Anubhav ଡାକିବା ମାତ୍ରେ ସବୁ କାମ ଛାଡି ଦିଲ୍ଲୀରୁ ଓଡିଶା ଆସିଗଲେ ବାନ୍ଧବୀ Jagrati Shukla, ନିଜେ ଯାଇ ୱେଲକମ୍ କଲେ ଅନୁଭବ, ଦେଖନ୍ତୁ video

ଅନୁଭବ ଡାକିବା କ୍ଷଣି ଦିଲ୍ଲୀରୁ ଦୌଡି ଆସିଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବ ମଧ୍ୟ ଯାଇ ହାତ ମିଳାଇ ତାଙ୍କୁ ୱେଲକମ୍ କରିଛନ୍ତି । କିଛି ମାସ ପୂର୍ବେ ଅନୁଭବଙ୍କ ମାନସିକ ଅବସ୍ଥା ନେଇ ଜାଗୃତି ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ସେହି ଭିଡିଓରେ ଜାଗୃତି କହିଥିଲେ କି, ଗୋଟିଏ ପୁରୁଷ ଆଖିରେ ଲୁହ ଥିଲେ ବି ଦୁନିଆ ତାହା ବୁଝି ପାରେନି । ଆଉ ଏବେ ଜାଗୃତି ନିଜେ ଆସି ଅନୁଭବଙ୍କ ଗୋଟିଏ ଡାକରାରେ ଓଡିଶାରେ ପହଞ୍ଚି ଯାଇଛନ୍ତି ।

ଜାଗୃତିଙ୍କୁ ଅନୁଭବ ୱେଲକମ୍ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଗତକାଲି ବସନ୍ତ ନାୟକ ଫାଉଣ୍ଡେସନ ଦ୍ଵାରା ବାସନ୍ତୀ ନାୟକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବରେ ଅନୁଭବ ଯୋଗ ଦେଇଥିବା ବେଳେ ଏହା ଥିଲା ସେହି ସମୟର ଦୃଶ୍ୟ । ଏହି ଜୟନ୍ତୀ ଉତ୍ସବରେ ପ୍ରାୟ ସମସ୍ତ ସୁନାମଧାନ୍ୟ ଓଲିଉଡ କଳାକାର ମାନେ ଯୋଗ ଦେଇଥିବା ବେଳେ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା ।

ଅନୁଭବଙ୍କ ସହ ଏହି ଉତ୍ସବରେ ଯୋଗ ଦେବା ପାଇଁ ବାନ୍ଧବୀ ଜାଗୃତି ଶୁକ୍ଲା ଦିଲ୍ଲୀରୁ ଆସିଥିଲେ । ଓଡିଆ ଫିଲ୍ମ ଜଗତରେ ପାଦ ଦେବା ବେଳେ ଫିଲ୍ମ ନିର୍ମାତା ତଥା ପ୍ରଯୋଜକ ବସନ୍ତ ନାୟକ କିଭଳି ଅନୁଭବଙ୍କୁ ବାଟ ଦେଖାଇଥିଲେ ଓ ଅନୁଭବ କିପରି ଆଜି ଏତେ ବାଟ ପାର ହୋଇ ଆସିଛନ୍ତି ସବୁ କଥା ଅନୁଭବ ପ୍ରଥମ ଥର ପାଇଁ ମିଡିଆରେ ପ୍ରକାଶ କରିଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ଅବଦାନ ଢେର ଅଧିକ ରହିଛି । 2004 ରେ ଫିଲ୍ମ “ଆଇ ଲଭ ୟୁ” ମାଧ୍ୟମରେ ଅନୁଭବ ଓଲିଉଡରେ ପ୍ରବେଶ କରିଥିବା ମନେପକାଇ ଥିଲେ । ବର୍ତ୍ତମାନ ଅନୁଭବ ଓଲିଉଡରେ ପାଖାପାଖି 20 ବର୍ଷ ଅତିବାହିତ କରି ସାରିଲେଣି । ଯାହାକି ବସନ୍ତ ନାୟକଙ୍କ ବିନା ହୁଏତ ଅସମ୍ଭବ ହୋଇଥାନ୍ତା । ତାଙ୍କ ସ୍ମୃତିରେ ଏତେ ବଡ ଇଭେଣ୍ଟ କରିଥିବାରୁ ଅନୁଭବ ଏଥିରେ ଯୋଗ ଦେଇ ବେଶ ଖୁସି ଥିବା କହିଛନ୍ତି । ବସନ୍ତ ନାୟକ ଯେଉଁଠି ବି ଅଛନ୍ତି ଖୁସିରେ ଥାଆନ୍ତୁ ବୋଲି ସେ ପ୍ରାର୍ଥନା ମଧ୍ୟ କହିଛନ୍ତି ।

ତେବେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଭବଙ୍କ ଖୁସିକୁ ଆହୁରି ଦ୍ଵିଗୁଣିତ କରି ଦେଇଥିବା ଫ୍ୟାନ୍ସ ମାନେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।