ପିଲାମାନେ ସ୍ମାର୍ଟଫୋନରେ ଅନ୍ଲାଇନ କ୍ଳାସରେ ଭାଗ ନେଇ ପାରିବେ, ସେଥିପାଇଁ ପିତା ନିଜର ଏକମାତ୍ର ଗାଈକୁ କରିଦେଲେ ବିକ୍ରି

କୋବିଡ – ୧୯ର ମାମଲା ଅତ୍ୟଧିକ ବଢିବା କାରଣରୁ ଭାରତ ସରକାର ଲକଡାଉନର ଘୋଷଣା କରିବା ଦେଶରେ ସ୍କୁଲ କଲେଜ ଇତ୍ୟାଦି ବନ୍ଦ ହୋଇ ଯାଇଛି । ଏମିତିରେ ପିଲାମାନେ ପଢିବା ପାଇଁ ଅନ୍ଲାଇନ କାଲ୍ସର ସାହାରା ନେଉଛନ୍ତି । କିନ୍ତୁ ଅନ୍ଲାଇନ କ୍ଳାସ ପାଇଁ ମୋବାଇଲ, ଇଣ୍ଟର୍ନେଟ ଓ ଟିଭି ଭଳି ସୁବିଧା ବି ଦରକାର । ଯେଉଁ ପିଲାମାନଙ୍କ ପାଖରେ ଏହି ସବୁ ଜିନିଷ ଅଛି ତାଙ୍କୁ କୌଣସି ପ୍ରକାରର ଅସୁବିଧା ନାହିଁ ।

କିନ୍ତୁ ଯେଉଁ ପିଲାମାନଙ୍କ ପାଖରେ ଏହି ସବୁ ଜିନିଷ ନାହିଁ ତାଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ।

କହିବାକୁ ଗଲେ ହିମାଚଳ ପ୍ରଦେଶର ରହୁଥିବା ଏମିତି ହିଁ କିଛି ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ପିତା ଏହି ସମସ୍ୟାର ସମାଧାନ ପାଇଁ ନିଜର ସେହି ଗାଈକୁ ମାତ୍ର ୬୦୦୦ ଟଙ୍କାରେ ବିକ୍ରି କରି ଦେଲା, ଯେଉଁ ଗାଈ ତାହାର ପରିବାରର ଏକମାତ୍ର ସାଧନ ଥିଲା । ଗାଈକୁ ବିକ୍ରି କରିବା ପରେ ଯେଉଁ ଟଙ୍କା ମିଳିଲା, ସେହି ଟଙ୍କା ଦେଇ ସେ ନିଜର ପିଲାମାନଙ୍କ ପାଇଁ ଏକ ସ୍ମାର୍ଟଫୋନ ବିକ୍ରି କରି ଦେଲା । ଯାହା ଦ୍ଵାରା ସେ ପଢି ପାରିବେ ।

ଏହି ମାମଲା ହିମାଚଲର କାଂଗଡ଼ା ଜିଲ୍ଲାର ଅଟେ । ସେଠି ଜ୍ୱାଲାଜୀ ତହସୀଲର ଗୁଂବର ଗ୍ରାମରେ ରହୁଥିବା କୁଳଦୀପ କୁମାରର ଗୋଟିଏ ସନ୍ତାନ ୨ୟ ଶ୍ରେଣୀର ଛାତ୍ର ଅଟେ ଓ ଅନ୍ୟ ଏକ ସନ୍ତାନ ୪ ଥ ଶ୍ରେଣୀର ଛାତ୍ର ଅଟେ । ମାର୍ଚ୍ଚ ମାସରେ ସେମାନଙ୍କ ପିଲାମାନଙ୍କ ସ୍କୁଲ ବନ୍ଦ ହୋଇଗଲା । ଯାହା ପର ଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲ ଖୋଲି ନାହିଁ । ଏମିତି ସ୍କୁଲ ଶିକ୍ଷକମାନେ ଅନ୍ଲାଇନ କ୍ଳାସ ଦ୍ଵାରା ପିଲାମାନଙ୍କୁ ପଢାଉଛନ୍ତି ।

କିନ୍ତୁ କୁଳଦୀପଙ୍କ ପିଲାମାନଙ୍କ ପାଖରେ ସ୍ମାର୍ଟଫୋନ ନ ଥିଲା ସେଥିପାଇଁ ସେ ଅନ୍ଲାଇନ କାଲ୍ସର ଅଂସ ହୋଇ ପାରୁ ନ ଥିଲେ । ଏମିତିରେ କୁଳଦୀପ ଏହି କଥାକୁ ନେଇ ବହୁତ ଚିନ୍ତିତ ଥିଲେ । ସେ ବୁଝି ପାରୁ ନ ଥିଲେ କି ସେ କଣ କରିବେ । ଏହି କ୍ରମରେ ଦିନେ ସେ ନିଜର ଗାଈକୁ ବିକ୍ରି କରି ଦେଲେ ଓ ପିଲାମାନଙ୍କ ପାଇଁ ସ୍ମାର୍ଟଫୋନ କିଣିଦେଲେ । ବର୍ତ୍ତମାନ ତାଙ୍କର ପିଲାମାନେ ଅନ୍ଲାଇନ କ୍ଳାସ କରି ପାରୁଛନ୍ତି ଓ ପଢୁଛନ୍ତି ।

ଏକ ରିପୋର୍ଟ ଅନୁସାରେ କୁଳଦୀପଙ୍କ ପିଲାମାନଙ୍କ ସ୍କୁଲରୁ ଲଗାତାର ଘରେ ପଢିବା ପାଇଁ କୁହା ଯାଉ ଥିଲା । କିନ୍ତୁ ସ୍ମାର୍ଟଫୋନ ନ ଥିବାରୁ ତାହାର ପିଲାମାନେ ସ୍କୁଲ ଦ୍ଵାରା ଦିଆଯାଇଥିବା ଘରପାଠକୁ କରିବାର ଅସମର୍ଥ ହେଉଥିଲେ । ଏହା ପରେ କୁଳଦୀପ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା ବି କରିଲେ । କିନ୍ତୁ କୌଣସି ମତରେ ବି ସେ ଏକ ସ୍ମାର୍ଟଫୋନର ବ୍ୟବସ୍ଥା କରି ପାରିଲେ ନାହିଁ ।

ଶେଷରେ ସେ ୬୦୦୦ ଟଙ୍କାରେ ନିଜର କ୍ଷୀର ଦେଉଥିବା ଗାଈକୁ ବିକ୍ରି କରି ଦେଲେ । ମିଳିଥିବା ସୂଚନା ଅନୁସାରେ କୁଳଦୀପ ଏକ ମାଟି ଘରେ ରୁହନ୍ତି । ତାଙ୍କ ପାଖରେ ନା ହିଁ ବିପିଏଲ କାର୍ଡ ଅଛି ଓ ନା ହିଁ ସେ ଅନ୍ୟ କୌଣସି ସରକାରୀ ସାହାର୍ଯ୍ୟର ଲାଭାର୍ଥୀ ଅଟନ୍ତି । ଏମିତିରେ କରୋନା ସମୟରେ ଲୋକମାନଙ୍କ ସାହାର୍ଯ୍ୟ କରୁଥିବା ଅଭିନେତା ସୋନୁ ସୁଦ ଟ୍ୱିଟର ଉପରେ କୁଳଦୀପଙ୍କ ସମ୍ବନ୍ଧିତ ସୂଚନା ମାଗିଛନ୍ତି । ସେ କୁଳଦୀପଙ୍କ ପରିବାରର ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।