ଯଦି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତ କରନ୍ତୁ ଏହି ୮ଟି ସହଜ ଉପାୟ

ଟଙ୍କା ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ବିନା ଟଙ୍କାରେ ଜୀବନର ଗାଡି ଅଟକି ଯାଇଥାଏ । ଯଦି ଆପଣ ବି ଟଙ୍କାର ଅସୁବିଧାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ୮ଟି କାମ ନିଶ୍ଚିତ କରନ୍ତୁ । ଆପଣଙ୍କ ଜୀବନକୁ ସୁଖୀ ଓ ସମୃଦ୍ଧ ରଖିବା ପଛରେ ବାସ୍ତୁର ମୁଖ୍ୟ ଭୂମିକା ହୋଇଥାଏ । ଯଦି ଆପଣ ନିଜର ସବୁଦିନ କାର୍ଯ୍ୟରେ ବାସ୍ତୁର କିଛି ମୁଖ୍ୟ କଥା ଗୁଡିକ ପ୍ରତି ଧ୍ୟାନ ଦେବେ ତେବେ ଆପଣଙ୍କ ଘର ବି ସୁଖ – ସମୃଦ୍ଧିରେ ଭରି ରହିବ ଓ ଆର୍ଥିକ ସମସ୍ୟା କେବେ ବି ଆସିବ ନାହିଁ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି କାମ –

Image courtesy: Google

ଘରେ ପଜିଟିବ ଏନର୍ଜୀ ରହିବା ପାଇଁ ସବୁଦିନ ପୂଜା କରିବା ସମୟରେ ତମ୍ବା ବାସନରେ ପାଣି ରଖନ୍ତୁ ଓ ସେହି ପାଣିକୁ ପୂଜା ଘରର ଚାରିଆଡେ ଚିଞ୍ଚନ୍ତୁ । ଏହିଭଳି ସବୁଦିନ କରିବା ଦ୍ଵାରା ଆପଣଙ୍କ ଭିତରେ ଭଲ କରିବା ଓ ଭଲ ଚିନ୍ତା କରିବାର କ୍ଷମତା ବଢିଯିବ । ଏହା ସହିତ ଆପଣ ଆର୍ଥିକ ରୂପରେ ବଳବାନ ବି ହୋଇଯିବେ ।

Image courtesy: Google

ଲଗାତାର ସଫଳତାରେ ବାଧା ଉତ୍ପନ୍ନ କରୁଥିବା ବାସ୍ତୁ ଦୋଷକୁ ଦୂର କରିବା ପାଇଁ ସବୁଦିନ ସକାଳେ ଉଠି ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ।

Image courtesy: Google

ନିଜର ପ୍ରବଳ ବାସ୍ତୁ ଦୋଷର ପ୍ରବାହକୁ କମ କରିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପ୍ରଥମ ରୁଟିକୁ ଗାଈକୁ ଦିଅନ୍ତୁ ଓ ଶେଷ ରୁଟିକୁ କୁକୁରକୁ ନିଶ୍ଚିତ ଦିଅନ୍ତୁ ।

Image courtesy: Google

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ସମୟରେ କେବ ବି ନିଜର ମୁଣ୍ଡକୁ ଉତ୍ତର ଦିଗକୁ କରି ଶୋଇବେ ନାହିଁ ।

Image courtesy: Google

ଘରେ ତୁଳସୀ ଗଛ ନିଶ୍ଚିତ ଲଗାନ୍ତୁ ଓ ସକାଳେ ସେଥିରେ ପାଣି ଦିଅନ୍ତୁ ଓ ସନ୍ଧ୍ୟା ସମୟରେ ଧୂପ ଦୀପ ଦିଅନ୍ତୁ ।

Image courtesy: Google

ଘରେ ପୂଜା ପାଇଁ ଉପଯୋଗ କରୁଥିବା ଫୁଲକୁ ଜଳରେ ପ୍ରବାହିତ କରି ଦିଅନ୍ତୁ । ତାକୁ ଘରେ ରଖନ୍ତୁ ନାହିଁ । ଶୁଖିଲା ଫୁଲ ଘରେ ନେଗେଟିବିଟି ଆଣିଥାଏ ।

Image courtesy: Google

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଓ ଅନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଇବା ସମୟରେ ସବୁବେଳେ ମୁହଁ ଉତ୍ତର ଦିଗକୁ କରି ଖାଆନ୍ତୁ ।

Image courtesy: Google

କେବେ ବି ବେଡରୁମ କିମ୍ବା ବେଡ ଉପରେ ବସି ଖାଦ୍ୟ ଖାଇବେ ନାହିଁ, ସବୁବେଳେ ଖାଦ୍ୟ ରୋଷେଇ ଘରେ କିମ୍ବା ଡାଇନିଂଗ ଟେବୁଲ ଉପରେ ହିଁ ଖାଆନ୍ତୁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।