ବିରାଟ କୋହଲୀଙ୍କ ବିଜିନେସ୍, ତାଙ୍କ ଜୀବନୀ ଓ ତାଙ୍କର ବଡ ସଫଳତା

ଇଣ୍ଡିଆ କ୍ରିକେଟର ଷ୍ଟାର ଖେଳାଳି ଓ କ୍ୟାପଟେନ ବିରାଟ କୋହଲୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଏହିଭଳି କଥା କହିବାକୁ ଯାଉଛୁ ଯାହା ବିଷୟରେ ଆପଣମାନେ ଆଗରୁ କେବେ ବି ଶୁଣି ନ ଥିବେ । ବିରାଟ କୋହଲୀ କେବଳ ଜଣେ ଏକ ଷ୍ଟାର ଖେଳାଳି ନୁହନ୍ତି ଅଥବା ସେ ଜଣେ ସଫଳ ବ୍ୟବସାୟୀ ବି ଅଟନ୍ତି । ଆଜି ଆମେ ତାଙ୍କର ଜୀବନୀ ବିଷୟରେ, ତାଙ୍କର ବ୍ୟାବସାୟ ଓ ସେ କେଉଁ ସମସ୍ତ ବ୍ରାଣ୍ଡର ମାଲିକ ଅଟନ୍ତି ସେହି ବିଷୟରେ କଥାବାର୍ତ୍ତା କରିବୁ ।

କ୍ରିକେଟର ବିରାଟ କୋହଲୀ ଜଣେ ଏହିଭଳି ଖେଳାଳି ଅଟନ୍ତି ଯାହାଙ୍କ ଇଂସ୍ଟାଗ୍ରାମରେ ୬୯.୫ ମିଲିୟନ ଫଲ୍ଲୋଅର୍ସ ଅଛନ୍ତି ଓ ଇଂସ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ପୋସ୍ଟ କରିବା ପାଇଁ ସେ ୧ କୋଟି ୩୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ଏହିଭଳି କିଛି ଜିନିଷ ଯୋଗୁ ବିରାଟ କୋହଲୀ ସବୁଠୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟି ଲିସ୍ଟରେ ଆସନ୍ତି । ଏହା ସହିତ ବିରାଟ କୋହଲୀ କେତେକ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରନ୍ତି ।

ସେଗୁଡିକ ହେଲା ଅଡୀ କାର, TISSOT ଘଣ୍ଟା, ମାନ୍ୟବର, ବୁସ୍ଟ ଏନର୍ଜି ଡ୍ରିଂକ ଭଳି କେତେ ବ୍ରାଣ୍ଡର ବିଜ୍ଞାପନ ବି କରନ୍ତି । ସେ ଗୋଟିଏ ଦିନର ବିଜ୍ଞାପନ ପାଇଁ ୫ ରୁ ୬ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ପରେ ଆପଣମାନେ ବିରାଟ କୋହଲୀ ବ୍ୟାଟରେ ଏମଆରଏଫ ସ୍ଟିକର ଦେଖିଥିବେ ଓ ସେ କେବଳ ଏହି ଷ୍ଟିକର ଲଗାଇବା ପାଇଁ ଏମଆରଏଫ ବ୍ରାଣ୍ଡ ଠାରୁ ପ୍ରତ୍ୟେକ ବର୍ଷ ୧୨ କୋଟି ଟଙ୍କା ନେଇଥାନ୍ତି ।

କେବଳ ଏତିକି ନୁହେଁ, ସେ ପୁମା ବ୍ରାଣ୍ଡ ସହିତ ୧୧୦ କୋଟିର ଡୀଲ ୮ ବର୍ଷ ପାଇଁ ସାଇନ କରିଛନ୍ତି । ଯାହାକି ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ ଡୀଲ ଅଟେ ଓ ଅନ୍ୟ କିଛି ବ୍ରାଣ୍ଡ ଅଛି ଯାହାକୁ ସେ କେବଳ ପ୍ରମୋଟ କରିଥାନ୍ତି । ଏହା ସହିତ ଅନ୍ୟ କିଛି ବି ବ୍ରାଣ୍ଡ ଅଛି ଯାହାର ମାଲିକ ନିଜେ ବିରାଟ କୋହଲି ଅଟନ୍ତି । ସେଥିରେ ପ୍ରଥମ ନମ୍ବରରେ ଆସିଥାଏ ଇଣ୍ଡିଆର ଟପ ଫ୍ୟାସନ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ‘ରଂଗ’ । ୨୦୧୪ରେ ବିରାଟ ‘ରଂଗ’ ର ମେଜୋରିଟୀ ଷ୍ଟିକ କ୍ରୟ କରି ନେଇ ଥିଲେ ।

ଏହା ପରେ ୨୦୧୪ରେ ବିରାଟ ଲଣ୍ଡନର ଏକ କମ୍ପାନୀ ସହ ମିଶି ସ୍ଫୋଟ କନଭୋ ନାମକ ଏକ ଆପ ଲଞ୍ଚ କରିଥିଲେ । ଆପଣ ବିରାଟଙ୍କ ଫିଟନେସ ସମ୍ବନ୍ଧିତ ବହୁତ କଥା ଶୁଣିଥିବେ କି ସେ ଆମିଷ ଓ ମିଠା ଖାଆନ୍ତି ନାହିଁ ଓ ଏହା ସବୁ ସତ ଅଟେ । ଭାରତର କ୍ରିକେଟ ଇତିହାସରେ ବିରାଟଙ୍କ ଭଳି ଯେମିତି ସ୍ୱାସ୍ଥ୍ୟ କାହା ପାଖରେ ଦେଖାଯାଏ ନାହିଁ । ସେ ଚିଜେଲ ଜିମ ସେଣ୍ଟର ବି ଖୋଲିଛନ୍ତି । ଯେଉଁଥିରେ ସେ ୯୦ କୋଟି ଇଭେଷ୍ଟ ବି କରିଛନ୍ତି ।

ବିରାଟଙ୍କୁ ପିଲାଦିନୁ ହିଁ କ୍ରିକେଟ ସହ ଫୁଟବଲ ମଧ୍ୟ ବହୁତ ପସନ୍ଦ ଥିଲା । ଏକ ଇଣ୍ଟରଭିୟୁରେ ବିରାଟ କହିଥିଲେ କି ସେ ଯଦି କ୍ରିକେଟର ନ ହୋଇଥାନ୍ତେ ତେବେ ଫୁଟବଲର କିମ୍ବା ବଡ ବ୍ୟାବସାୟୀ ହୋଇଥାନ୍ତେ । ଫୁଟବଲ ପ୍ରତି ତାଙ୍କର ଭଲ ପାଇବା ଯୋଗୁ ସେ ଇଣ୍ଡିଆ ସୁପର ଲିଗର ଏଫସି ଗୋଆ ଟୀମକୁ ବି କ୍ରୟ କରି ନେଇଛନ୍ତି । ରେସଲିଙ୍ଗ ଟୀମ ବାଙ୍ଗାଲୁର ଯୋଦ୍ଧାର ବି ସେ ମାଲିକ ଅଟନ୍ତି । ୨୦୧୫ ରେ ସେ ଦୁବାଇ ବେସ ଟେନିସ ଟୀମ ଉଏଇ ରୟଲ୍ସ ବି କ୍ରୟ କରିଛନ୍ତି ।

୨୦୧୭ରେ ସେ ଏକ ଓୟାରଲେସ ହେଡଫୋନ କମ୍ପାନୀର ବି ମାଲିକ ଅଟନ୍ତି । ତାଙ୍କର ବ୍ରାଣ୍ଡର ଭ୍ୟାଲୁ ୨୩୭.୫ ମିଲିୟନ ଡ଼ଲାର ଅଟେ । ଅର୍ଥାତ ୨୧୦୦ କୋଟି ଟଙ୍କା ଅଟେ । ଏହା ଛଡା ବିରାଟ ଅନ୍ୟ ଏକ ବ୍ରାଣ୍ଡକୁ ବି ପ୍ରମୋଟ କରନ୍ତି । ତାହା ଅଟେ one8 । ୨୦୨୧ରେ ଏହି ବ୍ରାଣ୍ଡର ଫୋନ ବି ଲଞ୍ଚ କରାଯିବ ।

ଏହି ବ୍ରାଣ୍ଡର ବହୁତ ଜିନିଷ ମାର୍କେଟରେ ପୂର୍ବରୁ ହିଁ ଅଛି । ଯାହାମଧ୍ୟରେ ଆସୁଛି ଜୋତା, ସେଣ୍ଟ ଇତ୍ୟାଦି । ଗୋଟିଏ ବର୍ଷ ମଧ୍ୟରେ ଏହି ବ୍ରାଣ୍ଡ ୧୦୦ କୋଟିରୁ ଅଧିକା ଟଙ୍କା ପାର କରିସାରିଛି । one8 ର ଚାହିଦା ବଢାଇବା ପାଇଁ ସେ ପୁମା ଭଳି ବ୍ରାଣ୍ଡ ସହ କୋଲାବ୍ରେଟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।