ନୂଆ ଯାତ୍ରା ପାର୍ଟି ଗଢିବେ ଅଭିନେତ୍ରୀ Rani Panda, ଆସିବେ Bollywood ଅଭିନେତା Nana Patekar, ନିଜେ କହିଲେ ରାଣୀ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତର ଲୋକପ୍ରିୟ କଳାକାର ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ଆମ ଯାତ୍ରା ଜଗତରେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାନୀ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ରାନୀଙ୍କ ଅଭିନୟ ଓ ଡ୍ୟାନ୍ସକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ରାନୀ ଏକ ବିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । 


ବନ୍ଧୁଗଣ ରାନୀ ଏକ ଭିଡିଓରେ ନିଜର ନିଜ ଇଛା ବିଷୟରେ କହିଛନ୍ତି ଯାହାକୁ ଦେଖି ଲୋକମାନେ ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାନୀ କହିଛନ୍ତି, ‘ ମୁ ଏକ ଯାତ୍ରା ଅନୁଷ୍ଠାନ କରୁଛି, ହେମେ ମୁ ତ ଏକା ଚାହିଁଲେ ସବୁ କିଛି କରିପାରିବି ନାହିଁ ।

ମୁ ଓଡିଶାରେ ଥିବା ସମସ୍ତ ଯାତ୍ରା ଜଗତର ଭାଇ ଭଉଣୀ ମାନଙ୍କୁ ପ୍ରଣାମ ଜଣାଉଛି । ଯଦି ଆପଣ ମାନଙ୍କର ସାହାର୍ଯ୍ୟ ସହାୟତା ମିଳିବ ତା ହେଲେ ମୁ ନିହାତି ଆଗେଇ ଚାଲିବି । ଆପଣ ମାନଙ୍କ ଆଶା, ଭରସା ଓ ବିଶ୍ଵାସରେ ମୁ କେବେହେଲେ ବିସ ଦେବିନାହିଁ । ଯଦି ଆପଣ ମାନଙ୍କ ସହାୟତା ମୋ ପ୍ରତି ରହିବ ତା ହେଲେ ମୁ ଏକ ଭଲ ଅନୁଷ୍ଠାନ ଗଢିପାରିବି’ । 

ଏହାପରେ ଆଗକୁ ରାନୀ କହିଛନ୍ତି, ‘ମୁ ଅଧିକ ପଇସା ବାଲା ନୁହେଁ କି ମୋ ପାଖରେ କୋଟି କୋଟି ଟଙ୍କା ନାହିଁ ଏବଂ ମୋର ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ଅଛି । କିନ୍ତୁ ଯଦି ମୋତେ ଆମ କମିଟିର ଭାଇ ମାନେ ମୋତେ କିଛି ସାହାର୍ଯ୍ୟ ସହଯୋଗ କରିବେ ତା ହେଲେ ମୁ ଅନୁଷ୍ଠାନଟିକୁ ବହୁତ ଭଲ ଭାବରେ ଗଢିପାରିବି ଓ ସଫଳ ମଧ୍ୟ ହେବି । ମୁ ନିଜେ ଭାବିଛି ଓ ମୋର ଏକ ସ୍ଵପ୍ନ ଅଛି ଯେ ଯାତ୍ରା ଅନୁଷ୍ଠାନରେ ମୋ ଫେବରେଟ କଳାକାର ବଲିଉଡ ଅଭିନେତା ନାନା ପାଟେକରଙ୍କୁ ଆଣିବା ପାଇଁ ବହୁତ ପ୍ରକାରର ଯୋଜନା ଚଲେଇଛି’ । 

ଏହାପରେ ରାନୀ ଆଗକୁ କହିଲେ, ‘ ହେଲେ ଯଦି ମୋର ଓଡିଶା ଭାଇ ମାନେ ମତେ ଆର୍ଥିକ ସହାୟତା କରନ୍ତି ତା ହେଲେ ମୁ ଚେଷ୍ଟା କରୁଛି ଆମ ଯାତ୍ରା ଜଗତକୁ ଉନ୍ନତି କରେଇବା ପାଇଁ ଓ ଆମ ଓଡିଶାବାସୀଙ୍କ ପାଇଁ ନାନା ପାଟେକରଙ୍କୁ ଆଣିବି । ତେଣୁ ଯଦି ଆପଣ ମାନେ ଚାହୁଁଛନ୍ତି ଆମ ଓଡିଶା ଯାତ୍ରା ଜଗତକୁ ନାନା ପାଟେକର ଆସନ୍ତୁ ତା ହେଲେ ଆପଣ କିଛି ମାତ୍ରାରେ ଆର୍ଥିକ ସହାୟତା କରନ୍ତୁ’ ।

ଶେଷରେ ରାଣୀ କହିଲେ, ‘ତେଣୁ ସବୁ ଭାଇ ମାନଙ୍କୁ ମୁ ହାତ ଯୋଡି କେବଳ ଏତିକି କହୁଛି ମତେ ଏହି ଅନୁଷ୍ଠାନଟିକୁ କରିବା ପାଇଁ ସହାୟତା କରନ୍ତୁ’ । ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । 

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ