ଆଜିର ରାଶିଫଳ, 23 ମାର୍ଚ୍ଚ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୨୩ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପୂର୍ବ ଦିନ ମାନଙ୍କ ଅପେଖ୍ୟା ଆଜି ଦିନ ଭଲ ରହିବ । କୌଣସି ସହ କର୍ମୀଙ୍କ ସହ ମିଶି ରଚନା ମୂଳକ କଥା ହୋଇପାରନ୍ତି । କେହି ଜଣେ ଆପଣଙ୍କୁ ଏକ ଉପାୟ କହିବା ଦ୍ଵାରା ସେଥିରେ ଆପଣ ଉପକୃତ ହେବେ । ଜୀବନ ସାଥିଙ୍କ ସହ ଭଲରେ ଦିନ କାଟିବା ସହିତ ନିଜର ସମ୍ପର୍କରେ ଦୃଢତା ଆସିବ । ମାନସିକ ଚାପ ବଢିବ ଓ ନିଜକୁ ଦୁର୍ବଳ ଲାଗୁଥିବା ହେତୁ ଦେହ ଖରାପ ହୋଇପାରେ ଟିକେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ । ଯେଉଁ ଜିନିଷ ଆପଣଙ୍କର ଦରକାରରେ ଲାଗୁନଥିବ ଆଜି ସେହି ଜିନିଷରୁ ବହୁତ ଲାଭ କରିବେ ।

ବୃଷ

ଆଜି ଦିନ ପୁରା ଭଲରେ କଟିବ । ପିଲା ମାନଙ୍କୁ ନେଇ ପାଖରେ ଥିବା କୌଣସି ଏକ ପାର୍କ ଯାଇ ପାରନ୍ତି ଯାହା ଫଳରେ ବହୁତ ଖୁସି ଅନୁଭବ କରିବେ । ଆଜି ଆପଣ ଯେଉଁ କାମ କରିଥିବେ ସେହି କାର୍ଯ୍ୟର ଆପଣ ଭଲରେ କରିଥିବା ହେତୁ ସେଠାରେ ଥିବା ଉପର କର୍ମଚାରୀ ଆପଣଙ୍କ ଉପରେ ବହୁତ ଖୁସି ହେବେ । ଅଧିକା ଜୋଷ ନେଇ କାମ କରନ୍ତୁ ନାହିଁ ହୁଏତ କାମ ବିଗାଡି ଯାଇପରେ । ଆଜି ଘର ଲୋକଙ୍କର ପୁରା ସାଥ ମିଳିବ । କୌଣସି ଏକ ପୁରୁଣା ସାଙ୍ଗ ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର ଆଣିପାରେ ।

ମିଥୁନ

ଆଜି ଆପଣଙ୍କର ଦିନ ମଧ୍ୟମ ରହିବ । ଯଦି ଚାକିରି ବିଷୟରେ ଭାବୁଛନ୍ତି ତେବେ ଆଜି ସେଥିରେ ଟିକେ ସମସ୍ୟା ଦେଖା ଦେଇପାରେ । ଅଫିସରେ କାମ ଅଧିକା କରିପାରନ୍ତି । ପରିବାରରେ କୌଣସି ଏକ ଜିନିଷକୁ ନେଇ ଚର୍ଚା ହେବ ଓ ଖୁସି ରହିବ ସବୁବେଳେ ଯଦି ଆପଣ ଠିକ କଥା କହିବେ ସମସ୍ଥଙ୍କୁ ସମାନ ଭାବରେ ଦେଖିବେ ତେବେ ଘରେ ସମସ୍ଥଥଙ୍କର ମନ ଭଲ ରହିବା ସହିତ ପରସ୍ପର ଭିତରେ ଭଲ ସମ୍ପର୍କ ରହିବ । ସମୟ ଓ ଭାଗ୍ୟ ଉପରେ ଭରସା କରିବା ଛାଡନ୍ତୁ ନିଜେ ପରିଶ୍ରମ କରି ଉପରକୁ ଉଠିବାକୁ ଚେଷ୍ଟା କରନ୍ତୁ ।

କର୍କଟ

କୌଣସି ସମସ୍ୟା ଦେଖା ଦେବ । ଅଫିସରେ କାହା ସାଙ୍ଗରେ କିଛି ପାଟିତୁଣ୍ଡ ହୋଇପାରେ । ଆଜି ଆପଣ ବହୁତ ପରିଶ୍ରମ କରିବେ ଓ ସେଥିରେ ସଫଳ ମଧ୍ୟ ହେବା ସହିତ କୌଣସି ଏକ ଭଲ ଦିଗକୁ ରାସ୍ତା ଫିଟିଯିବା ଯାହା ଫଳରେ ଏକ ନୂଆ ରାସ୍ତା ବା ନୂଆ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ସାଙ୍ଗ ମାନଙ୍କ ସହ ମିଶି ସମୟ ନଷ୍ଟ କରନ୍ତୁ ନାହିଁ । କାରଣ ସେହି ସାଙ୍ଗ ପାଇଁ ଆଜି ଆପଣଙ୍କର କୌଣସି କାମ ହେବାରୁ ବଞ୍ଚିତ ହେବେ ବା ନହେଇପାରେ । ପରିବାରରେ କିଛି ଆର୍ଥିକ ସମସ୍ୟା ଦେଖା ଦେବା ଫଳରେ ଆଜି ଆପଣଙ୍କୁ କିଛି ସହାୟତା କରିବାକୁ ପଡିବ । ସବୁ ସମସ୍ୟା ଦୂରେଇ ଯିବ ।

ସିଂହ

ଆର୍ଥିକ ସମସ୍ୟା ଦୂରେଇ ଯିବ ଓ ଧନ ଲାଭ ହେବାର କିଛି ନୂଆ ବାଟ ଦେଖା ଦେଇପାରେ । ଆଜି ଚାକିରି କ୍ଷେତ୍ରରେ ଯେଉଁ କାର୍ଯ୍ୟ ବହୁତ ଦିନ ହେବ ଆପଣ ଖୋଜୁଥିଲେ ସେହି କାର୍ଯ୍ୟ ଏବେ ଆପଣଙ୍କୁ ଖୁବ ସହଜରେ ମିଳିଯିବ । ଯଦି ଆପଣ ଏକ ବ୍ୟବସାୟୀ ଅଟନ୍ତି ତେବେ ଆଜି କିଛି ବ୍ୟବସାୟରୁ ନୂଆ ସିକିବାକୁ ପାଇବେ ଯାହା ନିଜର ବହୁତ ଦକ୍ଷ ହେବ ପରବର୍ତୀ ସମୟରେ ବହୁତ ଲାଭବାନ ହେବ । ସକାରାତ୍ମକ ଚିନ୍ତା ହେତୁ ନିଜର ମନ ବଳ ଓ ଆତ୍ମବିଶ୍ଵାସ ମଧ୍ୟ ବଢିବ ।

କନ୍ୟା

ଆଜି ଆପଣଙ୍କର କେହି ଘରକୁ ଆସିବାରୁ ନିଜେ ବହୁତ ଖୁସି ଅନୁଭବ କରିବେ । ରହି ଯାଇଥିବା କାର୍ଯ୍ୟ ମଧ୍ୟ ପୂର୍ଣ ହେବ । ଆଜି ଆପଣଙ୍କର ଦିନ ଅନୁକୂଳ ରହିବ । ପିଲା ମାନଙ୍କର ସ୍ୱାସ୍ଥ୍ୟ ଉପରେ କିଛି ପ୍ରଭାବ ପଡି ପାରେ ଯାହା ଦ୍ଵାରା ଆପଣ ଆଜି ଚିନ୍ତାରେ ପଡି ପାରନ୍ତି । ପାଠ ପଢା ପିଲା ମାନେ ଭଲ ପାଠ ପଢିବେ । ନିଜର ମାନସିକ ଚାପର ଭାର କମିବ । ଯେଉଁ ଠାରେ କାର୍ଯ୍ୟ କରୁଛନ୍ତି ସେଠାରେ କିଛି ସହୋଯୋଗ ମିଳିପାରେ ।

ତୁଳା

ନୂଆ ବିଭା ହୋଇଥିବା ଲୋକଙ୍କର ବହୁତ ଭଲରେ ଦିନ କଟିବ । ଆପଣଙ୍କର କୌଣସି କାମରେ ଡେରି ହେବା ହେତୁ ଆଜି ବହୁତ ଚିନ୍ତାରେ ରହିପାରନ୍ତି । ଦେହ ଟିକେ ଖରାପ ହୋଇପାରେ ଆଣ୍ଠୁ ଗଣ୍ଠି ବା ଆଖି ସମସ୍ୟା ଦେଖା ଦେଇପାରେ ଯାହା ଦ୍ଵାରା ଯେଉଁ ଠାରେ କାର୍ଯ୍ୟ କରୁଛନ୍ତି ସେଠାରେ କେହି ଜଣେ ଲୋକ ଆଜି ଗାଳି ଦେଇପାରେ । କିନ୍ତୁ ପରିଶ୍ରମ କରନ୍ତୁ ନିଶ୍ଚୟ ଫଳ ପ୍ରଦ ହେବେ । ଏବେ ଆପଣଙ୍କର ପରିସ୍ଥିତି ଭଲ ରହିବା ନାହିଁ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଆଜି ସେହି ବିଷୟରେ ତାଙ୍କୁ କିଛି କହିପାରିବେ ।

ବିଚ୍ଛା

ଆଜି ଆପଣଙ୍କ ପାଖକୁ କିଛି ଏପରି କାମ ଆସିବ ଯାହା ଭବିଷ୍ୟତରେ ଆପଣଙ୍କର ବହୁତ କାମ ଦେବ ଓ ସେଥିରୁ ଲାଭ ମଧ୍ୟ ପାଇବେ । ଆଜି ଆପଣଙ୍କର ସ୍ଥିତି ଆଗ ଅପେକ୍ଷା ଭଲ ରହିବ । ଦାମ୍ପଦ୍ୟ ଜୀବନରେ ବହୁତ ଖୁସି ଭରି ରହିବ । ଅଜଣା ବ୍ୟକ୍ତି ସହ ମିଶି କିଛି କାମ କରିବେ ଯାହା ଦ୍ଵାରା ସେ ମଧ୍ୟ ଆପଣଙ୍କୁ ସାହାର୍ଯ୍ୟ କରିବ । ଆଜି ଯେତେ ବିରୋଧୀ ଥିବେ ସମସ୍ଥେ ପରାସ୍ତ ହେବେ । ଆଜି ଆପଣଙ୍କର ଦିନ ବହୁତ ଭଲ ଅଛି । ରାଗ ଉପରେ ନିୟତରଣ ରଖନ୍ତୁ ।

ଧନୁ

ଆଜି ଆପଣଙ୍କର ଦିନ ବହୁତ ଭଲରେ କଟିବ । ନିଜର ଦକ୍ଷ ଅନୁଯାଇ ବହୁତ ଭଲ ଫଳ ପ୍ରଦ ହେବ ଓ ନିଜର ଦକ୍ଷ ଠାରୁ ଅଧିକା ଦାଇତ୍ୟ ନେଇପାରନ୍ତି । ପାଠ ପଢୁଥିବା ପିଲା ମାନେ କୌଣସି ଏକ ଭଲ କାର୍ଯ୍ୟ କରିପାରନ୍ତି । ବ୍ୟବସାୟ ପାଇଁ ନୂଆ ରାସ୍ତା ମଧ୍ୟ ପିଟିବାର ସମ୍ଭାବନା ଅଛି । ସମାଜରେ ମାନ ସଂମ୍ମାନ ବଢିବ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଆଜି ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି କରିବେ ।

ମକର

କୌଣସି ଜରୁରୀ କାମରେ ବାହାରକୁ ଯାଉଥିଲେ ସେଥିରେ ସଫଳତା ହାସଲ କରିବେ ଓ ସେହି ଯାତ୍ରା ଲାଭ ଦାୟକ ହେବ । ନିଜର ବ୍ୟଭାର କିଛି ଲୋକଙ୍କୁ ପ୍ରଭାବିତ କରିବା ସହିତ ଯେଉଁ କାର୍ଯ୍ୟ କରିବେ ସେହି ଲୋକେ ଆସି ଆପଣଙ୍କୁ ସହୋଯୋଗ କରିବେ । ଲୋକଙ୍କର ଆଶ୍ରିବାଦ ପାଇବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

କୁମ୍ଭ

ଆଜି ଦିନ ଆପଣଙ୍କର ପୁରା ନିଜର ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ କିଛି ମହତ୍ୟ ପୂର୍ଣ ନିସ୍ପତି ନେବା ହେତୁ ସେଥିରେ ଲାଭ ମିଳିବ ଓ ଅନ୍ୟ ମାନେ ଏହା ଦେଖି ବହୁତ ଖୁସି ହେବେ ଏବଂ ପ୍ରଶଂସା ମଧ୍ୟ କରିବେ । କୌଣସି ଏକ ଅନୁଭବି ଲୋକଙ୍କୁ ଆଜି ପାଇ ତାଙ୍କ ଅନୁସାରେ କାମ କରିବା ଦ୍ଵାରା ନିଜର ବହୁତ ଟଙ୍କା ବଞ୍ଚିଯିବ ଓ ଆପଣ ଶିକ୍ଷା ମଧ୍ୟ ପାଇବେ । ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ଭୁଲ ବାଟରେ ଟଙ୍କା ଅର୍ଜନ କରନ୍ତୁ ନାହିଁ । ନଚେତ ସେହି ଟଙ୍କା ନିଜର ବହୁତ ବଡ କ୍ଷତି କରି ଦେଇପାରେ ।

ମୀନ

ଆଜି ଆପଣଙ୍କର କିଛି ଅସୁବିଧା ଦେଖା ଦେଇପାରେ କାର୍ଯ୍ୟର ମଧ୍ୟ କିଛି ଅସୁବିଧା ଦେଖା ଦେବା ହେତୁ ମାନସିକ ଚାପରେ ରହିପାରନ୍ତି । କିନ୍ତୁ ବ୍ୟସ୍ଥ ହୁଅନ୍ତୁ ନାହିଁ ଖୁବ ଶୀଘ୍ର ସମସ୍ୟା ଦୂରେଇ ଯିବ । ଯଦି ଆପଣ ସାଙ୍ଗ ମାନେ ମିଶି କିଛି କାମ କରୁଛନ୍ତି ବା ପାଟନ୍ନର ହୋଇ କିଛି କାମ କରୁଛନ୍ତି ତେବେ ସେଥିରେ ନିଶ୍ଚୟ ସଫଳ ପାଇବେ । ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ । ଆପଣ ଅଧିକା ପରିଶ୍ରମ କରିବା ହେତୁ ଖରାପ ସମୟକୁ ଭଲ ସମୟରେ ପରିବର୍ତନ କରିବେ । ନିଜ ଭିତରେ ଥିବା ନିଷ୍ଟା ବହୁତ ସହଯୋଗ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।