“ତମେ ଯଦି ରୁଲ୍ କରୁଛ ତା’ହେଲେ ଫଲୋ କରୁନ, ପୁରା ଗମେଣ୍ଟ ଏଥିରେ….” ଶିକ୍ଷକ ନିଯୁକ୍ତି ଦୁର୍ନୀତି ନେଇ ସରକାରଙ୍କ ଉପରେ ଗର୍ଜିଲେ ଆଶାୟୀ ଶିକ୍ଷୟତ୍ରୀ, ଦେଖନ୍ତୁ Video

ଶିକ୍ଷକ ଚାକିରି ପାଇଁ ମୂଲଚାଲ ଚାଲିଛି । ଦୁର୍ନୀତି କରି ଟଙ୍କା ଦେଇ ଅନେକ ପିଲା ଚାକିରି ପାଇ ଯାଉଛନ୍ତି । ଆଉ ଦିନରାତି ଏକ କରି ଅସାଧ୍ୟ ପରିଶ୍ରମ କରିଥିବା ପିଲା ନିରାଶ ହୋଇ ଫେରୁଛନ୍ତି । ଦୀର୍ଘ ଦୁଇରୁ ତିନି ବର୍ଷ ଅପେକ୍ଷା କରିବା ପରେ ରାଜ୍ୟରେ ଶିକ୍ଷକ ଚାକିରି ପାଇଁ ୧୧ ହଜାର ପୋଷ୍ଟ ବାହାରି କରିଥିଲେ । କିନ୍ତୁ କିଛି ଅଡିଓ କ୍ଲିପ ଓ ଟଙ୍କା କାରବାର ସ୍ଲିପ ସାମ୍ନାକୁ ଆସିବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାୟୀ ଶିକ୍ଷକମାନେ । ଏକତ୍ର ହୋଇ ଗର୍ଜନ କରି ସରକାରଙ୍କୁ ନ୍ୟାୟ ମାଗୁଛନ୍ତି ଏହି ଆଶାୟୀ ଶିକ୍ଷକମାନେ ।

ସୋସିଆଲ ମିଡିଆରେ ଦୁର୍ନୀତିର କିଛି ପ୍ରମାଣ ଭାଇରାଲ ହେବା ପରେ ଏହି ହାଇସ୍କୁଲ ଆଶାୟୀ ଶିକ୍ଷକ ମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡିଛି । ସେମାନେ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଗୁହାରି କରି ସାରିଛନ୍ତି । ଯାହା ସବୁ ପ୍ରମାଣ ସାମ୍ନାକୁ ଆସିଛି ତା’ର ତଦନ୍ତ କରାଯାଉ ଓ କେବଳ ଯୋଗ୍ୟ ଶିକ୍ଷକ ମାନଙ୍କୁ ପଦ ନିଯୁକ୍ତି ପାଇଁ ବିବେଚିତ କରାଯାଉ ବୋଲି ସେମାନେ ଅନୁରୋଧ କରିଥିଲେ ।

କିନ୍ତୁ ସରକାର ସେମାଙ୍କ ଅନୁରୋଧ ନଶୁଣିବା ପରେ ସେମାନେ ବହୁଳ ସଂଖ୍ଯାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଠାରେ ଧାରଣା ଦେଇ ବସି ରହି ସରକାରଙ୍କୁ ନ୍ୟାୟ ପାଇଁ ଗର୍ଜନ କରୁଛନ୍ତି । ଏହା ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେକଙ୍କ ମତ ମଧ୍ୟ ନେଇଛନ୍ତି ମିଡିଆ ।

ଏହି ଭଉଣୀ ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କୁ ଅନେକାଂଶରେ ଉଚିତ ବୋଲି ଲାଗିପାରେ । ଭଉଣୀ ଜଣକ କହିଛନ୍ତି କିଛି ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇ ଶିକ୍ଷକ ଚାକିରି ପାଉଛନ୍ତି । କିନ୍ତୁ ଆମେ ପରିଶ୍ରମ କରି ନିଜ ଦମ୍ ରେ ଆଗେଇ ମଧ୍ୟ କିଛି ଫାଇଦା ଲାଭ ହୋଇନାହିଁ । ଏଥିପାଇଁ ପୁରା ସିଷ୍ଟମକୁ ଦାୟୀ କରିଛନ୍ତି ଉକ୍ତ ଆଶାୟୀ ଶିକ୍ଷୟତ୍ରୀ । ସରକାର ବା ଶିକ୍ଷା ବିଭାଗ ପରୀକ୍ଷା ପାଇଁ ଯେଉଁ ସବୁ ନିୟମ କରିଛନ୍ତି ତାହା ନିଜେ ଅମାନ୍ଯ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଟଙ୍କା ନେଇ ନିଯୁକ୍ତି ଦେବା ଘଟଣାରେ ସେମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ତେବେ ଦେଖାଯାଉ ଆଶାୟୀ ଶିକ୍ଷକମାନଙ୍କ ଗୁହାରି କେବେ ଶୁଣୁଛନ୍ତି ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।