ଡାକ୍ତରବାବୁଙ୍କୁ ମହଙ୍ଗା ପଡିଲା ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ, ଭିନ୍ନକ୍ଷମ ଶିଶୁ ଜନ୍ମ ହେବାପରେ ପରିବାର ଲୋକେ ନେଲେ ଏଭଳି ପଦକ୍ଷେପ !

ନିରୀହ ନିଷ୍ପାପ ଶିଶୁଟିର ଗୋଟିଏ ହାତ ଓ ଗୋଟିଏ ଗୋଡ ନାହିଁ । କିନ୍ତୁ ଶିଶୁର ଜନ୍ମ ପୂର୍ବରୁ ଶିଶୁଟି ଗର୍ଭରେ ସଂପୂର୍ଣ୍ଣ ଠିକ ଥିବା ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଇଥିଲେ ଡାକ୍ତର । ହେଲେ ଶିଶୁ ଜନ୍ମ ହେବା ପରେ ପିତାମାତା ଯାହା ଦେଖିଥିଲେ ବିଶ୍ବାସ କରିପାରି ନଥିଲେ । କାରଣ ଶିଶୁର ଗୋଟିଏ ହାତ ସହ ଗୋଟିଏ ଗୋଡ ବି ନଥିଲା । ଡାକ୍ତର ଦେଇଥିବା ଅଲଟ୍ରାସାଉଣ୍ଡ ରିପୋର୍ଟ ଅନୁସାରେ ଗର୍ଭସ୍ଥ ଶିଶୁର ସବୁକିଛି ଠିକ ଥିଲା । ହେଲେ ପିଲାଟି ଜନ୍ମ ହେବାପରେ ସବୁକିଛି ଓଲଟପାଲଟ ଥିବା ଦେଖିବାକୁ ମିଳିଛି ।

ଖଣ୍ଡିଆ ଗୋଡ ଓ ହାତ ନେଇ ଜନ୍ମ ହୋଇଥିଲା ଶିଶୁ । ଏହି ତ୍ରୁଟିପୂର୍ଣ୍ଣ ଅଲଟ୍ରାସାଉଣ୍ଡ ରିପୋର୍ଟ ଏବେ ଡାକ୍ତରବାବୁଙ୍କୁ ମହଙ୍ଗା ପଡିଛି । ଜଗତସିଂପୁର ଜିଲ୍ଲା ତିର୍ତ୍ତୋଳ ଗାଁ କୋଲର ଗାଁରୁ ସାମ୍ନାକୁ ଆସିଛି । ଏହି ଗାଁର ମନୋରଞ୍ଜନ ଚୂଳିଙ୍କ ପତ୍ନୀ ନିଜ ଗର୍ଭସ୍ଥ ଶିଶୁର ଚିକିତ୍ସା ପାଇଁ ରାହାମା ବଜାରସ୍ଥିତ LNP ହସ୍ପିଟାଲକୁ ଅଲଟ୍ରାସାଉଣ୍ଡ ପାଇଁ ଯାଇଥିଲେ । ସେଠାକାର ଡାକ୍ତର ପ୍ରତାପ ଦାସ ପିଲାଟି ଏକଦମ ଠିକ ଥିବା ନେଇ ରିପୋର୍ଟ ଦେଇଥିଲେ ।

ତିନିଥର ଯାକ ସଠିକ ରିପୋର୍ଟ ଦେଇଥିଲେ ମଧ୍ୟ ପିଲାଟି ଜନ୍ମ ହେବାପରେ ତା’ର ହାଟଗୋଡ ଖଣ୍ଡିଆ ଦେଖି ପରିବାର ଲୋକେ ଭାଙ୍ଗି ପଡିଥିଲେ । ଏହାକୁ ନେଇ ତିର୍ତ୍ତୋଳ ଥାନାରେ ମନୋରଞ୍ଜନ ଏକ ଲିଖିତ ଅଭିଯୋଗ କରିବା ସହ ଖାଉଟି ଅଦାଲତର ମଧ୍ୟ ଦ୍ଵାରସ୍ଥ ହୋଇଛନ୍ତି ।

ତେବେ ମାମଲାର ଶୁଣାଣି କରି ପିଲାର ଭବିଷ୍ୟତ ପାଇଁ ୧୦ ଲକ୍ଷ ଟଙ୍କା ସହ ପରିବାରକୁ ମାନସିକ ଆଘାତ ଲାଗିବା ନେଇ ୫୦ ହଜାର ଏବଂ ଅଦାଲତ ଖର୍ଚ୍ଚ ପାଇଁ ୪ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଅଦାଲତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟି ଅଦାଲତର ଏଭଳି ରାୟକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି । ବ୍ଯାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁଁ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇ ପାରିଛନ୍ତି ।

ଡାକ୍ତରଙ୍କୁ ୪୫ ଦିନ ମଧ୍ୟରେ ସମସ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ପିଲାର ଭରଣପୋଷଣ ଖର୍ଚ୍ଚ ମିଳିବା ନେଇ ପରିବାର ଲୋକେ ଏବେ ବେଶ ଖୁସି ଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।