ପୁଅଟିଏ ପାଇବାର ମନସ୍କାମନା ପୂରଣ ହେଲା, ହେଲେ ନିଜେ ଦୁନିଆ ଛାଡି ଚାଲିଗଲେ, ଦେଖନ୍ତୁ କଣ କହୁଛନ୍ତି ପରିବାର ଓ ବନ୍ଧୁ, ଦେଖନ୍ତୁ video

ବାପା ଚାହୁଁଥିଲେ ପୁଅଟେ ହେଉ । ତେଣୁ କେତେ ଦିଅଁ ଦେବତାଙ୍କୁ ଜଳଲାଗି ଓ ପୂଜାର୍ଚ୍ଚନା କରିବା ପରେ ପୁଅଟିଏ ବି ହେଲା । ସେଥିପାଇଁ ନେପାଳ କାଠମାଣ୍ଡୁ ଯାଇ ପଶୁପତିନାଥଙ୍କୁ ମଥା ଟେକି ଧନ୍ୟବାଦ ଦେବାକୁ ବାହାରି ଯାଇଥିଲେ । ହେଲେ ସତରେ ଯେମିତି ମଝି ଆକାଶରେ ଯମ ଛକି ବସିଥିଲା । ଅବତରଣ କରିବାର ମାତ୍ର 10-20 ସେକେଣ୍ଡ ପୂର୍ବରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଥିବା ବେଳେ ଏଥିରେ ଥିଲେ ଉତ୍ତରପ୍ରଦେଶ ଗାଜିପୁର ଜିଲ୍ଲାର ସୋନୁ ଯଶୱାଲ ।

ବାରଣାସୀରେ ବ୍ୟବସାୟ କରୁଥିବା ସୋନୁ ସାଙ୍ଗମାନଙ୍କ ସହ ନେପାଳ ଗସ୍ତରେ ଯାଇଥିଲେ । ଆଉ ଏବେ ତାଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ବାରଣାସୀର ସାରନାଥରେ ମଦ ବ୍ୟବସାୟ କରୁଥିବା ସୋନୁଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ତାଙ୍କ ପରିବାର ସହଜରେ ଗ୍ରହ କରି ପାରୁନାହାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିମାନ ଦୁର୍ଘଟଣାର 10 ସେକେଣ୍ଡ ପୂର୍ବର ଭାଇରାଲ ଭିଡିଓ ପ୍ରମାଣ କରୁଛି କି କେତେ ଭୟାନକ ଥିଲା ଏହି ଦୁର୍ଘଟଣା ।

ତାଙ୍କ ସହ ତାଙ୍କର ତିନିଜଣ ସାଙ୍ଗ ମଧ୍ୟ ପ୍ରାଣ ହରାଇଛନ୍ତି । ପଶୁପତିନାଥଙ୍କ ଦର୍ଶନ ପରେ ଏମାନେ ପୋଖରାରେ ପାରା ଗ୍ଲାଇଡିଂର ମଜା ଉଠାଇ ଭାରତ ଫେରିଥାନ୍ତେ । ହେଲେ ଏମାନଙ୍କ କପାଳରେ ଯେ ଏକାସାଙ୍ଗେ ମୃତ୍ୟୁ ଲେଖାଅଛି ଏକଥା କେହି କେବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ ।

ଏହି ଘଟଣା ସମ୍ପର୍କରେ ଜାଣିବା ଅପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖପ୍ରକାଶ କରିଛନ୍ତି । ଏନେଇ ସେ ଏକ ଶୋକବାର୍ତ୍ତା ମଧ୍ୟ ଟ୍ବିଟ କରିଛନ୍ତି । ସେ ନିଜ ବାର୍ତ୍ତାରେ, ମୃତ୍ୟୁବରଣ କରିଥିବା ସମସ୍ତ 5 ଜଣ ଭାରତୀୟଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଭଗବାନ ଶ୍ରୀରାନ ସେମାନଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ବୋଲି ନିଜ ଶୋକବାର୍ତ୍ତାରେ ଲେଖିଛନ୍ତି ଯୋଗୀ ଆଦିତ୍ୟନାଥ । ମୃତ୍ୟୁବରଣ କରିଥିବା ସମସ୍ତେ ଘରର ରୋଜଗାରିଆ ପୁଅ ହୋଇଥିବା ବେଳେ ସେମାନଙ୍କ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି ।

ତେଣୁ ସ୍ଥାନୀୟ ଲୋକେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ ସହ ସମସ୍ତଙ୍କ ମୃତ ଶରୀର ଭାରତ ଅଣାଯିବା ବ୍ୟବସ୍ଥା କରାଯାଉ ବୋଲି ଦାବି କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।