ପୂର୍ବତନ ପ୍ରଧାନମନ୍ତ୍ରୀ Atal Bihari Vajpayee ଙ୍କ ଗୋଟିଏ ନିଷ୍ପତ୍ତି ଭାରତକୁ ୟୁକ୍ରେନ ଭଳି ଅବସ୍ଥା ହେବାରୁ ବଞ୍ଚେଇ ନେଇଛି, ଜାଣନ୍ତୁ ତାହା କଣ ?

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତରେ ଅଚାନକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ୟୁକ୍ରେନର ଅବସ୍ଥା ଦେଖି ଲୋକେ ସୋ-ସି-ଆ-ଲ ମି-ଡି-ଆ-ରେ ଲେଖୁଛନ୍ତି କି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଶ୍ଚିତ କରି ଯାଇଛନ୍ତି ଯେ ଭାରତରେ ୟୁକ୍ରେନ ଭଳି ସ୍ଥିତି କେବେବି ଦେଖାଦେବ ନାହିଁ । ତେବେ ଏଠାରେ ଲୋକେ  ୧୯୯୮ରେ ଭାରତ ଦ୍ଵାରା କରା ଯାଇଥିବା ପରମାଣୁ ପରୀକ୍ଷଣ ବିଷୟରେ କହୁଛନ୍ତି ।

୧୯୯୮ରେ ଭାରତ କରିଥିବା ପରମାଣୁ ପରୀକ୍ଷଣର ଆୱାଜ ପୁରା ଦୁନିଆକୁ ଶୁଭିଥିଲା । ଭାରତର ଏଭଳି ପଦକ୍ଷେପକୁ ନେଇ ୟୁଏନରେ ଲମ୍ବା ଚର୍ଚ୍ଚା ହୋଇଥିଲା ଓ ଅନେକ ଦେଶ ଭାରତର ଏହି ପଦକ୍ଷେପକୁ ଭୁଲ ବୋଲି ମଧ୍ୟ କହିଥିଲେ । କିନ୍ତୁ ଭାରତ କାହାରି ଚାପରେ ମୁଣ୍ଡ ନୁଆଁଇ ନଥିଲା । ଏବେ ଆପଣ ଭାବୁଥିବେ ୟୁକ୍ରେନ ଉପରେ ସଙ୍କଟ ମଧ୍ୟରେ ଅଟଳ ବିଅହରି ବାଜପେୟୀଙ୍କ କଥା କାହିଁକି ଉଠୁଛି ?

ଏହାର କାରଣ ହେଉଛି ଦାବି କରାଯାଉଛି ଯେ ସୋଭିଏତ ସଂଘର ବିଘଟନ ପରେ ଏପରି ଏକ ସମୟ ଥିଲା ଯେବେ ୟୁକ୍ରେନ ପାଖରେ ଦୁନିଆର ତୃତୀୟ ସର୍ବ ବୃହତ ପରମାଣୁ ଅସ୍ତ୍ରର ଭଣ୍ଡାର ଥିଲା । କିନ୍ତୁ ଆମେରିକା, ଋଷ ଓ ଅନ୍ଯାନ୍ଯ ଦେଶର ଚାପ ଯୋଗୁଁ ୟୁକ୍ରେନ ନିଜ ପରମାଣୁ ବୋମାଗୁଡିକୁ ନଷ୍ଟ କରି ଦେଇଥିଲା ।

ସେତେବେଳେ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକୁ ଡର ଥିଲା କି ଆର୍ଥିକ ଭାବେ ଦୁର୍ବଳ ଦେଶ ୟୁକ୍ରେନ ପାଖରେ ପରମାଣୁ ଅସ୍ତ୍ରର ଭଣ୍ଡାର ରହିଛି । ଋଷ, ୟୁକେ ଓ ଆମେରିକା ସହ ୧୯୯୪ରେ ବୁଡାପେଷ୍ଟ ଚୁକ୍ତିରେ ୟୁକ୍ରେନ ହସ୍ତାକ୍ଷର କରିଥିଲା । ଯାହା ଅନୁସାରେ ସେ ନିଜ ପରମାଣୁ ହତିଆର ଗୁଡିକୁ ନଷ୍ଟ କରିବାକୁ ରାଜି ହୋଇଥିଲା । ଏହା ବଦଳରେ ୟୁକ୍ରେନକୁ ବିତ୍ତୀୟ ସାହାଯ୍ୟ ଯୋଗାଇବା ପାଇଁ ପଶ୍ଚିମ ଦେଶଗୁଡିକ ପ୍ରସ୍ତାବ ରଖିଥିଲେ ।

କିନ୍ତୁ ୟୁକ୍ରେନ ୧୯୯୪ରେ ନେଇଥିବା ଏହି ନିଷ୍ପତ୍ତିକୁ ନେଇ ଆଜି ପଶ୍ଚାତାପ କରୁଛି । ଏଥର ମଧ୍ୟ ଆମେରିକା ସମେତ ଅନ୍ୟ ପଶ୍ଚିମ ଦେଶଗୁଡିକ ୟୁକ୍ରେନକୁ ଏକ ଜାଲରେ ଫସାଇଛନ୍ତି । ଆମେରିକା ୟୁକ୍ରେନକୁ ନାଟୋରେ ସାମିଲ ହେବାର ସ୍ଵପ୍ନ ଦେଖାଇଲା ଓ ଏଥିରେ ୟୁକ୍ରେନ ସଂପୂର୍ଣ୍ଣ ଭାବେ ଫସିଗଲା । କିନ୍ତୁ ଋଷର ଆକ୍ରମଣ ପରେ ୟୁକ୍ରେନ ଜାଣି ସାରିଲାଣି ଯେ କିଭଳି ଆମେରିକା ଓ ଅନ୍ୟ ପଶ୍ଚିମ ଦେଶମାନେ ତା’ର ଫାଇଦା ଉଠାଇଛନ୍ତି ।

ୟୁକ୍ରେନର ଅବସ୍ଥାକୁ ଦେଖି ଏବେ ଲୋକେ ସୋ-ସି-ଆ-ଲ ମି-ଡି-ଆ-ରେ ଲେଖୁଛନ୍ତି କି, ଯଦି ଭାରତ ପ୍ରତିବନ୍ଧକ, ଚାପ କିମ୍ବା ଅନ୍ୟ କଥାରେ ପଡି ପରମାଣୁ ପରୀକ୍ଷଣ କରି ନଥାନ୍ତା ପାକିସ୍ତାନ ଓ ଚୀନ ଭଳି ପଡୋଶୀ ଦେଶ ଯୋଗୁଁ ଆଜି ଆମର ୟୁକ୍ରେନ ଭଳି ଅବସ୍ଥା ହୋଇଥାନ୍ତା । ଏ ସମ୍ପର୍କରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।