କେମିତି ଭାଇରାଲ ହେଲା ଫ୍ଲାଇଟ ଭିତରର ଫେସବୁକ୍ ଲାଇଭ ଭିଡିଓ ? ବିମାନ ଭିତରୁ କେମିତି କରୁଥିଲେ ଲାଇଭ ଭିଡିଓ ? ଚିନ୍ତା ବଢାଉଛି ଏହିସବୁ ପ୍ରଶ୍ନ !

ଗତ ରବିବାର ଦିନ ପଡୋଶୀ ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାକୁ ନେଇ ଏବେବି ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଦୁର୍ଘଟଣା ସମୟର ଏକ ଲାଇଭ ଭିଡିଓ ଫୁଟେଜ୍ । ବିମାନରେ ବସିଥିବା ଜଣେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବ ପୂର୍ବରୁ ଫେସବୁକ୍ ରେ ଲାଇଭ ଭିଡିଓ କରୁଥିଲେ ବୋଲି କୁହାଯାଉଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ବିମାନରେ ଫେସବୁକ୍ ଲାଇଭ କେମିତି ହେଲା ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ବିମାନରେ ବସିବା ପରେ ମୋବାଇଲକୁ ଫ୍ଲାଇଟ ମୋଡ୍ ରେ ରଖିବା ନିୟମ ରହିଛି । ତେବେ ଏଭଳି ନିୟମ ଉଲ୍ଲଂଘନ କରି କିପରି ଭିଡିଓ କରାଗଲା ? କ୍ରିଉ ମେମ୍ବର କେମିତି ଏହା ଦେଖି ପାରିଲେ ନାହିଁ ? ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି ନେପାଳର ଏହି ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ 4 ଜଣ କ୍ରିଉ ମେମ୍ବରଙ୍କୁ ମିଶାଇ ଏକାଥରେ 71 ଜଣ ପ୍ରାଣ ହରାଇଛନ୍ତି ।

ଆଉ ଏହାପରେ ଦୁର୍ଘଟଣାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଫ୍ଲାଇଟ ଯାତ୍ରୀ ଫେସବୁକ ଭିଡିଓ କରୁଥିବା ଦେଖାଯାଉଛି । ଆଉ ଠିକ ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାସହ ହୁତୁହୁତୁ ହୋଇ ଜଳି ଯାଉଛି । ଏହି ଭିଡିଓକୁ ଦେଖିବା ପରେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଭାଇରାଲ ଭିଡିଓଟି କେଉଁଠୁ ଆସିଲା ବୋଲି ପଚରା ଯିବାରୁ ଏହା ଫେସବୁକରୁ ସଂଗ୍ରହ କରା ଯାଇଥିବା କୁହାଯାଉଛି ।

ତେବେ ଫେସବୁକ ଲାଇଭ ପରେ ଭିଡିଓ ଶେୟାର ହୋଇ ନଥିଲେ ମଧ୍ୟ ଭିଡିଓଟି କେଉଁଠୁ ମିଳିଲା ବୋଲି ପ୍ରଶ୍ନ ଉଠୁଛି । ଏହାସହ ଅନେକ ଲୋକ ଆଉ ଏକ ଦିଗକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଏବେ ବିମାନ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରହସନ ଉଠିଛି । ବିମାନରେ କେହି ଯାତ୍ରା କରିବା ବେଳେ ମୋବାଇଲକୁ ସବୁବେଳେ ସ୍ଵିଚ ଅଫ୍ କିମ୍ବା ଫ୍ଲାଇଟ ମୋଡ୍ ରେ ରଖିବାର ନିୟମ ରହିଛି । ହେଲେ କିଛି ଲୋକ ଏହି ଗାଇଡଲାଇନକୁ ମାନି ନଥାନ୍ତି ।

ଆଉ ଏହି ଅବହେଳା ହିଁ ବେଳେବେଳେ ବିପଦକୁ ଟାଣି ଆଣେ ବୋଲି ଆଶଙ୍କା କରାଯାଉଛି । ବିମାନରେ ମୋବାଇଲ ଫୋନ ଏରୋପ୍ଳେନ ମୋଡ୍ ରେ ନ ରହିଲେ କିଛି ବି ଦୁର୍ଘଟଣା ଘଟେ ନାହିଁ । ହେଲେ ସୁରକ୍ଷାଗତ କାରଣରୁ ଏହାକୁ ଏରୋପ୍ଳେନ ମୋଡରେ ରଖିବାକୁ ନିର୍ଦ୍ଦେଶ ଦିଆଯାଏ । ମୋବାଇଲ ସିଗନାଲ ଇଲୋକ୍ଟ୍ରୋ ମ୍ୟାଗ୍ନେଟିକ ଇଣ୍ଟରଫରେନ୍ସ କରୁଥିବାରୁ ଏହାକୁ ବିପଦଜନକ ମନେ କରି ଫ୍ଲାଇଟ ମୋଡରେ ଫୋନ ରଖିବାକୁ କୁହାଯାଏ ।

କିଛି ଲୋକଙ୍କ କହିବା କଥା କି ବିମାନରେ ଥିବା ୱାଇଫାଇ ବ୍ୟବହାର କରି ହୁଏତ ବ୍ୟକ୍ତି ଫେସବୁକ ଲାଇଭ କରିପାରନ୍ତି । ତେବେ ଯାହାବି ହେଉ ଭିଡିଓଟି କିଭଳି ଭାଇରାଲ ହେଲା ଏହାର ସତ୍ୟତା ପଦାକୁ ଆସିବା ନିହାତି ଦରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।