କଣ ସତରେ ଶେଷ ଓଭରର ଏହି ନୋ-ବଲ୍ ପାଇଁ ଭାରତ ଠାରୁ ହାରିଗଲା ପାକିସ୍ତାନ ? ଦେଖନ୍ତୁ ଏନେଇ କଣ କହୁଛି ICC ନିୟମ

ଟି-୨୦ ବିଶ୍ଵକପରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଏକ ସଂଘର୍ଷପୂର୍ଣ୍ଣ ମ୍ଯାଚରେ ହରାଇ ଭାରତକୁ ଦୀପାବଳୀ ଉପହାର ଭେଟି ଦେଇଥିଲା ଭାରତୀୟ କ୍ରିକେଟ ଦଳ । ଭାରତର ପରାଜୟ ନିଶ୍ଚିନ୍ତ ବୋଲି ଭାବି ସମସ୍ତେ ନିରାଶ ହୋଇ ପଡିଥିବା ବେଳେ ଭାରତ ପାଇଁ ଯୋଦ୍ଧା ଭଳି ଲଢିଥିଲେ କିଙ୍ଗ କୋହଲି । ତାଙ୍କର ଏହି ଲଢେଇ ସଫଳ ହେବାସହ ୫୩ ବଲରୁ ଅପରାଜିତ ୮୨ ରନ୍ କରି ପାକିସ୍ତାନ ହାତରୁ ମ୍ଯାଚ ଛଡାଇ ଆଣିଥିଲେ ବିରାଟ କୋହଲି । ହେଲେ ଭାରତର ଏହି ବିଜୟକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରୁନି ।

ଶେଷ ଓଭରରେ ଭାରତର ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ଥିବାବେଳେ ଏକ ନୋ-ବଲ୍ କୁ ନେଇ ଦେଖାଦେଇଛି ବିବାଦ । ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଅମ୍ପାୟାର ତାଙ୍କ ଦଳ ସହ ବେଇମାନି କରିଛନ୍ତି । ଶେଷ ଓଭରରେ ବୋଲିଂ କରୁଥିବା ମହମ୍ମଦ ନୱାଜଙ୍କ ଚତୁର୍ଥ ବଲଟି ଫୁଲଟୋଜ ଥିଲା ଏବଂ ଏହାକୁ ଏକ ବଡ ଛକା ମାରିଥିଲେ କୋହଲି । ତେବେ ବଲଟି କୋହଲିଙ୍କ ଅଣ୍ଟା ଉପରକୁ ଥିବା ନଜର ଆସିଥିଲା ଓ ନିୟମ ଅନୁଯାୟୀ ଅମ୍ପାୟାର ଏହାକୁ ନୋ-ବଲ୍ ଘୋଷଣା କରିଥିଲେ ।

ହେଲେ ଏହାକୁ ନେଇ ପାକିସ୍ତାନୀ ଅଧିନାୟକ ବାବର ଆଜମ୍ ଓ ୱିକେଟ କିପର୍ ମହମ୍ମଦ ରିଜୱାନ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । ବଲ୍ ର ଉଚ୍ଚତା ବିରାଟଙ୍କ ଅଣ୍ଟା ତଳକୁ ଥିବା ବାବର କହିଥିବା ବେଳେ ଅମ୍ପୟାର କିନ୍ତୁ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । ଏହି ନୋ-ବଲ୍ ଯୋଗୁଁ ଫ୍ରି-ହିଟ୍ ଏବଂ ଏକ ଅତିରିକ୍ତ ବଲ୍ ଭାରତକୁ ମିଳିଥିଲା ।

ଫ୍ରି-ହିଟ୍ ବଲ୍ ରେ କୋହଲି ବୋଲ୍ଡ ହୋଇ ଯାଇଥିବା ବେଳେ ଦିନେଶ କାର୍ତ୍ତିକଙ୍କ ସହ ମିଶି ତିନି ରନ୍ ସଂଗ୍ରହ କରି ନେଇଥିଲେ । ତେଣୁ ଏହି ବଲ୍ ସହ ଅତିରିକ୍ତ ରନ୍ ଯୋଗୁଁ ଭାରତ ମ୍ଯାଚ ଜିତିଥିବା ପାକିସ୍ତାନରେ ଜୋରଦାର ଆଲୋଚନା ହେଉଛି । ସେମାନଙ୍କ କହିବା ଅନୁଯାୟୀ କୋହଲି ବୋଲ୍ଡ ହେବାପରେ ଏହା ଡେଡ୍ ବଲ୍ ହେବା କଥା ।

କିନ୍ତୁ ଅମ୍ପାୟାର ଏଥିରେ ବାଏ ତିନି ରନ୍ କେମିତି ଘୋଷଣା କଲେ ? ପାକିସ୍ତାନରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୱାସିମ ଆକ୍ରମ ଏବଂ ୱାକର ୟୁନିସଙ୍କ ଭଳି ପୂର୍ବତନ କ୍ରିକେଟର ମଧ୍ୟ ନିଆଁରେ ଘିଅ ଢାଳିଛନ୍ତି । ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ମଧ୍ୟ ଅମ୍ପାୟାରଙ୍କୁ ସମାଲୋଚନା କରି ଥାର୍ଡ ଅମ୍ପାୟାରକୁ କଲ୍ କରିବା ଜରୁରୀ ଥିଲା ବୋଲି କହିଛନ୍ତି ।

ତେବେ ଏହି ବିବାଦକୁ ନେଇ ସୋସିଆଲ ମିଡିଆରେ ନିଜ ମତ ରଖିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅମ୍ପାୟାର ସାଇମନ ଟଫେଲ । ସେ କହିଛନ୍ତି, ଏହି ମ୍ଯାଚ ପରିଚାଳନା କରୁଥିବା ଅମ୍ପାୟାର କୌଣସି ଭୁଲ୍ ନିଷ୍ପତ୍ତି ନେଇନାହାନ୍ତି । ଆଇସିସି ନିୟମାନୁଯାୟୀ ସବୁକିଛି ଠିକ ରହିଛି ବୋଲି ସେ କହିଛନ୍ତି ।

ତେବେ ଯିଏ ଯାହା କହୁ ନା କାହିଁକି ବିରାଟ କୋହଲି ଯେମିତି ଦୁର୍ଦ୍ଦଶ ବ୍ୟାଟିଂ କରି ମ୍ଯାଚ ଛଡାଇ ଆଣିଲେ ପାକିସ୍ତାନ ଏହାକୁ ସହଜରେ ହଜମ କରିପାରୁନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ ଙ୍କୁ ଲାଇକ କରନ୍ତୁ ।