ଅଷ୍ଟ୍ରେଲିୟାକୁ ହରାଇବା ପରେ ମାଇକେଲ ଭନ ଉଡାଇଲେ ମଜାକ, ତ ଗିଲକ୍ରିସ୍ଟ କହିଲେ – ମୂର୍ଖ… ଆଉ ତା ପରେ

ୱାର୍ଲ୍ଡ କପର ଦ୍ଵିତୀୟ ମ୍ୟାଚରେ ଇଂଲଣ୍ଡ ଅଷ୍ଟ୍ରେଲିୟାର ଷଷ୍ଠ ଥର ଚାମ୍ପିୟାନ ହେବାର ସ୍ଵପ୍ନକୁ ଭାଙ୍ଗି ଦେଇଛି । ଇଂଲଣ୍ଡ ଟସ ହାରି ମଧ୍ୟ ପ୍ରଥମରୁ ହିଁ ଏହି ମ୍ୟାଚକୁ ନିଜ ଆଡକୁ ନେଇ ଆସିଥିଲା । ଏହା ପରେ ଧୀରେ ଧୀରେ ଇଂଲଣ୍ଡ ଅଷ୍ଟ୍ରେଲିୟାକୁ ଘେରି ଚାଲିଲା । ଏହା ମଧ୍ୟରେ ଟ୍ୱିଟର ଉପରେ ଯୁଧ୍ୟ ବି ଆରମ୍ଭ ହୋଇଯାଇଥିଲା । ଏହି ଯୁଧ୍ୟ ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକଲ ଭନ ଓ ଅଷ୍ଟ୍ରେଲିୟାର ପୂର୍ବ କ୍ରିକେଟର ଗିଲକ୍ରିସ୍ଟ ମଧ୍ୟରେ କଥା କଥାରେ ଯୁଧ୍ୟ ଦେଖିବାକୁ ମିଳିଲା । କହିବାକୁ ଗଲେ ଇଂଲଣ୍ଡର ଲୋକମାନେ ଅଷ୍ଟ୍ରେଲିୟାକୁ ହାରୁଥିବାର ଦେଖି ବହୁତ ଖୁସି ହେଉଥିଲେ ।

ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକଲ ଭନ କରିଲେ ଥଟ୍ଟା

ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକଲ ଭନ ଅଷ୍ଟ୍ରେଲିୟାର ବୋଲରମାନଙ୍କର ମଜାକ କରି ଏକ ଟ୍ୱୀଟ କରିଲେ କି ବର୍ତ୍ତମାନ ଏହି ବୋଲର ମାନଙ୍କୁ ଖାଲି ପାଦରେ ବୋଲିଙ୍ଗ କରିବାକୁ ଚେଷ୍ଟା କରିବା ଉଚିତ । କହିବାକୁ ଗଲେ ଅଷ୍ଟ୍ରେଲିୟାର ଟପ ବୋଲରମାନଙ୍କୁ ଇଂଲଣ୍ଡର ବ୍ୟାଟସମ୍ୟାନ ମାନେ ଏତେ ମାରିଲେ କି, ଏତେ ମାଡ ଏହି ୱାର୍ଲ୍ଡ କପରେ ତାଙ୍କ ସହିତ ହୋଇ ନ ଥିଲା ।

ପରିଣାମସ୍ୱରୂପ ଇଂଲଣ୍ଡ ୩୩ ଓଭରରେ ୮ ଟି ୱିକେଟରେ ମ୍ୟାଚ ଜିତି ଫାଇନାଲକୁ ଚାଲିଗଲା । ଏତିକି ନୁହେଁ ଅଷ୍ଟ୍ରେଲିୟା ଟିମକୁ ଏହା ବି ବିଶ୍ଵାସ ହେଉ ନାହିଁ କି ଇଂଲଣ୍ଡ ଏହି ପିଚରେ ଏତେ ଭଲ ବ୍ୟାଟିଂ କରି ପାରିଲା ଓ ମ୍ୟାଚକୁ ସମୟ ପୂର୍ବରୁ ହିଁ ଶେଷ କରିଦେଲା ।

ଗିଲକ୍ରିସ୍ଟ ଦେଲେ ମାଇକଲଙ୍କୁ କରାରା ଜବାବ

ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକଲ ଭନର ଟ୍ୱୀଟ ଊପରେ ଗିଲକ୍ରିସ୍ଟ ଜବାବ ଦେଇ ଲେଖିଲେ କି ମୂର୍ଖ । କହିବାକୁ ଗଲେ ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକଲ ଭନ ଏହି କଥାରେ ଏତେ ଖୁସି ନଜର ଆସିଲେ କି ତାଙ୍କର ଟିମ ଅଷ୍ଟ୍ରେଲିୟା ଭଳି ମଜବୁତ ଟିମକୁ ହରାଇଲା, ଯାହା ପରେ ସେ ନିଜକୁ ଅଟକାଇ ପାରିଲେ ନାହିଁ ଓ ଟ୍ୱୀଟ କରିଦେଲେ । କିନ୍ତୁ ଅଷ୍ଟ୍ରେଲିୟା ତରଫରୁ ଏଡମ ଗିଲକ୍ରିସ୍ଟ ମୋର୍ଚା ସମ୍ଭାଳି ଟ୍ୱୀଟ କରିଲେ ।

କହିବାକୁ ଗଲେ ମାଇକଲ ଭନ ପ୍ରାୟତଃ ଖେଳାଳିମାନଙ୍କୁ ଥଟ୍ଟା କରିଥାନ୍ତି, ଏହାର ଶିକାର କେତେ ଥର ଭାରତୀୟ କ୍ରିକେଟ ଟିମ ବି ହୋଇଛି ।

ଇଂଲଣ୍ଡ ଏହିଭଳି ଭାବରେ ଚଟାଇଲା ଅଷ୍ଟ୍ରେଲିୟାକୁ ଧୁଳି

ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓଲହାଇ ଥିବା ଅଷ୍ଟ୍ରେଲିୟା ଟିମକୁ ଇଂଲଣ୍ଡ ୧୫ ରନରେ ୫ ୱିକେଟ ନେଇଗଲା । ଏହା ପରେ ଯେମିତି ସେମିତି କରି ଅଷ୍ଟ୍ରେଲିୟା ୨୨୩ ରନ କରି ପାରିଲା ଓ ୪୯ ଓଭରରେ ଅଳ ଆଉଟ ହୋଇଗଲା । ଏହା ପରେ ବୋଲିଙ୍ଗ କରିବାକୁ ଆସିଥିବା ଅଷ୍ଟ୍ରେଲିୟା ଟିମକୁ ଲାଗିଲା କି ବୋଲିଙ୍ଗରେ ସେମାନେ ସଫଳ ହୋଇଯିବେ । କିନ୍ତୁ ହେଲା ହେଲା ଏହାର ଓଲଟା ।

ଇଂଲଣ୍ଡର ବ୍ୟାଟସମ୍ୟାନ ମାନେ ଅଷ୍ଟ୍ରେଲିୟାର ବୋଲରମାନଙ୍କୁ ଭଲ ଭାବରେ ଧୋଇଲେ । ଯାହାର ଫଳ ସ୍ୱରୂପ ଇଂଲଣ୍ଡ ମାତ୍ର ୩୩ ଓଭରରେ ୨୨୬ ରନ କରି ନେଲା ମାତ୍ର ୨ ଟି ୱିକେଟ ହରାଇ ।