ବୈଶାଖରେ ବାତ୍ୟା ଓଡିଶା ପାଇଁ କେତେ ଭୟଙ୍କର ହେବ ? ଦେଖନ୍ତୁ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ପୁଣି ଓଡିଶାକୁ ମାଡି ଆସୁଛି ବାତ୍ୟା ବିପତ୍ତି । ଗତକାଲି ଦକ୍ଷିଣ ଆଣ୍ଡାମନ ସାଗର ଓ ଏହାର ପଡୋଶୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇସାରିଛି । ଯାହା ଆସନ୍ତା ୬ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଯେଉଁଥି ପାଇଁ ଓଡିଶାର ୧୫ଟି ଜିଲ୍ଲାକୁ ପୂର୍ବରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ଓ ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି । ସ୍ଥାନେ ସ୍ଥାନେ ବଜ୍ରପାତ ଏବଂ କୁଆପଥର ବର୍ଷା ମଧ୍ୟ ଆଶଙ୍କା ରହିଛି ।

ଚାଷୀ ଭାଇମାନଙ୍କୁ ଏନେଇ ସତର୍କ କରାଯାଇଛି । ଏହି ସମୟରେ ପବନର ବେଗ ୬୦-୮୦ କିମି ପ୍ରତି ଘଣ୍ଟା ରହିପାରେ । ଆଉ ବାତ୍ୟା ସମୟରେ ପବନର ବେଗ ଘଣ୍ଟାକୁ ୧୨୦-୧୫୦ କିମି ଟପିପାରେ । ତେବେ ଆପଣଙ୍କୁ ଆତଙ୍କିତ କିମ୍ବା ଭୟଭୀତ କରିବା ପାଇଁ ନୁହେଁ ବରଂ ସତର୍କ କରିବା ପାଇଁ ଆମେ ଏହି ପୋଷ୍ଟ ଜାରି କରୁଛୁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଆଉ ବହୁତ ଶୀଘ୍ର ଏହା ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି ।

ତେବେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା କରାଯାଉଛି । ବିଦେଶ ପାଣିପାଗ ମଡେଲ ଅନୁଯାୟୀ ଏହି ସମ୍ଭାବ୍ୟ ବାତ୍ୟା ଓଡିଶାରେ ମାଡ ହେବା ନେଇ ଅଧିକ ଆଶଙ୍କା ରହୁଛି । କାରଣ କିଛି ବର୍ଷ ହେବ ବୈଶାଖରେ ଓଡ଼ିଶାକୁ ବାତ୍ୟା ଭୟ ରହୁଛି । ଓଡିଶା ଏବଂ ଏହାର ପଡୋଶୀ ଉପକୂଳରେ ଏହି ବାତ୍ୟା ମାଡ ହେବା ନେଇ ଆକଳନ କରୁଛନ୍ତି ବିଦେଶୀ ପାଣିପାଗ ମଡେଲ ।

୨୦୧୯ରେ ଫନି ବାତ୍ୟା କେତେ ଭୟଙ୍କର ହୋଇଥିଲା ତାହା ଆମ ସମସ୍ତଙ୍କୁ ଜଣା । ଏହାପରେ ୨୦୨୨ ରେ ଅମ୍ପନ ମଧ୍ୟ ଓଡିଶାର ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରପଡା ଆଦି ଜିଲ୍ଲାରେ ବିଶେଷ ପ୍ରଭାବ ପକାଇଥିଲା । ସେହିପରି ୨୦୨୧ ରେ ୟଶ ବିଶେଷ ପ୍ରଭାବ ପକାଇ ନଥିଲେ ମଧ୍ୟ ଓଡିଶାର ଉପକୂଳ ଅଞ୍ଚଳରେ ପ୍ରଭାବ ପକାଇଥିଲା । ତେଣୁ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ପାଣିପାଗ ବିଶାରଦ ମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ତେବେ ବାତ୍ୟାର ଗତିପଥ ଏଯାଏଁ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାତ୍ୟାକୁ ସାମ୍ନା କରିବା ପାଇଁ ପୂର୍ବରୁ ହିଁ ପ୍ରସ୍ତୁତ ହେଲେଣି ରାଜ୍ୟ ସରକାର । ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସମସ୍ତ ପ୍ରକାର ସୁବିଧା କରିବାକୁ ସମସ୍ତ ଜିଲ୍ଲାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।