ସ୍ଵାମୀ ନୁହେଁ ରାକ୍ଷସ କହିବେ, ସ୍ତ୍ରୀକୁ ୨୪ ଘଣ୍ଟା ସମ୍ବନ୍ଧ ବନେଇବାକୁ କରୁଥିଲା ବାଧ୍ୟ, ବେହୋସ ହେବା ପରେ ବି ଛାଡୁନଥିଲା

କହିବାକୁ ଗଲେ ସ୍ଵାମୀ ସ୍ତ୍ରୀ ସମ୍ବନ୍ଧିତ ଏକ ଏମିତି ଘଟଣା ସାମ୍ନାକୁ ଆସୁଛି ଯାହା ଆପଣଙ୍କୁ ଆଚମ୍ବିତ କରିଦେବ । କହିବାକୁ ଗଲେ ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ ଓ ଯୁବତୀର ବିବାହ ୧୧ ନଭେମ୍ବର ୨୦୧୮କୁ ଧାର୍ମିକ ପରମ୍ପରା ସହ ହୋଇଥିଲା । ଯୁବତୀର ଭାଇ ଓ ଭାଉଜ ବିବାହରେ ୧୫ ଲକ୍ଷ ଟଙ୍କା ଖର୍ଚ କରିଥିଲେ । କିନ୍ତୁ ବିବାହ ପରେ ଯୁବତୀକୁ ଜଣା ପଡିଲା କି ତାହାର ସ୍ଵାମୀ ମଦ୍ୟପାନ କରେ, ଏହା ସହିତ ଅଫିମ ଓ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ବି କରେ ।

୨୪ ଘଣ୍ଟା ତାହାର ସ୍ଵାମୀ ଯୁବତୀର ସହ ଶାରୀରିକ ସମ୍ବନ୍ଧ ବି କରୁଥିଲା । ମନା କରିଲେ ମାରପିଟ ବି କରୁଥିଲା ଓ ଜବରଦସ୍ତି ବି କରୁଥିଲା । ବେହୋସ ହେବା ସତ୍ବେ ବି ଯୁବତୀର ସ୍ଵାମୀ ତାକୁ ଛାଡୁ ନ ଥିଲା । କେତେ ଥର ସେ ନିଜର ସ୍ଵାମୀ ପାଖରୁ ନିଶାଦ୍ରବ୍ୟ ବି ପାଇଛି । ବିରୋଧ କରିଲେ ତାହାର ସ୍ଵାମୀ ଓଲଟା ତାକୁ ମାରୁଥିଲା । ଏହା ପରେ ଯୁବତୀ ଜଣକ ନିଜର ଶାଶୁକୁ ସବୁ କଥା କହିଲା କିନ୍ତୁ ଶାଶୁ ଓଲଟା ତାକୁ ହିଁ ଗାଳି କରିଲା ଓ ଶାଶୁ ବି ମାରପିଟ କରିବା ଆରମ୍ଭ କରିଦେଲା ।

ବିବାହ ପୂର୍ବରୁ ପ୍ରଥମେ ସ୍ଵାମୀ ପାଖରେ ୬ ଏକର ଜମି ଅଛି ବୋଲି କୁହାଯାଇଥିଲା । କିନ୍ତୁ ଅସଲରେ ତାହା ୧ ଏକର ଜମି ଥିଲା । ଥରେ ଯୁବତୀକୁ ଛାତରୁ ଧକା ଦେଇ ମାରିବାକୁ ବି ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ନିଜକୁ ଏକ ଘରେ ବନ୍ଦ କରି ନିଜର ଜୀବନ ବଞ୍ଚାଇ ନେଇ ଥିଲା । ଏହା ପରେ ଯୁବତୀ ଜଣକ ପୁଣି ଥରେ ନିଜର ଶାଶୁକୁ ନିଜର ସ୍ଵାମୀକୁ ବୁଝାଇବା ପାଇଁ କହିଲା କିନ୍ତୁ ଶାଶୁ ଜବାବ ଦେଲା କି ଏହି ଘରେ ଏହିଭଳି ହିଁ ଚାଲିଥାଏ ।

ଏହା ପରେ ଯୁବତୀର ଭାଇ ଭାଉଜ ଆସି ଯୁବତୀକୁ ତାଙ୍କ ଘରକୁ ନେଇଗଲେ ଓ ୨ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ତାହାର ଚିକିତ୍ସା ଚାଲିଲା । ପୁଣି ସମ୍ପର୍କୀୟମାନଙ୍କ ମଧ୍ୟରେ ଶଶୁରଘର ଲୋକମାନେ ନିଜର ଭୁଲକୁ ସ୍ଵୀକାର କରି ଯୁବତୀକୁ ନିଜ ସହିତ ଯିବା ପାଇଁ କହିଲେ । ଅନ୍ୟ ପଟେ ଯୁବତୀ ବି ନିଜର ବୈବାହିକ ଜୀବନକୁ ପୁଣି ଥରେ ନୂତନ ରୂପରେ ଆରମ୍ଭ କରିବା ଉଦ୍ଦେଶ୍ୟରେ ଶଶୁର ଘରକୁ ଚାଲି ଆସିଲା । କିନ୍ତୁ ରାସ୍ତାରେ ହିଁ ଶାଶୁ ଯୁବତୀକୁ କମ ଯୌତୁକ ଆଣିବା କଥାକୁ ନେଇ ଗାଳି ଦେବାକୁ ଲାଗିଲା ।

ଏହା ସହିତ ଗାଡିରୁ ତଳକୁ ଓଲହାଇ ଯିବା ପାଇଁ ବି କହିଲା । ଏହା ପରେ କିଛି ଦିନ ପରେ ଦିନେ ଯୁବତୀର ଭାଇ ଭାଉଜ ତାଙ୍କ ଘରେ ଏକ ପ୍ରୋଗ୍ରାମ ରଖିଲେ, ଯେଉଁଠି ଯୁବତୀ ଓ ତାହାର ସ୍ଵାମୀକୁ ଯିବାର ଥିଲା । ଏହା ପରେ ଯୁବତୀ ଜଣକ ଘରୁ ତ ବାହରିଲା କିନ୍ତୁ ତାହାର ସ୍ଵାମୀ ଯୁବତୀକୁ ଅନ୍ୟ ଏକ ସ୍ଥାନକୁ ନେଇ ଗଲା । ରାସ୍ତାରେ ତାକୁ ମଦ ପିଇବାକୁ ବାଧ୍ୟ କରିଲା । ଏହା ସହିତ ମଦ ନିଶାରେ ଗାଡି ଦ୍ରୁତ ଗତିରେ ଚଲାଉ ଥିଲା ।

ଏହା ପରେ ଯୁବତୀ ନିଜ ଭାଇ ଭାଉଜଙ୍କ ଘରକୁ ନ ଯାଇ ପାରି ପୁଣି ଥରେ ଶଶୁର ଘରକୁ ଚାଲି ଆସିଲା । କିନ୍ତୁ ୨୩ ଜୁଲାଇ ୨୦୧୯ ରାତିରେ ଯୁବତୀ ସହିତ ତାହାର ସ୍ଵାମୀ ବହୁତ ଝଗଡା କରିବାକୁ ଲାଗିଲା ଓ ଶେଷରେ ତାକୁ ଧକା ମାରି ଘରୁ ବାହାର କରି ଦେଲା ଓ ତାହା ସହିତ ମାରପିଟ ବି କରିବାକୁ ଲାଗିଲା । ଏହା ପରେ ରାତିରେ ହିଁ ଯୁବତୀର ଭାଇ ଭାଉଜ ଯୁବତୀକୁ ତାହାର ଶଶୁର ଘରର ବାହାରୁ ଆସି ନେଇ ଗଲେ ।

ଏମିତି ଯୁବତୀର ସ୍ଵାମୀ ନିଶାରେ ବହୁତ କିଛି କରୁଥିଲା । ଯାହା କାହାକୁ ବି କହି ହେବ ନାହିଁ । ଏହା ପରେ ଯୁବତୀର ଘର ଲୋକମାନେ ପୋଲିସରେ କେସ ଦାୟର କରିଲେ । ପୋଲିସ ବି ଆରୋପି ସ୍ଵାମୀ ବିରୁଦ୍ଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ।