ଅଚାନକ ଭାରତର ଦିୱାନା ହୋଇଗଲେ NATO ଦେଶ, ପୁରା ଦୁନିଆ ଆଶ୍ଚର୍ଯ୍ୟ, ଦେଖନ୍ତୁ କଣ କହିଲେ…

ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇଗଲାଣି ଯେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ଛାରେ ଆମେରିକା ଓ ନାଟୋ ଦେଶମାନଙ୍କ ହାତ ଥିଲା । ଋଷକୁ ବରବାଦ କରିବା ପାଇଁ ପଶ୍ଚିମ ଦେଶମାନେ ୟୁକ୍ରେନକୁ ମୋହରା ବନାଇଛନ୍ତି । ସେମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାର ସ୍ଵପ୍ନ ଦେଖାଇଲେ କିନ୍ତୁ ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଲା ଏହିସବୁ ଦେଶ ପଛଘୁଞ୍ଚା ଦେଲେ । ଯୁଦ୍ଧ ଯୋଗୁଁ ଋଷକୁ ନିନ୍ଦା କରି ଏହି ଦେଶମାନେ ନିଜ କର୍ତ୍ତବ୍ୟ ଶେଷ କରିଛନ୍ତି ।

କିନ୍ତୁ ପ୍ରକୃତରେ ଏହି ଦେଶମାନେ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିଲେ । ଯେଉଁଥିରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି । ନାଟୋ ଦେଶମାନେ ଋଷକୁ ନିନ୍ଦା କରିବା ସହ ତା’ ବିରୋଧରେ ସଂଯୁକ୍ତ ରାଷ୍ଟ୍ରରେ ପ୍ରସ୍ତାବ ମଧ୍ୟ ଆଣିଛନ୍ତି । କିନ୍ତୁ ଋଷ ବିରୋଧରେ ନଯାଇ ନିରପେକ୍ଷ ରହିଥିବାରୁ ଅଚାନକ କିଛି ନାଟୋ ଦେଶମାନେ  ଭାରତର ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଫ୍ରାନ୍ସ ଏବଂ ଜର୍ମାନୀ ସବୁଠୁ ଆଗରେ ଅଛନ୍ତି ।

ସବୁଠୁ ରୋଚକ କଥା ହେଲା ୟୁକେ ଭଳି ଦେଶ ଯିଏ ସଂଯୁକ୍ତ ରାଷ୍ଟ୍ରରେ ଋଷ ବିରୋଧରେ ଖୋଲାଖୋଲି ନିନ୍ଦା ପ୍ରସ୍ତାବ ଆଣିଥିଲା, ଏବେ ସେହି ଦେଶର ପ୍ରଧାନମନ୍ତ୍ରୀ ଋଷର ଗୁଣଗାନ କରୁଥିବା ନଜର ଆସିଛନ୍ତି । ପୁରା ମାମଲାଟି ହେଉଛି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଋଷକୁ ଏକ ମହାନ ରାଷ୍ଟ୍ର ତଥା ମହାନ ବିଶ୍ଵଶକ୍ତି ବୋଲି କହି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଋଷର ଲୋକଙ୍କ ପ୍ରତି ଆମର କୌଣସି ଶତ୍ରୁତା ନାହିଁ । ଏପରିକି ଋଷର ୟୁକ୍ରେନ ଉପରେ ଆକ୍ରମଣ ନାଟୋର ସଂଘର୍ଷ ନୁହେଁ ବୋଲି ମଧ୍ୟ କହିଛନ୍ତି ।

କିନ୍ତୁ ପରେ ଏହି ଉକ୍ତିର ସଫେଇ ଦେଇ ବୋରିସ ଜନସନ କହିଛନ୍ତି କି, ଆମେ ପୁଟିନଙ୍କ ଆକ୍ରମଣର ଜବାବ ନିଶ୍ଚୟ ଦେବୁ । ସେହିପରି ଅନ୍ଯତମ ପ୍ରମୁଖ ନାଟୋ ଦେଶ ଫ୍ରାନ୍ସ ଏବଂ ଜର୍ମାନୀ ଅଚାନକ ଋଷ ସହ ଭାରତର ସମ୍ପର୍କକୁ ନେଇ ପ୍ରଶଂସା କରିଛନ୍ତି । ଭାରତରେ ଥିବା ଜର୍ମାନୀର ରାଜଦୂତ କହିଛନ୍ତି କି ଭାରତର ରାଜାନୀତି ସେବା ଅତ୍ୟୁତ୍ତମ ଅଟେ । ଋଷ ଓ ୟୁକ୍ରେନ ମାମଲାରେ କଣ କରିବା ଉଚିତ ସେ ଭଲ ଭାବେ ଜାଣିଛନ୍ତି ।

କିଛିଦିନ ପୂର୍ବେ ଭାରତରେ ଫ୍ରାନ୍ସର ରାଜଦୂତ ଇମ୍ମାନୁଏଲ ଲେନିନ ମଧ୍ୟ କହିଥିଲେ କି, ଭାରତକୁ କଣ କରିବା ଉଚିତ ଏହା ଅନ୍ୟ କେଉଁ ଦେଶ ଜଣାଇବା ଦରକାର ନାହିଁ । ଭାରତର ସ୍ଵର ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ ଓ ଏହା ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଅଟେ ।

ଭାରତ ଆରମ୍ଭରୁ ହିଁ ଋଷ ଓ ୟୁକ୍ରେନ ମାମଲାରେ ନିରପେକ୍ଷ ରହି ଆସିଛି ଓ କହି ଆସିଛି କି ଏହି ମାମଲା କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।