ଆଜିର ରାଶିଫଳ, 29 ମାର୍ଚ୍ଚ 2021, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ଓ ସହକର୍ମୀଙ୍କ ସହ ସହଯୋଗର ହାତ ବଢାଇବେ । ବ୍ୟବସାୟରେ ଭଲ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଉନ୍ନତି ଆସିପାରେ । ଅଧିକ ପରିଶ୍ରମ ଯୋଗୁ ଆପଣ ଥକି ଯିବେ । ଆପଣ ଆପଣଙ୍କ ଇଛାକୁ ନିଜ ଅଧୀନରେ ରଖିବା ଉଚିତ । ଏହି ସମୟରେ ନିଜକୁ ଶାରୀରିକ ଓ ମାନସିକ ଚିନ୍ତାରୁ ମୁକ୍ତ ରଖିବେ । ନିଜ ଘରର କୌଣସି ଜିନିଷ କିଣିବାରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ଆପଣ ଆଜି ଆନନ୍ଦର ସହ ସମୟ ଅତିବାହିତ କରିବେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ଅଟକି ଯାଇଥିବା କାମ ପୁରଣ ହେବ । ନିଜ ବଡ ଭାଇ ଭଉଣୀଙ୍କ ସହଯୋଗରେ ଆରମ୍ଭ କରିଥିବା କାମଟି ନିଶ୍ଚିନ୍ତ ରୂପେ ସଫଳ ହେବ । କୌଣସି କାର୍ଯ୍ୟକୁ ନେଇ ଆପଣ ଆଗ୍ରହୀ ହେବେ । ଅନ୍ୟ ଲୋକଙ୍କ ସହ ସମ୍ପର୍କ ବଢାଇବାକୁ ଆପଣ ଚେଷ୍ଟା କରିବେ । ନୂଆ କାମର ଶୁଭାରମ୍ଭ କରି ପାରିବେ । ପରିବାର ଲୋକଙ୍କ ସହ ତାଳମେଳ ବଜାୟ ରହିବ । ଦୁନିଆର କୌଣସି ସମସ୍ୟାକୁ ସମାଧାନ କରିବାର ଏଇଟା ସଠିକ ସମୟ ନୁହେଁ । ଅଧିକ ପରିଶ୍ରମର କମ ସଫଳତା ମିଳିବା ଯୋଗୁ ଆପଣ ନିରାଶ ରହିବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକମାନେ ନିଜ ଭଲ ଗୁଣ ପାଇଁ ପ୍ରଶଂସା ପାଇବେ । ଛାତ୍ରମାନେ ନିଜ ପରିଶ୍ରମର ଫଳ ପାଇବା ପାଇଁ କଠିନ ପରିଶ୍ରମ କରିବେ । ଆଜି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିପାରେ । ଯାହା ଦ୍ଵାରା ଆପଣ ଲାଭବାନ ହୋଇପାରିବେ । ବେପାରରେ ଆର୍ଥିକ ଲାଭର ଯୋଗ ରହିଛି । ବିଦେଶ ଯିବାର ଆଶଙ୍କା ରହିଛି । ଅଫିସରେ କାମ କରୁଥିବା ଲୋକମାନେ ନିଜ ଉଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ବନେଇବାକୁ ଚେଷ୍ଟା କରିବେ । ନିଜ ସାଙ୍ଗ ସାଥିମାନଙ୍କ ସହ ଭଲ ସମୟ ଅତିବାହିତ କରିବେ ।

କର୍କଟ ରାଶି : ଏହି ରାଶିର ଲୋକମାନଙ୍କର ଆମଦାନୀରେ ବୃଦ୍ଧି ଘଟିବ । ଆପଣଙ୍କ ପରିବାର ଓ ସାଥିମାନଙ୍କ ସମର୍ଥନ ଯୋଗୁ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ନିଜ ସ୍ଵପ୍ନକୁ ପୂରଣ କରିବାକୁ ଆପଣ ଚେଷ୍ଟା କରିବେ । ବ୍ୟବସାୟରେ କରିଥିବା ଯୋଜନାରୁ ଅଧିକ ଲାଭ ମିଳିବ । ନିଜ ଚେଷ୍ଟା ଦ୍ଵାରା ଅର୍ଥ କ୍ଷେତ୍ରରେ ସୁଧାର ଆସିବ । ନିଜ ବିଷୟରେ ଜାଣିବା ପାଇଁ ଏହି ସମୟଟି ଉପଯୁକ୍ତ ଅଟେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ ଜୀବନ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରିବାକୁ ଯାଇ ପାରନ୍ତି ।

ସିଂହ ରାଶି : ଚାକିରି କରିଥିବା ଲୋକମାନେ ଅଫିସରେ ନିଜର ଦକ୍ଷତାର ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ଆଖପାଖରେ ଥିବା ଲୋକମାନେ ଆପଣଙ୍କ କାମ ପ୍ରଶଂସା କରିବେ । ଯାହା ଆପଣଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚାଇ ଦେଇପାରିବ । ଆପଣ ବିଭିନ୍ନ ଜରିଆରେ ଲୋକଙ୍କ ସମ୍ପର୍କରେ ଆସିବେ ଯେମିତିକି ଫୋନ କଲ, ଇମେଲ, ଇଣ୍ଟର୍ନେଟ ଇତ୍ୟାଦି । ବ୍ୟବସାୟ ମାନ୍ଦା ଥିବାରୁ ଆପଣ ନିଜକୁ କମଜୋର ମନେ କରିବେ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନମାନଙ୍କ ସହଯୋଗ ଓ ଆଶୀର୍ବାଦ ମିଳିବ । ଆପଣ ନିଜ କାମ ସମ୍ଭନ୍ଧରେ କାହାକୁ ଜଣେଇବାକୁ ଚାହୁଁ ଥିଲେ ସୋସିଆଲ ମିଡିଆ ଜରିଆରେ ଜଣାଇ ପାରିବେ । ନିଜ ନିଷ୍ପତି ଉପରେ ଅଟଳ ରହି ଆପଣ ଜୀବନରେ ଆଗକୁ ବଢିଲେ ସଫଳତା ପାଇ ପାରିବେ ।

କନ୍ୟା ରାଶି : ଏହି ରାଶିର ଗ୍ରାଜୁସନ କରୁଥିବା ଛାତ୍ରମାନଙ୍କର ଦିନଟି ଆନନ୍ଦରେ କାଟିବ । ସାଙ୍ଗସାଥି ଓ ଗୁରୁଜନମାନଙ୍କର ସହଯୋଗ ମିଳିବ । ଯାହା ଦ୍ଵାରା ଆପଣ ଆପଣଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେ । ନିଜ ଭବିଷ୍ୟତରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ । ନୂଆ ଦାୟିତ୍ଵ ମଧ୍ୟ ମିଳିପାରେ । ବ୍ୟବସାୟରେ ଅଧିକ ଧନ ଲାଭର ସମ୍ଭାବନା ରହିଛି । ଚାକିରି କରିଥିବା ଲୋକମାନେ ଭଲ ଲାଭରେ ରହିବେ । ଏହି ସମୟରେ ନିଜର ବିରୋଧୀ ମାନଙ୍କର ସାମନା କରିବାକୁ ପଡିବ । ସେଥି ପାଇଁ ନିଜର ଧ୍ୟାନ ରଖିବେ ।

ତୁଳା ରାଶି : ଏହି ରାଶିର ଲୋକମାନେ ନିଜ ଘରର କାମରେ ନିଜକୁ ବ୍ୟସ୍ତ ରଖିବେ । ଆପଣ କାହାଠାରୁ ସାହାର୍ଯ୍ୟ ପାଇ ପାରନ୍ତି । ଆପଣଙ୍କର ଗୌରବ ଓପ୍ରତିଷ୍ଠାରେ ସମାନ ବଢିବ । ଆପଣଙ୍କ ଚେଷ୍ଟାର ଭଲ ଫଳ ଆପଣଙ୍କୁ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ କାମର ଚାପ ବଢିବ । ବୁଝି ବିଚାରୀ କାମ କଲେ ସଫଳତା ପାଇବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଯଦି ଦରକାର ପଡେ ତେବେ ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ । ସାଙ୍ଗମାନଙ୍କର ସହଯୋଗ ଆପଣଙ୍କୁ ସବୁ ଚିନ୍ତାରୁ ମୁକ୍ତ କରିପାରିବ ।

ବିଛା ରାଶି : ଏହି ରାଶିର ଲୋକମାନେ କୋଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜ ପିତାଙ୍କ ସହଯୋଗରେ ଆଗକୁ ବଢୀବାକୁ ଚେଷ୍ଟା କରନ୍ତୁ । ଆପଣ ଚାହନ୍ତୁ ବା ନ ଚାହନ୍ତୁ ଆପଣଙ୍କୁ ନିଜର ନୂଆ ପରିଚୟ ମିଳିବା ସହ ନୂଆ କାମର ଦାୟିତ୍ଵ ମିଳିପାରେ । ଏହି ସମୟରେ ନୂଆ କାମକୁ ଆରମ୍ଭ କରିବା ପାଇଁ ଚିନ୍ତା କରିବା ଉଚିତ ନୁହେଁ । ନିଜ ଘର ଲୋକ ଓ ସାଥିମାନଙ୍କ ସହ ଭଲ ସମୟ ଅତିବାହିତ ହେବ । ଅଯଥା ଖରଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଧନୁ ରାଶି : ଇଞ୍ଜିନିୟରମାନେ ନିଜ ଅନୁଭବର ପ୍ରୟୋଗ ସଠିକ ମାର୍ଗରେ କରିବେ ନିଜ କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ । ସେଥିରେ ଆପଣ ସଫଳ ମଧ୍ୟ ହେବେ । ଅଫିସରେ ବଡ ଅଧିକାରୀଙ୍କ ସହଯୋଗ ମିଳିବ । ମାନସିକ ଚିନ୍ତାକୁ ନିଜ ଠାରୁ ଦୂରେଇ ରଖୀ ନିଜ ଲକ୍ଷ ଉପରେ ଧ୍ୟାନ ଦିଅନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ ।

ମକର ରାଶି : ଏହି ରାଶିର ଶିକ୍ଷକମାନଙ୍କର ଦିନଟି ଭଲ ରହିବ । କାମରେ ସଫଳତା ମିଳିବ । ନିଜ ଜୀବନ ସଙ୍ଗିନୀଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରିବାର ସମ୍ଭାବନା ରହିଛି । ଯାହା ଆପଣଙ୍କ ହୃଦୟରେ ଅଛି ତାହା କରିବାକୁ ପ୍ରୟାଶ କରନ୍ତୁ । କୌଣସି ସ୍ଥାନରୁ ଖୁସି ଖବର ମିଳିବାର ଆଶଙ୍କା ଅଛି । ନିଜ କାମର ସଫଳତା ପାଇଁ ଆପଣଙ୍କର ନୂଆ ଗୌରବ ପ୍ରତିଷ୍ଠା ହେବ । ପରିବାର ଲୋକଙ୍କ ସହ ଭଲ ସମୟ କଟାଇବେ । ନିଜ ଜୀବନରେ ଅଧିକ ପରିଶ୍ରମ କାଲେ ଆପଣ ସଫଳତାର ପାହାଚରେ ପହଞ୍ଚି ପାରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକମାନଙ୍କର ମାତା ଓ ପିତାଙ୍କ ସହ ଭଲ ସମ୍ପର୍କ ରହିବ । ଆପଣଙ୍କ କାମ ଓ ପ୍ରତିଷ୍ଠା ଯୋଗୁ ଆପଣ ଅନ୍ୟମାନଙ୍କ ସମୁଖରେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିବେ । ଅଯଥା ଖରଚର ଆଶଙ୍କା ରହିଛି । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନିଜ ଜୀବନକୁ ବିକଶିତ କରିବା ପାଇଁ ପ୍ରୟାଶ ଜାରି ରଖନ୍ତୁ । ଛୋଟ ଛୋଟ ପ୍ରଶଂସାରୁ ବାହାରକୁ ଆସି ଯେଉଁ କାମଟି ନିଜର ଯୋଗ୍ୟ ସେହି କାମଟି କରିବାରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳ ହେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା ଉଚିତ । ଏହା ଦ୍ଵାରା ସେମାନେ ନିଜ ଜୀବନରେ ସଫଳତାର ପାହାଚରେ ପହଞ୍ଚି ପାରିବେ ।

ମୀନ ରାଶି : ଏହି ରାଶିର ଲୋକମାନେ ନୂଆ କାମକୁ ପୂରଣ କରିବା ପାଇଁ ପ୍ରୟାଶ କରିବା ଉଚିତ । ଆପଣଙ୍କ ଏହି ଚେଷ୍ଟାର ପରୀକ୍ଷା କାରାଯିବା । ସେଥିରେ ଆପଣ ସଫଳତା ମନଧ୍ୟା ପାଇପାରିବେ । ଏହି ଆନନ୍ଦର ମଜା ନିଅନ୍ତୁ । ଆପଣ ନିଜ ପରିବାର ଓ ସାଥିଙ୍କ ସହ ସମ୍ପର୍କ ଦୃଢ କରିବାକୁ ଚେଷ୍ଟା ଜାରି ରଖନ୍ତୁ । ଧନ ଲାଭର ଯୋଗ ରହିଛି । ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ । ଆପଣଙ୍କ ପ୍ରତିଷ୍ଠା ଦେହନୀ କିଛି ଲୋକମାନେ ଆପଙ୍କୁ ଈର୍ଷା କରିପାରନ୍ତି । ସେହି ଲୋକମାନଙ୍କର ଧ୍ୟାନ ରଖନ୍ତୁ ଯେଉଁମାନେ ଆପଣଙ୍କ ଉପରେ ସମ୍ପୂର୍ଣ ଭାବେ ନିର୍ଭର କରି ରହିଥାନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।