ଓଡିଶା ମୁହାଁ ଭୟଙ୍କର ବାତ୍ୟା ? ଏ ନେଇ 18 ଟି ଜିଲ୍ଲାକୁ ସତର୍କ କରାଇ ଚିଠି ଲେଖିଲେ ମୁଖ୍ୟ ସଚିବ Suresh Mahapatra

ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳି ନଥିଲେ ବି ମୁକାବିଲା ରାଜ୍ୟ ସରକାର ଏବେଠୁ ପ୍ରସ୍ତୁତ ହେଲେଣି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପଦ ଆଶଙ୍କା ରହୁଥିବା ସ୍ଥାନ ମାନଙ୍କରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କୁ ପ୍ରଥମିକତା ଭିତ୍ତିଏ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଚ୍ଚାଘର, ତଳି ଅଞ୍ଚଳ ଓ ସମୁଦ୍ର କୂଳିଆ ଅଞ୍ଚଳର ସବୁ ଲୋକଙ୍କ ସମେତ ବୃଦ୍ଧ-ବୃଦ୍ଧା, ମହିଳା ଓ ଶିଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଏହି ଚିଠିରେ ଉଲ୍ଲେଖ ରହିଛି । ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଟାୱାର ଲାଇଟ ଓ ମେକାନିକାଲ ଖଟର ଆଦି ବ୍ୟବସ୍ଥା କରିବେ । ଏହାସହ ବିଦ୍ୟୁତ ସରାବରାହର ମଧ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ତାରିଖ ସୁଦ୍ଧା ଏ ସବୁ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦ୍ୟପି ବାତ୍ୟାର ଗତିପଥ ଏଯାଏଁ ସ୍ପଷ୍ଟ ହୋଇନାହିଁ ତଥାପି ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପୂର୍ବରୁ ହିଁ ସଜାଗ ହେଉଛନ୍ତି ରାଜ୍ୟ ସରକାର । ଏନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଗତ କିଛି ବର୍ଷ ହେଲା ବୈଶାଖ ମାସରେ ତଥା ଏହି ମେ ମାସ ଆରମ୍ଭ ବେଳକୁ ଓଡିଶାରେ ବାତ୍ୟା ମାଡ ହେଉଛି ବା ପ୍ରଭାବ ପକାଇବାର ସମ୍ଭାବନା ରହୁଛି । ବର୍ଷକୁ ଏକାଧିକ ବାତ୍ୟାର ସମୁଖୀନ କରୁଛି ଓଡିଶା । ୧୯୯୯ ମହାବାତ୍ୟା ସମୟରେ ସଜାଗ ନ ରହିବାରୁ ଅଧିକ କ୍ଷୟକ୍ଷତି ସହିବାକୁ ପଡିଥିଲା ।

ତେଣୁ ଏହା ପରଠାରୁ ବାତ୍ୟା ବିପଦରୁ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ପୂର୍ବରୁ ହିଁ ପ୍ରତିକାର କରି ଆସୁଛନ୍ତି । ଯାହା ଖୁବ ପ୍ରଶଂସନୀୟ ବୋଲି କୁହାଯାଉଛି । ବିଭିନ୍ନ ବିଦେଶ ମଡେଲ ପୂର୍ବରୁ ଆକଳନ କରି ସାରିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ଓଡିଶା, ପଶ୍ଚିମବଙ୍ଗ କିମ୍ବା ଆନ୍ଧ୍ର ମଧ୍ୟରେ ମାଡ ହୋଇପାରେ । ତେବେ ଏହି ତିନୋଟି ରାଜ୍ୟରୁ ଯେଉଁଠାରେ ମଧ୍ୟ ବାତ୍ୟା ମାଡ ହେଲେ ଓଡିଶା ଉପକୂଳରେ ଏହାର ନିଶ୍ଚିତ ଭାବେ ପ୍ରଭାବ ପଡିବ ।

ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି ଓ ଏହା ଧୀରେ ଧୀରେ ଲଘୁଚାପର ରୂପ ନେଉଛି । ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ହେବ ନାହିଁ । ବାତ୍ୟା ସୃଷ୍ଟି ହେବା ପରେ ଯାଇ ଏହାର ଗତିପଥ ସ୍ପଷ୍ଟ କରିବ ପାଣିପାଗ ବିଭାଗ । ତେବେ ଏଥିପାଇଁ ପୂର୍ବରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।