ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ଚେକବୁକ ଓ ପାସବୁକ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ ?

ବନ୍ଧୁଗଣ, ଗତବର୍ଷ ମହାମାରୀ କରୋନା ଆସି ସାରା ବିଶ୍ଵବାସୀଙ୍କୁ ବହୁତ ହଇରାଣ କରିଦେଇଛି। ମହାମାରୀ ରେ ଧନ-ଜୀବନ କ୍ଷୟ ସହିତ ମନୁଷ୍ୟ ର ପ୍ରାଣ ମଧ୍ୟ ଚାଲିଯାଇଛି। ବନ୍ଧୁଗଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ମହାମାରୀ ର ଡର ସମସ୍ତଙ୍କୁ ବହୁତ ହୃଦୟରେ ଘର କରି ବସିଛି। କାରଣ ଏହା ବର୍ତ୍ତମାନ ଶୁଦ୍ଧା ମଧ୍ୟ ସଂପୂର୍ଣ୍ଣ ଭାବେ ସାରା ଜଗତ ରୁ ବିତାଡିତ ହୋଇନାହିଁ। ବନ୍ଧୁଗଣ ଏଭଳି ପରିସ୍ଥିତି ରେ ସରକାରଙ୍କ କୌଣସି ନା କୌଣସି କାରଣ ବଶତ ନିୟମ ଗୁଡିକ ପରିବର୍ତ୍ତନ କରିବା ଫଳରେ ଜନସାଧାରଙ୍କ ଜୀବନରେ ତାହା ମୁଣ୍ଡ ବଥାର କାରଣ ହୋଇଅଛି।

କେତେବେଳେ ଗ୍ଯାସ ଦର ବୁଦ୍ଧି ତ ଆଉ କେତେବେଳେ ସରକାର ଚାକିରି କ୍ଷେତ୍ରରେ କର୍ମଚାରୀ ମାନଙ୍କ କାର୍ଯ୍ୟ କରିବାର ସମୟ ତଥା ଅନ୍ଯାନ୍ଯ ବିଷୟ ବସ୍ତୁ ର ପରିବର୍ତ୍ତନ, କେତେକଙ୍କ ପାଇଁ ଭଲ ହେଲାବେଳେ କେତେକଙ୍କ ପାଇଁ ଏହା ମୁଣ୍ଡ ବଥାର କାରଣ ହୋଇଛି। ବନ୍ଧୁଗଣ ଏପ୍ରିଲ ୧ ରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ। ବ୍ଯାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର। ବନ୍ଧୁଗଣ ଏପ୍ରିଲ ୧ ରୁ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ତାହା ବାବଦରେ ଆପଣଙ୍କର ଜାଣିବା ନିହାତି ଆବଶ୍ୟକ ରହିଛି।

ଆପଣ ଯଦି ଏ ସବୁ ନ ଜାଣନ୍ତି ତେବେ ଆପଣ ପରବର୍ତ୍ତୀ ସମୟରେ ହେବେ ବହୁତ ହଟହଟା। ବନ୍ଧୁଗଣ ଏପ୍ରିଲ ୧ ରୁ ଏହି ୭ ଟି ବ୍ଯାଙ୍କ ର ଗ୍ରାହକଙ୍କ ପୁରୁଣା ପାସବୁକ, ଚେକବୁକ ଏବଂ IFSC କୋଡ ଅଚଳ ହୋଇଯିବ। ବନ୍ଧୁଗଣ ଏବେ ସେହି ୭ ଟି ବ୍ଯାଙ୍କ ସମ୍ବନ୍ଧରେ ଆସନ୍ତୁ ଜାଣିବା।

୧- “ଦେନା ବ୍ଯାଙ୍କ”

୨- “ବିଜୟ ବ୍ଯାଙ୍କ”

୩- “ଓରିଏଣ୍ଟାଲ ବ୍ଯାଙ୍କ ଅଫ କମର୍ଷ”

୪- “ୟୁନାଇଟେଡ ବ୍ଯାଙ୍କ ଅଫ ଇଣ୍ଡିଆ”

୫- “ଆନ୍ଧ୍ରା ବ୍ଯାଙ୍କ”

୬- “କର୍ପୋରେସନ ବ୍ଯାଙ୍କ”

୭- “ଏହ୍ଲାବାଦ ବ୍ଯାଙ୍କ” ଏହି ୭ ଟି ବ୍ଯାଙ୍କ ରେ ଆକାଉଣ୍ଟ ଥିଲେ ବଢିପାରେ ଆପଣଙ୍କ ଚିନ୍ତା ଏପ୍ରିଲ ୧ ରୁ ଏହି ବ୍ଯାଙ୍କ ଗୁଡିକର ଚେକବୁକ ଏବଂ ପାସବୁକ କାମ କରିବ ନାହିଁ। ଯଦି ଆପଣଙ୍କ ର ଏହି ବ୍ଯାଙ୍କ ଗୁଡିକରେ ଆକାଉଣ୍ଟ ରହିଅଛି ତେବେ ଆପଣ ମାର୍ଚ୍ଚ ଲାଷ୍ଟ ଶୁଦ୍ଧା ସେଗୁଡିକୁ ବଦଳାଇ ଦିଅନ୍ତୁ। ବ୍ଯାଙ୍କ ପକ୍ଷରୁ ମଧ୍ୟ ଇମେଲ ଜରିଆରେ ନୂଆ ପାସବୁକ ଏବଂ ଚେକବୁକ ନେବାକୁ କୁହା ଯାଉଛି।

ବନ୍ଧୁଗଣ ଏହା ପଛରେ ଥିବା ବଡ କାରଣ ହେଉଛି ବ୍ଯାଙ୍କ ଗୁଡିକର ସମିଶ୍ରଣ। “ଦେନା” ଏବଂ “ବିଜୟ ବ୍ଯାଙ୍କ” କୁ “ବ୍ଯାଙ୍କ ଅଫ ବରୋଦା” ରେ ବିଲୟ କରାଯାଇଥିଲା ବେଳେ,”ଓରିଏଣ୍ଟାଲ ବ୍ଯାଙ୍କ ଅଫ କମର୍ଷ” ଏବଂ “ୟୁନାଇଟେଡ ବ୍ଯାଙ୍କ ଅଫ ଇଣ୍ଡିଆ” କୁ “ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ” ସହିତ ବିଲୟ କରାଯାଇଛି। “ଆନ୍ଧ୍ରା ବ୍ଯାଙ୍କ” ଏବଂ “କର୍ପୋରେସନ ବ୍ଯାଙ୍କ” କୁ “ଇଉନିୟନ ବ୍ଯାଙ୍କ ଅଫ ଇଣ୍ଡିଆ” ରେ ବିଲୟ କରାଯାଇଛି। ସେହିଭଳି “ଏହ୍ଲାବାଦ ବ୍ଯାଙ୍କ” କୁ “ଇଣ୍ଡିଆନ ବ୍ଯାଙ୍କ” ସହିତ ସମିଶ୍ରଣ କରାଯାଇଛି। ଯେଉଁଥିପାଇଁ ଖାତା ସଂଖ୍ୟା, IFSC କୋଡ, ଏବଂ ଠିକଣା ବଦଳିଯିବ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ୭ ଟି ବ୍ୟାଙ୍କର ପାସବୁକ ଏବଂ ଚେକବୁକ କାର୍ଯ୍ୟ କରିବ।

ବନ୍ଧୁଗଣ ନୂଆ ପାସବୁକ ଏବଂ ଚେକବୁକ ପାଇବାକୁ ହେଲେ ଗ୍ରାହକଙ୍କୁ ବ୍ୟାଙ୍କରେ ଆଗରୁ ଆବେଦନ କରିବାକୁ ହେବ। ଗ୍ରାହକ ମାନେ ବ୍ଯାଙ୍କ ଅଧିକାରୀଙ୍କ ୱେବସାଇଟ କୁ ଯାଇ ମଧ୍ୟ ଆବେଦନ କରିପାରିବେ। ଆବେଦନ କରିବାର ଗୋଟିଏ ସପ୍ତାହ ପରେ ଆପଣଙ୍କୁ ପାସବୁକ ଏବଂ ଚେକବୁକ ପ୍ରାପ୍ତ ହେବ। ବନ୍ଧୁଗଣ ଏହିସବୁ ବ୍ଯତୀତ “କାନାଡା ବ୍ଯାଙ୍କ” ସହିତ ବିଲୟ ହୋଇଥିବା “ସିନ୍ଧିକେଟ ବ୍ଯାଙ୍କ” ର ଚେକବୁକ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିବ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ