ଆଜିର ରାଶିଫଳ 13 ଜୁଲାଇ 2019, ଶନିବାର – ଶନି ଦେବ ଙ୍କ କୃପାରୁ ଏହି ୫ଟି ରାଶିର ଶୁଭ ଦିନ ଆରମ୍ଭ ହେବ

ମେଷ:-

କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ସଫଳତା ମିଳିବ ଓ ଉତ୍ସାହିତ ହେବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ।   କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ ।   ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ଦକ୍ଷତା ଅର୍ଜନ କରିବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ସୁଖ ସମ୍ପଦ ପ୍ରାପ୍ତି ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ । କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ଅଏସ୍ ଆରାମ ସୁଖ-ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ । ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମଥୁନ:-

ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ । ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୁରଣରେ ବାଧା ଆସିବ ଓ ବିଳମ୍ବ ହେବ । ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବେ ।   ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ଯାତ୍ରାର କାର୍ଯ୍ୟକ୍ରମ ବଦଳି ଯିବ । ଧାଁ ଦୌଡ ଅଧିକ ହେଲେ ଲାଭ ମିଳିବ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-

ଶାରୀରିକ ସୁସ୍ଥତା ଅନୁଭବ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଦ୍ଵାରା ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ । ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ ।  ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ରାଜନୀତିରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ମାନସିକ ସ୍ଥିରତା ଦେଖାଦେବ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-

କର୍ମକ୍ଷେତ୍ରରେ ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହ ସୁଯୋଗ ହାତଛଡା ହେବାର ନାହିଁ । କର୍ମକ୍ଷେତ୍ରରେ  ପଦୋନ୍ନତିର ସୂଚନା ପାଇବା ସହ ସୁଖ ସମ୍ପତ୍ତି ଲାଭ ଓ ସାହାଯ୍ୟ ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ । ରାଜନୀତିରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ସାମାଜିକ ପତିଆରା ଅମଳିନ ରହିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍ । ଛାତ୍ରଛାତ୍ରୀମାନେ ସାଙ୍ଗମେଳ ହୋଇ ମୌଜ ମଜଲିଶ୍ ରେ ବ୍ୟସ୍ତ ରହିବେ । ଧର୍ମକାର୍ଯ୍ୟକୁ ମନ ବଳାଇ ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢିବ । ପାରିବାରିକ କ୍ଷେତ୍ରରେ ସନ୍ତୋଷ ଦେଖାଦେବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-

ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇ ହସଖୁସିରେ ସମୟ ବିତାଇବେ । ସରକାରୀ ସାହାଯ୍ୟ ମିଳିପାରେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପୁରୁଣା ନିବେଶ ଲାଭ ଦେବ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:-

ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ମହିଳାମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ନିମ୍ନବର୍ଗର ସହାୟତା, ଅର୍ଥାଗମ, ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ । କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । କାର୍ଯ୍ୟ ପୁରଣରେ ବିଳମ୍ବ ହେବ । ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେବ । ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହିପାରନ୍ତି । ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ଆପଣ ବ୍ୟତିବ୍ୟସ୍ତ ହୋଇଯିବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ପ୍ରବଳ ହେବେ । ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍‌ ହେବ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀମାନେ ସହଯୋଗ କରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ଶୁଭଫଳ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ବିଦ୍ୟାର୍ଥିମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ମହିଳାମାନେ ଧର୍ମକ୍ଷେତ୍ରପ୍ରତି ମନ ବଳାଇବେ । ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।