ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର, କମ୍ପାନୀ ଲଞ୍ଚ କଲା ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ, ଦେଖନ୍ତୁ

ରିଚାର୍ଜ୍ ପ୍ଲାନ ହେଉ ବା ନେଟୱର୍କ ସର୍ଭିସ୍, ଜିଓ କେବେ ମଧ୍ୟ ନିଜ ଗ୍ରାହକଙ୍କୁ ନିରାଶ ହେବାକୁ ଦିଏ ନାହିଁ । ତେବେ ଜିଓ ଲଞ୍ଚ କରିଛି ଏକ ଧମାକାଦାର୍ ରିଚାର୍ଜ ପ୍ଲାନ ।

ନିଜର ଦମଦାର ନେଟୱର୍କ ଓ ସୁଲଭ ଦରରେ ସବୁଠୁ ଭଲ ସର୍ଭିସ୍ ଦେଉଥିବା ଜିଓ, ଏବେ ଆଉ ଥରେ ନିଜ ଗ୍ରାହକଙ୍କ ପାଇଁ ଆଉ ଗୋଟିଏ ଶାନଦାର ଅଫର ନେଇ ଆସିଛି । ଯାହା ଆପଣ ଖୁବ୍ ଉପଭୋଗ କରିବେ । ଜଣାଇ ରଖୁଛୁ ଯେ ଜିଓ ନିଜ ୯୮ ଟଙ୍କିଆ ପ୍ଲାନ ରେ କିଛି ପରିବର୍ତ୍ତନ କରିଛି ଓ ପୁନର୍ବାର ପ୍ଲାନ ଟି କୁ ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି ।

ଯାହା ଦ୍ଵାରା ଗ୍ରାହକଙ୍କୁ ପ୍ରତିଦିନ ୪ଜି ହାଇ ସ୍ପିଡର ୧.୫ଜିବି ଡାଟା ବାଲାନ୍ସ ମିଳିବ ଓ ଅସୀମିତ କଲ୍ ସହ ପ୍ରତ୍ୟେକ ଦିନ ୧୦୦ଟି ଏସଏମଏସ ର ସୁବିଧା ସମ୍ପୂର୍ଣ୍ଣ ଫ୍ରି ରେ ମିଳିବ । ଏହା ସହ ସମସ୍ତ ଜିଓ ଆପ୍ ର ସଦସ୍ୟତା ଫ୍ରି ଅର୍ଥାତ୍ ଜିଓ ର ସମସ୍ତ ଆପ୍ ଗୁଡ଼ିକ ଆପଣ ମାଗଣାରେ ଉପଭୋଗ କରି ପାରିବେ ।

ତେବେ ଜିଓ ଏହି ୯୮ ଟଙ୍କିଆ ପ୍ଲାନ ର ବୈଧତା ୧୪ ଦିନ ପର୍ଯ୍ୟନ୍ତ ଧାର୍ଯ୍ୟ କରିଛି । କେବଳ ୯୮ ଟଙ୍କାରେ ଜିଓ ର ଏହି ପ୍ଲାନ ହେଉଛି ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ । ଜିଓ ର ଏହି ପ୍ଲାନ କୁ ଟକ୍କର ଦେବା ଭଳି ବର୍ତ୍ତମାନ ଅନ୍ୟ କେଉଁ କମ୍ପାନୀ ପାଖରେ କୌଣସି ପ୍ଲାନ ନାହିଁ । ମାଇ ଜିଓ ଆପ୍ ଏବଂ ୱେବସାଇଟ ରେ ଜିଓ ର ଏହି ୯୮ ଟଙ୍କିଆ ପ୍ଲାନ ଏବେ ଆସି ସାରିଛି ।

ଯାହାର ସମ୍ପୂର୍ଣ୍ଣ ଫାଇଦା ଏବେ ଗ୍ରାହକ ଉଠାଇ ପାରିବେ । ଜିଓର ଏହି ଶସ୍ତା ପ୍ଲାନ ଯୋଗୁଁ ଅନ୍ୟ ନେଟୱର୍କ କମ୍ପାନୀ ମାନଙ୍କୁ ଝଟକା ଲାଗି ପାରେ ଓ ବଜାରରେ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖା ଦେବାର ସମ୍ଭାବନା ରହିଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।