ଗାଡି ଚାଳକଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର, ଆଉ ଦରକାର ନାହିଁ DL ଓ RC କାଗଜପତ୍ର ! ବାସ କରିବାକୁ ହେବ ଏହି କାମ

ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏବେ ଚେକିଂ ସମୟରେ ଆପଣ ଆଉ ଅସୁବିଧାରେ ପଡିବେନି । ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ (DL) ଓ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC) ଧରି ଆଉ ଘରୁ ବାହାରିବାକୁ ପଡିବନି । ଡିଜିଲକର (DigiLocker) ପ୍ଲାଟଫର୍ମ ବା ଏମ ପରିବହନ (mParivahan) ମୋବାଇଲ ଆପ୍ ରେ ନିଜ ଡକ୍ୟୁମେଣ୍ଟ ରଖି ତାହାକୁ ଡିଜିଟାଲ ଭାବେ ଆପଣ ଦେଖାଇ ପାରିବେ । ତେବେ ଚାଲନ୍ତୁ ବିସ୍ତାରରେ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ ।

ଡିଜିଲକର ଏମିତି ଏକ ଉପାୟ ଯେଉଁଥିରେ ଆପଣ ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭାଇକେଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଭଳି ଡକ୍ୟୁମେଣ୍ଟକୁ ସେଭ କରି ସୁରକ୍ଷିତ ରଖି ପାରିବେ । ଏଥିରେ ଆପଣ ଡକ୍ୟୁମେଣ୍ଟକୁ ସ୍କାନ କରି PDF, JPG ବା PNG ଫର୍ମାଟରେ ଅଫଲୋଡ କରିପାରିବେ । ସବୁଠୁ ଖାସ କଥା ହେଉଛି ଏହି ଡକ୍ୟୁମେଣ୍ଟକୁ ଆପଣ ଇ-ସାଇନ ମଧ୍ୟ କରିପାରିବେ । ଏହା ବିଲକୁଲ ସେଲ୍ଫ ଆଟାଚ ଫିଜିକାଲ ଡକ୍ୟୁମେଣ୍ଟ ଭଳି କାମ କରିଥାଏ ।

ସବୁଠୁ ଭଲ କଥା ହେଲା ଡିଜିଲକର ପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟର ହାର୍ଡକପି ନେବା ଆବଶ୍ୟକ ହେବ ନାହିଁ । ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ସ୍ମାର୍ଟଫୋନରେ ଡିଜିଲକର ଆପ୍ ଡାଉନଲୋଡ କରିବାକୁ ହେବ । ଏହାପରେ ଆପଣଙ୍କୁ “get started” ବିକଳ୍ପ ନଜର ଆସିବ । ଏହା ଉପରେ କ୍ଲିକ କରି ପରେ “create account” ଉପରେ କ୍ଲିକ କରି ନାମ, ଜନ୍ମ ତାରିଖ, ମୋବାଇଲ ନମ୍ବର, ସିକ୍ଯୁରିଟି ପିନ, ଇ-ମେଲ ଓ ଆଧାର ନମ୍ବର ଦେବାକୁ ହେବ ।

ଏହାପରେ ଆପଣଙ୍କ ରେଜିଷ୍ଟରଡ ମୋବାଇଲ ନମ୍ବରକୁ ଗୋଟିଏ OTP ଆସିବ । ଏହା ସବମିତ କରିବା ପରେ ଆପଣଙ୍କୁ ଏକ ୟୁଜର ନେମ ପ୍ରସ୍ତୁତ କରିବାକୁ କୁହାଯିବ । ଏଠାରେ ଆପଣ ନିଜ ଅନୁସାରେ ଯେକୌଣସି ୟୁଜର ନେମ ଦେଇପାରିବେ । ଏହାପରେ ତଳେ ଥିବା “OK” ଉପରେ କ୍ଲିକ କଲେ ଆପଣଙ୍କ ଆକାଉଣ୍ଟ ତିଆରି ହୋଇଯିବ । ଏବେ ଆପଣଙ୍କ ସାମନାରେ ଡିଜିଲକରର ଇଣ୍ଟରଫେସ ଖୋଲିଯିବ । ଆପଣ ଏଠାରେ ଯେଉଁ ଡକ୍ୟୁମେଣ୍ଟ ଅଫଲୋଡ କରିବାକୁ ଚାହୁଁଛନ୍ତି ସେଠାରେ ହିଁ କ୍ଲିକ କରନ୍ତୁ ।

ଏହାପରେ ଆପଣଙ୍କ ସାମନାରେ ଏକ ପପ୍ ଅଫ ଆସିବା । ଏଥିରେ ଆପଣଙ୍କୁ ଅନୁମତି ମଗାଯିବ । ଏଠାରେ ଓକେ କଲେ ଆପଣଙ୍କ ପାଖକୁ ଏକ ଓଟିପି ଆସିବ । ଏହାକୁ ଦେବାପରେ “continue” ଉପରେ କ୍ଲିକ କରନ୍ତୁ । ଏବେ ଆପଣଙ୍କ ଡକ୍ୟୁମେଣ୍ଟ “issued document” ରେ ସେଭ ହୋଇଯିବ । ଏହିଭଳି ଆପଣ ନିଜର ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଆଦି ସେଭ କରିପାରିବେ ।

ଗାଡି କାଗଜପତ୍ର ଯାଞ୍ଚ ସମୟରେ ଏହା ଆପଣଙ୍କୁ ଖୁବ ସହଜ ହେବ । ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁସାରେ ଡିଜିଲକର ପ୍ଲାଟଫର୍ମ ବା ଏମ ପରିବହନ ମୋବାଇଲ ଆପ୍ ରେ ଡିଜିଟାଲ ଫର୍ମାଟରେ DL ଓ RC ମୋଟର ବାହନ ଅଧିନିୟମ ୧୯୮୮ ଅନୁଯାୟୀ ବୈଧ ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।