୮୧ ବର୍ଷର ଜେଜେମା କଲେ ୩୫ ବର୍ଷର ଯୁବକକୁ ବିବାହ, ଏବେ ପିଏମଙ୍କୁ ସାହାଯ୍ୟ ମାଗି କହିଲେ ରାତିରେ କଣ ହେଉଛି !

ଯେବେ କାହାକୁ ପ୍ରେମ ହୁଏ ସେତେବେଳେ ତାର ବୟସ ଦେଖାହୁଏ ନାହି । ଏବେ ବ୍ରିଟେନରେ ରହୁଥିବା ୮୧ ବର୍ଷର ଆଇରିସ ଜୋନ୍ସଙ୍କ ଜୀବନ କାହାନୀକୁ ଦେଖନ୍ତୁ । ତାଙ୍କୁ ତାଙ୍କ ଠାରୁ ୪୬ ବର୍ଷ ସାନ ମୋହମଦ ଅହମଦଙ୍କ ସହ ପ୍ରେମ ହୋଇଗଲା ।

ମୋହମଦ ଇଜିପ୍ଟରେ ରୁହନ୍ତି ଓ ତାଙ୍କର ବ୍ଯାସ ୩୫ ବର୍ଷ ଅଟେ । ଏହି ଅନୋଖା ପ୍ରେମୀଙ୍କର ଫେସବୂକରେ ଭେଟ ହୋଇଥିଲା । ପ୍ରଥମେ ଦୁହିଙ୍କ ଭିତରେ କଥାବାର୍ତ୍ତା ହେଲା ଓ ପରେ ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଲା । ଜୋନ୍ସ ତାଙ୍କ ପ୍ରେମିକଙ୍କୁ ଦେଖା କରିବା ପାଇଁ ଇଜିପ୍ଟ ଯାଇଥିଲେ । ଏଠାରେ ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଇଥିଲେ । ଯେବେ ଦୁହିଙ୍କ ପ୍ରେମ ବଢିବାରେ ଲାଗିଲା ଦୁହେଁ ପରସ୍ପର ସହ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହ ପରେ ଦୁହେଁ ପରସ୍ପର ସହ ଏକାଠି ରହୁ ନାହାନ୍ତି ।

କହିବାକୁ ଗଲେ ମୋହମଦଙ୍କୁ ବ୍ରିଟେନର ବିଜା ମିଳିପାରୁ ନାହି । ଦେଖିବାକୁ ଗଲେ ବୟସକୁ ନେଇ ଜୋନ୍ସ ଇଜିପ୍ଟରେ ହେଉଥିବା ଋତୁ ପରିବର୍ତ୍ତନ ଯୋଗୁ ରହି ପାରିବେ ନାହି । ଏହି ପ୍ରେମିକ ଯୁଗଳ ନିଜ ଜୀବନୀ ବିଷୟରେ ଗତ କିଛି ଦିନ ହେବ ଟିଭିର ଏକ ସୋରେ କହିଥିଲେ । ନିଜ ବୟସକୁ ଆଖି ଆଗରେ ରଖି କେବେ ବି ଦୁନିଆରୁ ବିଦାୟ ନେଇ ପାରନ୍ତି ବୋଲି ଜୋନ୍ସ କହିଛନ୍ତି । ସେଥି ପାଇଁ ସେ ତାଙ୍କର ପ୍ରତେକ ଦିନ, ପ୍ରତି ମୂହୁର୍ତ୍ତ ତାଙ୍କ ସ୍ଵାମୀଙ୍କ ସହ ବିତାଇବାକୁ ଚାହୁଛନ୍ତି ବୋଲି ଜୋନ୍ସ କହିଛନ୍ତି ।

ଜୋନ୍ସର ଘର ଲୋକ ମାନେ ଏହି ବିବାହରେ ଖୁସି ନୁହନ୍ତି । ତାଙ୍କ ଘର ଲୋକଙ୍କୁ ଲାଗୁଛି ଯେ ମୋହମଦ ପ୍ରେମର ନାଟକ କରୁଛନ୍ତି । ଜୋନ୍ସଙ୍କ ସମ୍ପତି ଉପରେ ମୋହମଦଙ୍କର ନଜର ରହିଛି । ଦେଖିବାକୁ ଗଲେ ମୋହମଦଙ୍କ ସମ୍ପତି ଜୋନ୍ସ ସମ୍ପତି ଠାରୁ ବହୁତ ଗୁଣରେ ଅଧିକ ରହିଛି । ଜୋନ୍ସଙ୍କୁ ଅନେକ ଲୋକ ମୋହମଦଙ୍କ ସହ ମ୍ୟାରେଜ ନ କରିବାକୁ କହିଥିଲେ ମଧ୍ୟ ସେ କିଛି ନ ଶୁଣି ତାଙ୍କୁ ବିବାହ କରିଥିଲେ । ଏବେ ତାଙ୍କ ସମ୍ପର୍କୀୟ ମାନେ ତାଙ୍କ ସହ କୌଣସି ସମ୍ପର୍କ ରଖିନାହାନ୍ତି ।

ସେଥିପାଇଁ ୮୧ ବର୍ଷର ଜୋନ୍ସ ଏକୁଟିଆ ରହୁଛନ୍ତି । ସେ ତାଙ୍କ ସ୍ଵାମୀଙ୍କୁ ବହୁତ ଜଲ୍ଦି ବ୍ରିଟେନକୁ ଆଣିବାକୁ ଚାହୁଛନ୍ତି । ଜୋନ୍ସ ୟୁକେର ପିଏମ ଜନସନଙ୍କୁ ତାଙ୍କ ସ୍ବାମୀଙ୍କୁ ବୀଜା ଦେବା ପାଇଁ ଅନୁରୋଧ କରିଛନ୍ତି । ନିଜ ସ୍ବାମୀଙ୍କ ବିନା ଗୋଟେ ମୂହୁର୍ତ୍ତ ବଞ୍ଚି ପାରିବେ ନାହି ବୋଲି ସେ କହିଛନ୍ତି । ବିବାହ ପରେ ଗୋଟିଏ ରାତି ସେ ତାଙ୍କ ସ୍ବାମୀଙ୍କ କଥା ଭାବି କାନ୍ଦିଥିଲେ ବୋଲି କହିଛନ୍ତି ।

ବିବାହ ପରେ ସେ ତାଙ୍କ ସ୍ବାମୀଙ୍କୁ ଦେଖା କରିବାକୁ ୩ ଥର ଇଜିପ୍ଟ ଯାଇସାରିଛନ୍ତି । କିନ୍ତୁ ଏବେ ତାଙ୍କ ସ୍ଵାମୀ ତାଙ୍କ ପାଖରେ ଆସି ରୁହନ୍ତୁ ବୋଲି ସେ ତାଙ୍କ ମତରେ କହିଛନ୍ତି । ଏହି ପ୍ରେମୀ ଯୁଗଳ ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।