Anubhabଙ୍କ ମା’ଙ୍କୁ ଦେଖା କଲେ Jagruti Shukla, ଆଗକୁ ବାଜିବାକୁ ସାହାନାଇ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି ଜାଣିଥିବେ ଓଡିଆ ସିନେ ଜଗତର ସୁପରଷ୍ଟାର ଅନୁଭବଙ୍କ ବିବାଦ ସମ୍ପର୍କରେ । ଯାହାଫଳରେ ଅନୁଭବ ମହାନ୍ତି ବେସ ଚର୍ଚ୍ଚାର ବିଷୟ ପାଲଟି ସାରିଛନ୍ତି ଓଡିଶାରେ । ସ୍ତ୍ରୀଙ୍କ ସହ ବିବାଦ ଚାଲିଥିଲା ଆଉ କିଛି ଦିନ ପୂର୍ବରୁ ତାଙ୍କ ବିବାହର ଏକ ଝଲକ ଆସିଥିଲା ଆଉ ଏବେ ଏକ ବଡ ଝଟକା ଲାଗିଛି ଫ୍ୟାନ ମାନଙ୍କୁ ତାହା ହେଉଛି ଅନୁଭବଙ୍କ ଘରେ ଜାଗୃତି ଶୁକ୍ଲା ତାଙ୍କ ମାଙ୍କୁ ଭେଟ କରିବା ପାଇଁ ଯାଇଛନ୍ତି । ତେବେ ଏହା ପଛର ପ୍ରକୃତ ସତ ସମ୍ପର୍କରେ ଆସନ୍ତୁ ଜାଣିବା ।

ଅନୁଭବଙ୍କ ପ୍ରିୟା ବାନ୍ଧବୀ ଅଟନ୍ତି ଜାଗୃତି ଶୁକ୍ଲା । ତେଣୁ ଅନୁଭବ ତାଙ୍କ ସହ କିଛି ସମୟ ମଧ୍ୟ ବିତାଇଥାନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରନ୍ତି । ତେବେ ସାମ୍ନାରେ ଦେଖା ଯାଉଥିବା ଫଟୋ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି କି ଏହି କଥାର ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଅଛି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ପରେ ଅନୁଭବ ବେସ ଖୁସି ନଜର ଆସିଥିଲେ ନିଜ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହ ।

ଏହାକୁ ନେଇ କଥା ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ଏହି କଥାଟି ଲୋକଙ୍କ ମନରେ ଝାପସା ହେବା ଅଗରୁ ଆଉ ଏକ ଚମକାଇ ଦେବା ଫଟୋ ଦେଖିବାକୁ ମିଳିଛି । ସେହି ଫଟୋରେ ଜାଗୃତି ଅନୁଭବଙ୍କ ଘରେ ତାଙ୍କ  ମା ଏବଂ ଭାଉଜଙ୍କ ସହ ବେସ ଖୁସି ହୋଇ ଫଟୋ ଉଠାଇ ଥିବାର ନଜର ଆସିଛନ୍ତି ।

ତେବେ ଜାଗୃତି ଏବଂ ଅନୁଭବଙ୍କ ସମ୍ପର୍କକୁ ନେଇ ଅନେକ କଥା ଆଗରୁ ହିଁ ଚର୍ଚ୍ଚାର ବିଷୟ ହୋଇ ଆସୁଛି । ଏହି ଭଳି ସମୟରେ ଜାଗୃତି ଅନୁଭବଙ୍କ ସହ ନଜର ଆସିବା ସହ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ନଜର ଆସିଛନ୍ତି । ଏହି କଥା ଦର୍ଶକ ମାନଙ୍କ ମନରେ ଆଉ କିଛି ବଡ କଥା ଘଟିବାର ଆଶଙ୍କା ଆଣି ଦେଉଛି ।

ଭଲ ବନ୍ଧୁ ଆଉ ଆଗକୁ ଅନୁଭବଙ୍କ ହାତ ସାରା ଜୀବନ ପାଇଁ ଧରିବାକୁ ଯାଉ ନାହାନ୍ତି ତ ଏଭଳି କିଛି ପ୍ରଶ୍ନ ଅନୁଭବଙ୍କ ଫ୍ୟାନ ମାନଙ୍କ ମନରେ ଉଙ୍କି ମାରୁଛି । ତେବେ ଆଗକୁ ଅନୁଭବ ଏବଂ ଜାଗୃତିଙ୍କ ସମ୍ପର୍କରେ କଣ ମୋଡ ଆସିବାକୁ ଯାଉଛି ତାହା ତ ସମୟ ଆସିଲେ ଜଣା ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ସେୟାର କରିବାକୁ ଜମା ବି ଭୁଲିବେନି ।