ଆମେରିକୀୟ ବିମାନରେ ଚୀନର ପତାକା ଲଗେଇବାକୁ Donald Trump କାହିଁକି କହିଲେ ? ଏବେ ତାଙ୍କ ବୟାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଭଳି ଏକ ଉପଦେଶ ଦେଇଛନ୍ତି ଯାହା ସାରା ଦୁନିଆକୁ ଖୁବ ଆଶ୍ଚର୍ଯ୍ୟ କରିଛି । ଟ୍ରମ୍ଫ କହିଛନ୍ତି କି, “ଆମେରିକା ଏଫ୨୨ ଯୁଦ୍ଧ ବିମାନରେ ଚୀନର ପତାକା ଲଗାଇ ଋଷ ଉପରେ ବୋମା ପକେଇବା ଉଚିତ ।” ଡୋନାଲ୍ଡ ଟ୍ରମ୍ଫଙ୍କ ଏହି ବୟାନକୁ ନେଇ ଆମେରିକାରେ ଖୁବ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ମଧ୍ୟ ଡୋନାଲ୍ଡ ଟ୍ରମ୍ଫ ଦାବି କରି କହି ସାରିଛନ୍ତି କି, ସେ ଯଦି ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ କେବେବି ଆଗେଇ ନଥାନ୍ତା ।

ଟ୍ରମ୍ଫ ଆହୁରି ମଧ୍ୟ କହିଛନ୍ତି କି, ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନାଟୋ ଦେଶମାନେ ମୂର୍ଖ ଭଳି କାମ କରୁଛନ୍ତି । ଏହି ସମୟରେ ଡୋନାଲ୍ଡ ଟ୍ରମ୍ଫ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଶଂସା କରି ତାଙ୍କୁ ଜଣେ ସ୍ମାର୍ଟ ରାଜନେତା ବୋଲି କହିଛନ୍ତି । ଡୋନାଲ୍ଡ ଟ୍ରମ୍ଫ ଏକ ବୈଠକ ସମୟରେ ଏପରି କହିଛନ୍ତି କି, ଆମେରିକା ଏଫ୨୨ ଲଢୁଆ ବିମାନ ଉପରେ ଚୀନର ପତାକା ଲଗାଇ ଋଷକୁ ବମ୍ ରେ ଉଡେଇ ଦେବା ଉଚିତ । ଏହାପରେ ସେମାନେ ପରସ୍ପର ସହ ଲଢିବାକୁ ଲାଗିବେ ଓ ଆମେ ବସି ରହି ସେହି ଦୃଶ୍ୟ ଦେଖିବୁ ।

ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବୈଠକରେ ଡୋନାଲ୍ଡଟ୍ରମ୍ଫ ମଜାଳିଆ ଢଙ୍ଗରେ ଏପରି କହିଥିଲେ । ଯେପରି ସେଠାରେ ଉପସ୍ଥିତ ଥିବା ଲୋକମାନେ ହସିବାକୁ ଲାଗିବେ ଓ ତାଳି ବଜାଇବେ । ତେବେ ଏହାକୁ ନେଇ ଅନେକ ଲୋକ ପ୍ରଶ୍ନ କରୁଛନ୍ତି କି, ଡୋନାଲ୍ଡ ଟ୍ରମ୍ଫ ଏପରି ବୟାନବାଜି କାହିଁକି ଦେଉଛନ୍ତି ।

ଆପଣଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ ଯେ, ରିପବ୍ଲିକାନ ପାର୍ଟିର ସୂତ୍ର ଅନୁଯାୟୀ ୨୦୨୪ ରେ ଡୋନାଲ୍ଡ ଟ୍ରମ୍ଫ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ଲଢିବାକୁ ଯାଉଛନ୍ତି । ତାଙ୍କର ଏହି ଇଚ୍ଛାକୁ ଅନେକ ଅବସରରେ ସେ ଜଣାଇଛନ୍ତି ମଧ୍ୟ । ରିପବ୍ଲିକନ ପାର୍ଟିର ଅନେକ ସଦସ୍ୟ ମଧ୍ୟ ଏବେଠୁ ଟ୍ରମ୍ଫଙ୍କୁ ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ବୋଲି ମାନୁଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ସମସ୍ଯା ବିଶେଷ ଭଲ ରହୁ ନଥିବାରୁ ସେ ଆଗାମୀ ନିର୍ବାଚନରେ ଭାଗ ନେବା ନେଇ ସନ୍ଦେହ ବଢୁଛି ।

ଏପରି ସ୍ଥିତିରେ ତାଙ୍କ ଡେମୋକ୍ରାଟିକ ପାର୍ଟି ତରଫରୁ ଏକ ନୂଆ ପ୍ରାର୍ଥୀ ଠିଆ କରିବାକୁ ହେବ । କିନ୍ତୁ ଡୋନାଲ୍ଡ ଟ୍ରମ୍ଫଙ୍କ ପାଖରେ ପୂର୍ବ ଦୁଇ ଦୁଇଟି ନିର୍ବାଚନର ଅନୁଭୂତି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।