ଅନୁପମ ଖେରଙ୍କ ପରିବାରକୁ ବି କାରୋନା, ମା ଓ ଭାଇ ସମେତ ୪ଜଣ ବାହରିଲେ ପଜିଟିବ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କର ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହେବା ପରେ ବର୍ତ୍ତମାନ ବଲୀଉଡର ଅନ୍ୟ ଏକ ପ୍ରତିଷ୍ଠିତ କଳାକାରଙ୍କ ପରିବାର ବି କରୋନାର ଶିକାର ହୋଇ ଯାଇଛନ୍ତି । କହିବାକୁ ଗଲେ ବଲୀଉଡର ମହାନ କଳାକାର ଅନୁପମ ଖେରଙ୍କ ମା ଓ ଭାଇ ସମେତ ତାଙ୍କ ପରିବାରର ମୋଟ ୪ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇ ଯାଇଛନ୍ତି ।

କହିବାକୁ ଗଲେ ଅନୁପମ ଖେର ରବିବାର ଦିନ ଟ୍ୱୀଟ କରି ଏହାର ସୂଚନା ଦେଇଛନ୍ତି । ଅନୁପମ ଖେର ନିଜର ଏକ ଭିଡିଓ ପୋସ୍ଟ କରି ଏହାର ସୂଚନା ଦେଇଥିଲେ । ଭିଡିଓରେ ସେ କହିଲେ କି କିଛି ଦିନ ପୂର୍ବେ ହିଁ ତାଙ୍କର ମା ଦୁଲାରିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଥିଲା । ତାଙ୍କୁ ଭୋକ ଲାଗୁ ନ ଥିଲା ଓ ସେ ସବୁବେଳେ ଶୋଇ ରହୁଥିଲେ । ଡାକ୍ତରଙ୍କ ନିର୍ଦେଶ ପରେ ସେ ତାଙ୍କ ମାଙ୍କ ବ୍ଲଡ ଟେସ୍ଟ କରାଇଲେ ।

ଯେଉଁଥିରେ ସବୁ ଠିକ ବାହାରିଲା । ଏହା ପରେ ସିଟି ସ୍କାନ କରାଇଲେ । ଯାହାର ଟେଷ୍ଟିଙ୍ଗରେ ତାଙ୍କ ଶରୀର ମଧ୍ୟରେ କରୋନାର କିଛି ଲକ୍ଷଣ ମିଳିଲା । ତାଙ୍କର ମା ମାଇଲ୍ଡ କରୋନା ପଜିଟିବ ଅଟନ୍ତି ।

ଅନୁପମଙ୍କ କରୋନା ଟେସ୍ଟ ନେଗେଟିବ

ଏହା ପରେ ଅନୁପମ ଓ ତାଙ୍କ ଭାଇ ରାଜୁ ବି ନିଜର କରୋନା ଟେସ୍ଟ କରାଇଲେ । ରିପୋର୍ଟରେ ଅନୁପମ ନେଗେଟିବ ବାହରିଲେ । କିନ୍ତୁ ତାଙ୍କର ଭାଇଙ୍କ ଟେସ୍ଟ ରେଜଲ୍ଟ ମାଇଲ୍ଡ କୋବିଡ – ୧୯ ମିଳିଲା । ଏହା ପରେ ରାଜୁଙ୍କ ପୁରା ପରିବାର ବି କରୋନା ଟେସ୍ଟ କରାଗଲା । ଏଥିରେ ଅନୁପମଙ୍କ ଭାଉଜ ଅର୍ଥାତ ରାଜୁଙ୍କ ପତ୍ନୀ ଓ ଝିଆରୀ ବୃନ୍ଦା ମାଇଲ୍ଡ କରୋନା ପଜିଟିବ ବାହାରିଲେ ।

ଯେତେବେଳେ କି ଅନୁପମଙ୍କ ପୁତୁରା ନେଗେଟିବ ଅଟନ୍ତି । ଅନୁପମ କହିଲେ କି ତାଙ୍କର ମାଙ୍କୁ କୋକିଲାବେନ ହସ୍ପିଟାଲରେ ଆଡମିଟ କରାଯାଇଛି । ଏହା ବିଷୟରେ ବିଏମସିକୁ ବି ସୂଚନା ଦିଆ ଯାଇଛି ଓ ବର୍ତ୍ତମାନ ତାଙ୍କର ଘର ସ୍ୟାନିଟାଇଜ କରାଯିବ । ଏହା ଛଡା ଅନୁପମ ଲୋକମାନଙ୍କୁ ସନ୍ଦେଶ ଦେଇ କହିଛନ୍ତି କି ସେ ନିଜର ମାତା ପିତାଙ୍କ ଧ୍ୟାନ ରଖନ୍ତୁ । ଏହା ସହିତ ସେ ଡାକ୍ତରମାନଙ୍କ ବି ପ୍ରଶଂସା କରିଛନ୍ତି । ଯେଉଁମାନେ ଦିନ ରାତି ଲୋକମାନଙ୍କ କାମ କରୁଛନ୍ତି ।