ଏପ୍ରିଲ ୧ ରୁ ଦେଶରେ ବଦଳିଯିବ ଏହି ସବୁ ନିୟମ, ଏହି 5 ଟି କାମ ନିଶ୍ଚୟ କରି ନିଅନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହାତରେ ଅଛି ଆଉ ମାତ୍ର କିଛି ଦିନ । ଏପ୍ରିଲ ମାସ ପହିଲା ରୁ ଆରମ୍ଭ ହେବ ନୂତନ ଆର୍ଥିକ ବର୍ଷ । ଯଦି ଆପଣ ମାନଙ୍କ କୌଣସି ପୁରୁଣା କାମ ବାକି ଅଛି ତେବେ ତୁରନ୍ତ ସାରି ଦିଅନ୍ତୁ । ତାହା ଇନକମ୍ ଟ୍ୟାକ୍ସ କାମ ହେଉ ଅଥବା ଆଧାର କାର୍ଡ ର ପାନ ଲିଙ୍କ କାମ । ଏମିତିକି ଯଦି ଆପଣ ମାନେ ଘର କିଣିବା ପାଇଁ ଚାହୁଁଛନ୍ତି ତେବେ ଶସ୍ତା ହୋମ୍ ଲୋନ୍ ରୁ ଲାଭ ଉଠାଇ ପାରିବେ । ଏହିପରି ଭାବରେ ଆହୁରି ଅନେକ ଫାଇଦା ପାଇବାକୁ ଚାହୁଁଥିଲେ ଏପ୍ରିଲ ମାସ ଆରମ୍ଭ ହେବା ପୂର୍ବରୁ ସାରି ଦିଅନ୍ତୁ ଏହି ସବୁ କାମ ।

ଇନକମ୍ ଟ୍ୟାକ୍ସ ଆଶ୍ୱସ୍ତି-

ବନ୍ଧୁଗଣ ଯଦି ଆପଣ ମାନେ ଟ୍ୟାକ୍ସ ରୁ ଆଶ୍ବସ୍ତି ପାଇବା ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ୩୧ ମାର୍ଚ୍ଚ ଭିତରେ କରି ଦିଅନ୍ତୁ । ଇନକମ୍ ଟ୍ୟାକ୍ସ ଆକ୍ଟ ର ଅନେକ ସେକ୍ସନ ଯଥା 80ସି ଏବଂ 80 ଡି ଅନୁସାରେ କଟାଯାଇଥିବା ନିବେଶ ରେ ଟ୍ୟାକ୍ସ ଫାଇଦା ନଥାଏ । ଇନକମ୍ ଟ୍ୟାକ୍ସ ଆକ୍ଟ ର ସେକ୍ସନ 80ସି ଅନୁସାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ରେ ଟ୍ୟାକ୍ସ ରିହାତି କେବଳ ନେଇ ହେବ ।

ଆଧାର-ପାନ୍ ଲିଙ୍କ-

ବନ୍ଧୁଗଣ ପାନ୍ କାର୍ଡ କୁ ଆଧାର କାର୍ଡ ସହିତ ଲିଙ୍କ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ । ଯଦି ଆପଣ ମାର୍ଚ୍ଚ ୩୧ ତାରିଖ ଭିତରେ ପାନ କୁ ଆଧାର ସହିତ ଯୋଡ଼ି ନାହାନ୍ତି ତେବେ ତୁରନ୍ତ ଏହି କାର୍ଯ୍ୟ ସାରି ଦିଅନ୍ତୁ ।

ଶସ୍ତା ହୋମ୍ ଲୋନ୍-

ବନ୍ଧୁଗଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ ଡି ଏଫ ସି, କୋଟକ ମହିନ୍ଦ୍ରା ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ ର ହୋମ୍ ଲୋନ୍ ର ସୁଦ୍ଧ ହାର ବହୁତ କମ ରହିଛି । ଯଦି ଆପଣ ଶସ୍ତା ସୁଦ୍ଧ ହାର ରେ ହୋମ୍ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ ୩୧ ଭିତରେ ଆବେଦନ କରନ୍ତୁ । ଏସ ବି ଆଇ, ଏଚ ଡି ଏଫ ସି ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ ୬.୭୦ ପ୍ରତିଶତ ସୁଦ୍ଧ ହାର ରେ ହୋମ୍ ଲୋନ୍ ଦେଉଛି । କେବଳ କୋଟକ ମହିନ୍ଦ୍ରା ୬.୬୫ ପ୍ରତିଶତ ସୁଦ୍ଧ ହାର ରେ ହୋମ୍ ଲୋନ୍ ଦେଉଛି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା-

ବନ୍ଧୁଗଣ ପି ଏମ୍ କିଷାନ ସମ୍ମାନ ନିଧି ଯୋଜନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ କିସ୍ତି ଚାଷୀ ଙ୍କ କ୍ଷେତ କୁ ପଠାଯାଇ ସାରିଛି । ଯେଉଁମାନେ ପି ଏମ୍ କିଷାନ ସମ୍ମାନ ନିଧି ଯୋଜନା ରେ ନିଜର ରେଜିଷ୍ଟ୍ରେସନ କରାଇ ନାହାନ୍ତି । ସେମାନେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରାଇ ପାରିବେ ।

କିଷାନ କ୍ରେଡିଟ କାର୍ଡ-

ବନ୍ଧୁଗଣ ଯଦି ଆପଣ ଜଣେ ଚାଷୀ ଅଟନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ପାଖରେ କିଷାନ କ୍ରେଡିଟ କାର୍ଡ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ । ସରକାର ୩୧ ମାର୍ଚ୍ଚ ସୁଦ୍ଧା ଅଭିଯାନ ଚଳାଇ କିଷାନ କ୍ରେଡିଟ କାର୍ଡ ପ୍ରସ୍ତୁତ କରୁଛନ୍ତି । ଯେଉଁ ଚାଷୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପାଇ ନାହାନ୍ତି ସେମାନେ ନିଜର ନିକଟସ୍ଥ ବ୍ୟାଙ୍କ କୁ ଯାଇ ସମ୍ପର୍କ କରିପାରିବେ । ସରକାର ଏହି ପ୍ରକ୍ରିୟା କୁ ଅତି ସହଜ କରି ଦେଇଛନ୍ତି । ଚାଷୀ ଙ୍କୁ ବର୍ତ୍ତମାନ ଗୋଟିଏ ଫର୍ମ ଧରିବାକୁ ପଡିବ ଏବଂ ୧୫ ଦିନ ଭିତରେ ତାଙ୍କୁ କିଷାନ କ୍ରେଡିଟ କାର୍ଡ ମିଳିଯିବ ।

ତେବେ ବନ୍ଧୁଗଣ ମାର୍ଚ୍ଚ ମାସ ଶେଷ ହେବାକୁ ଆଉ ମାତ୍ର କିଛି ଟା ଦିନ ବାକି ଅଛି । ତେବେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ଶେଷ କରି ଦିଅନ୍ତୁ ଏବଂ ଯୋଜନା ର ଫାଇଦା ଉଠାନ୍ତୁ ।