ଦେଖନ୍ତୁ ଭିଡିଓ, ଅମିତାଭ ବଚ୍ଚନ ନାନବତୀ ହସ୍ପିଟାଲର ଡାକ୍ତରମାନଙ୍କୁ କହିଲେ…, ହେଉଛି ଭାଇରାଲ

ବଲୀଉଡର ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କର ପୁଅ ଅଭିଷେକ ବଚ୍ଚନ ଶନିବାରକୁ କରୋନା ଭାଇରସରେ ପଜିଟିବ ବାହାରିଛନ୍ତି । ଏହା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପରେ ଦେଶରେ ହଙ୍ଗାମା ହୋଇ ଯାଇଛି । ସମସ୍ତେ ବିଗ ବି ଓ ଅଭିଷେକ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଅମିତାଭ ବଚ୍ଚନ ଶନିବାର ଦିନ ହିଁ ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ ।

କିନ୍ତୁ ବର୍ତ୍ତମାନ ହସ୍ପିଟାଲ ଅଧିକାରୀମାନେ ଅମିତାଭ ବଚ୍ଚନଙ୍କ ସ୍ଥିତି ସ୍ଥିର ଅଛି ବୋଲି କହିଛନ୍ତି । ଏହା ମଧ୍ୟରେ ବିଗ ବିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନାନାବତୀ ହସ୍ପିଟାଲର କୋବିଡ – ୧୯ର ଯୋଦ୍ଧାମାନଙ୍କ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ଅମିତାଭ ବଚ୍ଚନ ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଭର୍ତ୍ତି ହେବାର କିଛି ସମୟ ପରେ ହିଁ ସେ ଏକ ଭିଡିଓ ସନ୍ଦେଶ ରେକର୍ଡ ଜାରି କରିଥିଲେ । ଯାହା ବର୍ତ୍ତମାନ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ଅମିତାଭ ବଚ୍ଚନ ଡାକ୍ତରମାନଙ୍କ କଥା କହୁଛନ୍ତି । ଭିଡିଓରେ ବିଗ ବି କହୁଛନ୍ତି କି – ‘ନମସ୍କାର ମୁଁ ଅମିତାଭ ବଚ୍ଚନ ଅଟେ । ମୁଁ ନାନାବତୀ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ଟାଫମାନଙ୍କ ବିଷୟରେ କିଛି କହିବାକୁ ଚାହୁଁଛି । ଯେଉଁମାନେ ଏହି କଠିନ ପରିସ୍ଥିତିରେ ଏହିଭଳି କଷ୍ଟକର କାମ କରୁଛନ୍ତି । ବର୍ତ୍ତମାନ ହିଁ ମୁଁ ଟ୍ୱିଟର ରେ ଲେଖିଥିଲି କି ସୁରତ ଗୁଜୁରାଟରେ ଏକ ବିଲବୋର୍ଡ ଲାଗିଥିଲା ।

ଆପଣମାନେ ଜାଣିଛନ୍ତି କି ମନ୍ଦିର କାହିଁକି ବନ୍ଦ ଅଛି । କାରଣ ଭଗବାନ ଧଳା କୋଟ ପିନ୍ଧି କାମ କରୁଛନ୍ତି । ଆପଣ ସବୁ ଡାକ୍ତର, ନର୍ସ ଓ ଯେଉଁମାନେ ବି ହସ୍ପିଟାଲରେ କାମ କରୁଛନ୍ତି ଆପଣ ସମସ୍ତେ ଇଶ୍ଵରଙ୍କ ରୂପ ଅଟନ୍ତି । ଆପଣ ସମସ୍ତେ ଏତେ ପରିଶ୍ରମ ସହିତ ମଣିଷତ୍ଵ ପାଇଁ କାମ କରୁଛନ୍ତି । ଜୀବନଦାୟୀ ହୋଇ ଯାଇଛନ୍ତି ଆପଣ । ମୁଁ ହାତ ଯୋଡି ଆପଣଙ୍କ ପ୍ରଶଂସା କରୁଛି । ନତମସ୍ତକ ଅଟେ ମୁଁ ଆପଣଙ୍କ ସାମ୍ନାରେ, ଆପଣମାନେ ବହୁତ ହିଁ ପ୍ରଶଂସନୀୟ କାମ କରୁଛନ୍ତି ।

 

View this post on Instagram

 

#amitabhbachchan had made this video to thank the covid warriors of Nanavati hospital

A post shared by Viral Bhayani (@viralbhayani) on

ଅମିତାଭ ବଚ୍ଚନ ଭିଡିଓରେ କହିଲେ କି, ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି କି ଏହି ଦିନ ଗୁଡିକ ଅଳ୍ପ ନିରାଶଜନକ ଅଟେ । ସମସ୍ତେ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି ଓ ଏହା ସହିତ ଚେଷ୍ଟା ବି କରୁଛନ୍ତି । କେତେକ ଲୋକମାନେ ଡିପ୍ରେଶନ ଦେଇ ମଧ୍ୟ ଗତି କରୁଛନ୍ତି । କିନ୍ତୁ ଦୟାକରି ସାହସ ରଖନ୍ତୁ । ଆମେ ସମସ୍ତେ ଏକାଠି ଅଛୁ ଓ ଏକା ସହିତ କାମ କରୁଛୁ । ଆଶା କରୁଛୁ କି ଜଲ୍ଦି ହିଁ ଏହି ପରିସ୍ଥିତି ଭଲ ହୋଇଯିବ ।

ନାନାବତୀ ହସ୍ପିଟାଲକୁ ମୋର ଧନ୍ୟବାଦ, ଏଠି ଯେଉଁ ଡାକ୍ତର, ନର୍ସ ଓ ସ୍ଟାଫମାନେ କାମ କରୁଛନ୍ତି ସମସ୍ତଙ୍କ ସହିତ ମୋର ଭଲ ଅନୁଭବ ରହିଛି । ତାଙ୍କର ସାହାର୍ଯ୍ୟ ପାଇଁ ମୋର ଧନ୍ୟବାଦ । ମୁଁ ଜାଣିଛି ଆପଣଙ୍କ ସ୍ନେହ ଓ ଭଲ ପାଇବା ମୋର ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଅଟେ । ଆପଣ ଏହିଭଳି କାମ କରୁଥାନ୍ତୁ । ପୁରା ଦେଶ ଆପଣଙ୍କୁ ସମ୍ମାନ ଓ ସ୍ନେହ ଦେଉଛନ୍ତି । ଆପଣ ଇଶ୍ଵରଙ୍କ ରୂପ ଅଟନ୍ତି ଓ ଇଶ୍ଵର ଆପଣଙ୍କର ରକ୍ଷା କରିବେ ।