ଭୁବନେଶ୍ଵରରେ ମୋ ପ୍ରେମ ଆରମ୍ଭ ହେବ, ଏବେ ଖାଲି ଡ୍ରାମା ଚାଲିଛି… କାହିଁକି ଏମିତି କହିଲେ Prakruti Mishra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଅଭିନେତ୍ରୀ ପ୍ରକୃତି ମିଶ୍ର ବେସ ଜଣା ଶୁଣା ଓଡିଶାରେ ମଧ୍ୟ ଏବଂ ଓଡିଶା ବାହାରେ ମଧ୍ୟ । ପିଲାବେଳୁ ନିଜର ଅଭୟନୟ ଯାଦୁରେ ସମସ୍ତଙ୍କ ମନକୁ କିଣି ଆସିଛନ୍ତି । ନିଜର ଅଭିନୟର କଳାରେ ଏବେ ଯାଏ ନିଜର କାମରେ ଆଗକୁ ବଢିବାରେ ଲାଗିଛନ୍ତି । ତେବେ ପ୍ରକୃତି ମିଶ୍ର ଭୁବନେଶ୍ଵରରେ ପ୍ରେମ ଆରମ୍ଭ ହେବ ଏଭଳି ଏକ ଅଜବ କଥା କାହିଁକି କହିଛନ୍ତି ଏହାର ପ୍ରଶ୍ନ ଆପଣଙ୍କ ମନରେ ଚାଲୁଥିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରକୃତି ମିଶ୍ରଙ୍କର ଏକ ନୂଆ ଓଡିଆ ଚଳଚିତ୍ରର ଶୁଟିଙ୍ଗ ଚାଲିଛି । ସେହି ଫିଲ୍ମର ଶୁଟିଙ୍ଗ ସମ୍ପର୍କରେ ସେ କିଛି କଥା ଶେୟାର କରିଛନ୍ତି । ତାଙ୍କ ଫିଲ୍ମର କିଛି ପାର୍ଟ ଢେଙ୍କାନାଳ ଜିଲ୍ଲା ଭୁବନର ଏକ ଫାର୍ମ ହାଉସରେ ଶୁଟିଙ୍ଗ ହେଉଛି । ସେ ଢେଙ୍କାନାଳରେ ଶୁଟିଙ୍ଗ କରି ବେସ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ତାଙ୍କର ପିଲାବେଳୁ ଢେଙ୍କାନାଳ ଜିଲ୍ଲା ସହ ଅନେକ କିଛି ସ୍ମୃତି ଯୋଡି ହୋଇ ରହିଛି ବୋଲି ସେ କହିଛନ୍ତି ।

ପ୍ରକୃତିଙ୍କ କହିବା ଅନୁଯାୟୀ ତାଙ୍କ ପିଉସୀଙ୍କ ଘର ଦେଙ୍କାନାଳ । ତେଣୁ ସେ ପିଲାବେଳେ ଢେଙ୍କାନାଳ ଅନେକ ଥର ଯାଇଛନ୍ତି ନିଜ ପିଉସୀଙ୍କ ଘରକୁ ଅନେକ ମଜା ମସ୍ତି କରିଛନ୍ତି । ବହୁତ ଥର କପିଳାସ ମନ୍ଦିର ମଧ୍ୟ ଯାଇଥିବା କଥା ସେ ଲାହିଛନ୍ତି । ଢେଙ୍କାନାଳ ଜିଲ୍ଲା ସହ ତାଙ୍କ ପିଲାବେଳର ସ୍ମୃତି ଯୋଡି ହୋଇ ରହିଥିବାରୁ ତାଙ୍କୁ ସେଠାରେ ଶୁଟିଙ୍ଗ କରିବା ପାଇଁ ବହୁତ ଖୁସି ଲାଗୁଛି ।

ନିଜର ପୁରୁଣା ସ୍ମୃତି ସବୁ ତାଜା ହେବାର ଅନୁଭବ ସେ କରୁଛନ୍ତି । ଭୁବନ ଫାର୍ମ ହାଉସରେ ତାଙ୍କ ଅଭିନୀତ ଫିଲ୍ମର କିଛି ଦୁଃଖ ସିନ ସବୁ ଶୁଟିଙ୍ଗ ହେଉଛି । ସେହି ଫିଲ୍ମରେ ଥିବା ଲଭ ଷ୍ଟୋରିର ଶୁଟିଙ୍ଗ ଏବେ ଯାଏ ଆରମ୍ଭ ହୋଇନାହିଁ । ଯାହା ସମ୍ପର୍କରେ ସେ କହିଛନ୍ତି କି ଫିଲ୍ମର ଲଭଷ୍ଟୋରି ଆରମ୍ଭର ଶୁଟିଙ୍ଗ ଭୁବନେଶ୍ଵରରେ କରାଯିବ ।

ଭୁବନେଶ୍ଵରରେ ପ୍ରେମର ଆରମ୍ଭ ହେବାକୁ ଯାଉଛି ବୋଲି ସେ ଦର୍ଶକ ମାନଙ୍କୁ ସୂଚନା ଦେଇଛନ୍ତି । ସ୍ମାର୍ଟ ସିଟିରେ ସ୍ମାର୍ଟ ପୁଅଙ୍କ ସହ ତାଙ୍କ ଫିଲ୍ମର ଲଭ ସିନ ଶୁଟିଙ୍ଗ ହେବାକୁ ଯାଉଛି । ଫିଲ୍ମର ଶୁଟିଙ୍ଗକୁ ନେଇ ସେ ବେସ ଉତ୍ସାହିତ ଅଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।