁସଫୁସ, ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ସାଧାରଣତଃ ଶରୀରର ଉପର ଭାଗରେ ଟିକା ପ୍ରୟୋଗ କରାଯାଏ । ଯେପରି ହାତର ଉପର ଅଂଶ । କିନ୍ତୁ ପ୍ରତ୍ୟେକ ଜୀବାଣୁଙ୍କର ନିଜସ୍ୱ ପ୍ରବୃତ୍ତି ଅଛି । ଯଦି ଟିକା ନାକ ଦେଇ ଯାଏ, ତେବେ ଏହା ସିଧାସଳଖ ଜୀବାଣୁ ଉପରେ ଆକ୍ରମଣ କରିବ ଏବଂ ଏହାକୁ ଶେଷ କରିଦେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।