Arshdeep ଙ୍କ ଚମତ୍କାର ବୋଲିଂ ର ରାଜ୍ ଖୋଲିଲେ ମାଆ Baldeep Singh, ହେଲେ ଏହି କାରଣ ପାଇଁ ନିଜେ ଦେଖନ୍ତିନି ପୁଅର ବୋଲିଂ, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ରବିବାର ପାକିସ୍ତାନ ବିପକ୍ଷ ମ୍ଯାଚରେ ଚମତ୍କାର ବୋଲିଂ କରିଥିଲେ ଅର୍ଶଦୀପ ସିଂ । ହେଲେ ଆପଣ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଅର୍ଶଦୀପଙ୍କ ବୋଲିଂ ତାଙ୍କ ମାଆ କେବେବି ଦେଖନ୍ତି ନାହିଁ । ଏହା ପଛରେ ରହିଛି ଏକ ଆଶ୍ଚର୍ଯ୍ୟ କରିଦେବା କାରଣ । ଗତ କିଛି ମାସ ଅର୍ଶଦୀପଙ୍କ ପାଇଁ ବେଶ କଷ୍ଟକର ରହିଥିଲା । ସେ ଟି-୨୦ ଏସିଆ କପ୍ ସମୟରେ ପାକିସ୍ତାନୀ କ୍ରିକେଟର ଆସିଫ ଅଲ୍ଲୀଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାଚ ଛାଡି ଦେଇଥିଲେ । ଫଳରେ ଭାରତ ବିପକ୍ଷ ମ୍ଯାଚରେ ପାକିସ୍ତାନକୁ ବିଜୟ ଭେଟି ଦେଇଥିଲେ ଆସିଫ ।

ଯାହାପରେ ଅର୍ଶଦୀପଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । କ୍ରିକେଟ ପ୍ରଶଂସକମାନେ ଭାରତର ପରାଜୟ ପରେ ଅର୍ଶଦୀପଙ୍କୁ ଟ୍ରୋଲ କରିବା ସହ ଖଲିସ୍ତାନୀ କହିବାକୁ ମଧ୍ୟ ପଛାଇ ନଥିଲେ । କିନ୍ତୁ ଏସବୁକୁ ଭୁଲି ୨୩ ବର୍ଷୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ନିଜର ପ୍ରଥମ ଟି-୨୦ ମ୍ଯାଚରେ କମାଲ ଦେଖାଇବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ପାକିସ୍ତାନ ବିପକ୍ଷ ମ୍ଯାଚରେ ସେ ୪ ଓଭରରେ ମାତ୍ର ୩୨ ରନ୍ ଦେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ ।

ପାକିସ୍ତାନ ଅଧିନାୟକ ବାବର ଆଜମ୍ ଓ ୱିକେଟ କିପର୍ ମହମ୍ମଦ ରିଜୱାନଙ୍କ ୱିକେଟ ଏଥିରେ ସାମିଲ ଥିଲା । ଟିମ୍ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଅର୍ଶଦୀପ ସିଂ । ତାଙ୍କ ପିତାମାତା ମଧ୍ୟ ପୁଅର ଉତ୍କୃଷ୍ଟ ପ୍ରଦର୍ଶନୀରେ ବେଶ ଖୁସି ଥିବା ଜଣାପଡିଛି ।

ତାଙ୍କ ମା’ ବଲଦୀପ କୌର ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ସେ ପୁଅ ଅର୍ଶଦୀପର ବୋଲିଂ ଦେଖନ୍ତି ନାହିଁ । ଯେବେ ଠାରୁ ଅର୍ଶଦୀପ ଭାରତ ପାଇଁ ଖେଳିବା ଆରମ୍ଭ କରିଥିଲେ ସେବେ ଠାରୁ ଏହା ଆରମ୍ଭ ହୋଇଥିଲା । ମ୍ଯାଚ ସମୟରେ ସେ ଗୁରୁଦ୍ଵାରରେ ରୁହନ୍ତି କିମ୍ବା ଗୁରୁନାନକଙ୍କ ଆଗରେ ପୂଜାପାଠ କରନ୍ତି । ଅର୍ଶଦୀପ ସବୁବେଳେ କଠିନ ଓଭରରେ ବୋଲିଂ କରନ୍ତି । ତେଣୁ ଖେଳ ବିଷୟରେ ଅଧିକ ଜାଣି ନଥିଲେ ମଧ୍ୟ ଅର୍ଶଦୀପଙ୍କ ବଲରୁ ବ୍ୟାଟ୍ସମ୍ୟାନ ଅଧିକ ରନ୍ କରିବା ସେ ଦେଖିପାରନ୍ତି ନାହିଁ ।

ଅର୍ଶଦୀପଙ୍କ ଖରାପ ଖେଳ ପାଇଁ ସୋସିଆଲ ମିଡିଆରେ ପରିହାସ କରାଗଲେ ତାଙ୍କ ପିତାମାତା ବହୁତ ଦୁଃଖିତ ହୁଅନ୍ତି ବୋଲି କହିଛନ୍ତି । ତେଣୁ ଅର୍ଶଦୀପଙ୍କ ପିତା ଏହାକୁ ଅଣଦେଖା କରିବା ସହ ଅର୍ଶଦୀପଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।