ଜାତୀୟ ରାଜପଥରେ ଧସେଇ ପସିଲା ରାସ୍ତା, କ୍ୟାମେରାରେ କଏଦ ହେଲା ଲାଇଭ ଦୁର୍ଘଟଣା, ଦେଖନ୍ତୁ Shocking Video

ଅନେକ ସମୟରେ ବିଭିନ୍ନ କାରଣରୁ ରାସ୍ତା ଓ ପୋଲ ଆଦି ହଠାତ୍ ଧସେଇ ଖସି ପଡିବା ଘଟଣା ସାମନାକୁ ଆସିଥାଏ । ଏପରି ଦୁର୍ଘଟଣାରେ ଅନେକ ଧନ ଜୀବନ ହାନି ହୋଇଥାଏ ଓ ଯାନବାହାନ ଯାତାୟାତ ମଧ୍ୟ ବାଧା ପ୍ରାପ୍ତ ହୋଇଥାଏ ।

ଏପରି ଏକ ରାଜପଥ ଧସେଇ ଖସି ପଡୁଥିବା ବେଳର ଭୟଙ୍କର ଦୃଶ୍ୟ ଏବେ ଏକ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଦେଖିବା ଓ ଜାଣିବା କଣ ରହିଛି ଭିଡ଼ିଓରେ । ରାଜପଥ ଧସେଇ ଖସି ପଡିଥିବା ଏହି ଘଟଣାଟି ଘଟିଛି ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ।

ସେଠାରେ ଜାତୀୟ ରାଜପଥ ଏନ.ଏଚ-୪୧୫ ହଠାତ୍ ଧସି ପଡୁଥିବା ସମୟରେ ଜଣେ ବ୍ୟକ୍ତି ନିଜ ମୋବାଇଲରେ ଏହାକୁ ଲାଇଭ ଭିଡିଓ ବନାଇ ନେଇଛନ୍ତି ।  ତେବେ ଲଗାତାର ବର୍ଷା ହେତୁ ଜାତୀୟ ରାଜପଥରେ ପାଣି ଜମି ରହିଥିଲା ଓ ତାହା ନିଷ୍କାସିତ ହୋଇ ପାରି ନ ଥିଲା । ଏହା ଫଳରେ ରାସ୍ତାର ଉପରମୁଣ୍ଡରେ ନଷ୍ଟ ହୋଇ ଯାଇଥିଲା ।

ତାହା ରାସ୍ତାର ପ୍ରଭାବିତ ପାର୍ଶ୍ଵରେ ଥିବା କାନ୍ଥ ଉପରେ ପ୍ରବଳ ଚାପ ସୃଷ୍ଟି କରାଇଥିଲା । ଏହା ଯୋଗୁଁ ଆଉ ଚାପ ସହି ନ ପାରି ରାଜପଥର ଏକ ପାର୍ଶ୍ଵ ସମ୍ପୂର୍ଣ୍ଣ ଧସେଇ ଖସି ପଡିଥିଲା ।  ତେବେ ସୌଭାଗ୍ୟର କଥା ହେଉଛି ସେହି ସମୟରେ ରାଜପଥର ସେହି ରାସ୍ତା ଉପର ଦେଇ କୌଣସି ଯାନ ବାହାନ ଯାଉ ନ ଥିଲା ।

ଯାହା ଫଳରେ କୌଣସି ଯାନ ଏହି ଦୁର୍ଘଟଣାର ଶିକାର ହୋଇ ନାହାଁନ୍ତି । ତେବେ କିପରି ଭୟଙ୍କର ଭାବେ ରାସ୍ତାଟି ମୁହୂର୍ତ୍ତ ରେ ଖସି ପଡୁଛି ତାହା ଦେଖିଲେ ଛାତି ଥରି ଉଠୁଛି । ଏହି ଲାଇଭ୍ ଦୁର୍ଘଟଣା ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହା ଖୁବ୍ ଭାଇରାଲ୍ ହୋଇଛି ଓ ସମସ୍ତେ ଏହି ଭୟଙ୍କର ଦୁର୍ଘଟଣା ବିଷୟରେ ଚର୍ଚ୍ଚା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।