ନାବାଳକ ପ୍ରେମିକ ହେବ କାହାର ? ପ୍ରେମ ସଂପର୍କକୁ ନେଇ ଥାନାରେ ହାଇଡ୍ରାମା, ଫେରାର ପ୍ରେମିକାକୁ ଧରିବାକୁ ଆସି ପୋଲିସର ଅକଲ ଗୁଡୁମ୍ ! ଦେଖନ୍ତୁ Video

ଏପଟୁ ଭଉଣୀ ଭିଡୁଛି ଆଉ ସେପଟୁ ପୋଲିସ । ମଝିରେ ଫସି ରହିଛି ଭାଇ । ପ୍ରେମ ସମ୍ପର୍କକୁ ନେଇ ଥାନାରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି । ଛତିଶଗଡରୁ ଫେରାର ହୋଇଥିବା ପ୍ରେମିଯୁଗଳଙ୍କୁ ନେବାକୁ ଆସି ପୋଲିସ ହଟହଟା ହୋଇଛି । ନାବାଳକ ଭାଇକୁ ପୋଲିସ ନେଇ ଯାଉଥିବା ବେଳେ ଅନ୍ୟପଟୁ ନାବାଳକ ଭଉଣୀ ତାକୁ ଭିଡି ଧରୁଛି । ଏହା ସହ ତାଙ୍କ ପରିବାର ଲୋକ ମଧ୍ୟ ନାବାଳକ ପୁଅକୁ ଭିଡି ଧରୁଥିଲେ ।

ତେବେ କେବଳ ପରିବାର ଲୋକେ ନୁହନ୍ତି ବରଂ ପୋଲିସ ଠାରୁ ନାବାଳକ ପ୍ରେମିକକୁ ଛଡେଇ ନେବା ପାଇଁ ଉଠି ଆସିଥିଲେ ପୁରା ବସ୍ତି ବାସିନ୍ଦା । ଆଉ ଶେଷରେ ବସ୍ତି ଲୋକଙ୍କ ଆଗରେ ପୋଲିସକୁ ହାର୍ ମାନିବାକୁ ପଡିଥିଲା । ଏହିପରି ପ୍ରେମିକ ଓ ପ୍ରେମିକାଙ୍କୁ ଧରିବାକୁ ଆସି ହଟହଟା ହୋଇଛି ଛତିଶଗଡ ପୋଲିସ । କେନ୍ଦୁଝର ଜିଲ୍ଲାର ଜୋଡା ଥାନାରେ ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି । ଫେରାର ହୋଇଥିବା ପ୍ରେମିକାକୁ ଧରିବାକୁ ଆସି ପୋଲିସର ଅକଲ ଗୁଡୁମ ହୋଇଯାଇଛି ।

ଛତିଶଗଡ ପୋଲିସର କହିବା ଅନୁଯାୟୀ ଜୋଡା ଥାନା ଅଞ୍ଚଳର ରୋହିତ ନାମକ ଜଣେ ଯୁବକ ଛତିଶଗଡ ରାଜ୍ୟରୁ ଜଣେ ନାବାଳିକାଙ୍କୁ ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସେଇଥିଲେ । ଯୁବକ ଜଣକ କିଛି ମାସ ହେବ ନାବାଳିକା ପ୍ରେମିକାଙ୍କୁ ଛତିଶଗଡରୁ ଧରି ଆଣି ଜୋଡାରେ ଆତ୍ମଗୋପନ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ତରଫରୁ ଛତିଶଗଡର ସୀତାପୁରରେ ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଏତଲା ଦିଆ ଯାଇଥିଲା ।

ବହୁ ଅନୁସନ୍ଧାନ ପରେ ଉକ୍ତ ପ୍ରେଇଯୁଗଳ ଜୋଡାରେ ରହୁଥିବା ଜାଣିବାକୁ ପାଇଥିଲା ଛତିଶଗଡ ପୋଲିସ । ବୁଧବାର ଦିନ ଛତିଶଗଡ ପୋଲିସ ଜୋଡା ପୋଲିସ ସହାୟତାରେ ପ୍ରେମୀଯୁଗଳଙ୍କୁ ଧରି ଥାନାକୁ ଆଣିଥିଲେ । ବସ୍ତିବାସିନ୍ଦା ମାନେ ଥାନାରେ ରୁଣ୍ଡ ହୋଇ ଉକ୍ତ ଯୁବକଙ୍କୁ ଛତିଶଗଡ ପୋଲିସ ଛାଡିଦେବା ପାଇଁ ଜିଦ୍ କରିଥିଲେ । ଛତିଶଗଡ ପୋଲିସ ନଶୁଣି ଥାନାର ପଛ ବାଟ ଦେଇ ପ୍ରେମୀଯୁଗଳଙ୍କୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ବସ୍ତିବାସିନ୍ଦା ପୋଲିସ ଗାଡି ସାମ୍ନାରେ ପ୍ରବଳ ବିରୋଧ କରି ଅଟକାଇ ଦେଇଥିଲେ ।

ଯୁବକ ଅନାଥ ହୋଇଥିବାରୁ ଏବଂ ତାଙ୍କର ଛୋଟ ଛୋଟ ତିନି ଭଉଣୀ ଥିବାରୁ ସେମାନଙ୍କ ଦେଖାଶୁଣା ପାଇଁ ଯୁବକଙ୍କୁ ଛାଡିଦେବାକୁ ସେମାନେ କହିଥିଲେ । ଏହି ଘଟଣା ପରେ ଜୋଡା ପୋଲିସ ପ୍ରେମୀଯୁଗଳଙ୍କୁ ନନେଇ ଉଭୟ ପରିବାରର ଙ୍କ ସହ ଆଲୋଚନା ଜାରି ରଖିଛି ।

ତେବେ ପ୍ରେମିକ ରୋହିତ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ ହୋଇଥିବା ବେଳେ ତାଙ୍କୁ ପୋଲିସ ଧରିନେବାରୁ ଆଜି ସେ ପରୀକ୍ଷା ମଧ୍ୟ ଦେଇପାରି ନାହାନ୍ତି ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।