କେନ୍ଦ୍ରର ବଡ ନିଷ୍ପତ୍ତି, ରାସନ କାର୍ଡଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର… ଏବେ ବର୍ଷେ ଯାଏ ମିଳିବ ମାଗଣା ଚାଉଳ, କେମିତି ଉଠାଇବେ ଲାଭ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ସରକାର ମାଗଣା ଚାଉଳର ବ୍ୟବସ୍ତା ଅନେକ ଦିନ ଧରି ପ୍ରଦାନ କରି ଆସୁଥିଲେ କିନ୍ତୁ ଏବେ ସେହି ବ୍ୟବସ୍ତାକୁ ବନ୍ଦ କରାଯାଇଥିଲା । କିନ୍ତୁ ଆପଣ ମାନଙ୍କ ପାଇଁ ଏବେ ଖୁସି ଖବର ଆସି ସାରିଛି । ପୁଣି କେନ୍ଦ୍ର ସରକାର ଏକ ବର୍ଷ ଯାଏ  ମାଗଣା ଚାଉଳ ଦେବାର ନିଷ୍ପତି ନେଇଛନ୍ତି ଯାହା ଏବେ କାର୍ଯ୍ୟକାରୀ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ୧ ବର୍ଷ ପାଇଁ ୮୧.୩ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯିବ । ସମସ୍ତ ଖର୍ଚ କେନ୍ଦ୍ର ସରକାର ବହନ କରିବେ । କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋ ପ୍ରତି ୨ ଟଙ୍କା ଓ ମୋଟା ଶସ୍ୟ ପ୍ରତି ଏକ କିଲୋ ୧ ଟଙ୍କା ମୂଲ୍ୟରେ ସରକାର ପ୍ରଦାନ କରିବେ ।

ମାଗଣା ଚାଉଳ ବ୍ୟବସ୍ତା ୨୦୨୩ ଡିସେମ୍ବର ଯାଏଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ଫଳରେ ୮୧୩୫ କୋଟି ଲୋକ ଉପକୃତ ହେବେ । ଏହା ପୂର୍ବରୁ ୨୦୨୨ ମସିହାରେ ମୋଦୀ ସହରକାର ଜନସାଧାରଣଙ୍କୁ ଏକ ବଡ ଭେଟି ଦେଇଥିଲେ । ଦୀପାବଳି ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ କେନ୍ଦ୍ର ସରକାର ଏହି ଉପହାର ପ୍ରଦାନ କରିଥିଲେ । ପୁଣି ଥରେ ସେହି ଉପହାର ନୂତନ ବର୍ଷ ଠାରୁ ଆରମ୍ଭ ହେଉଥିବାରୁ ଖାଉଟି ଏବଂ ସାଧାରଣ ଜନତାଙ୍କ ମନ ବେସ ଖୁସି ।

ଗରିବ ଜନତାଙ୍କ ପାଇଁ କେନ୍ଦ୍ର ସରକାର ନୂତନ ବର୍ଷର ଉପହାର ନେଇ ଆସୁଛନ୍ତି । ଯାହା କି ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିବାକୁ ଯାଉଛି । ଏହି ସୁବିଧାର ଉପଲବ୍ଧି ଗରିବ ଜନସାଧାରଣଙ୍କ ପାଇଁ ଆଶ୍ଵସ୍ତିର କାରଣ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତିକୁ ଜନସାଧାରଣ ସ୍ଵାଗତ ଜଣାଇଛନ୍ତି ।

ଆଉ ମାତ୍ର ଅଳ୍ପ ଦିନ ପରେ ଏହି ମାଗଣା ଚାଉଳ ବ୍ୟବସ୍ତା ଆରମ୍ଭ ହେବ । ଲୋକମାନେ ମାସକୁ ମାସ ମାଗଣା ଚାଉଳର ବ୍ୟବସ୍ତା ପାଇପାରିବେ । ଚାଉଳ ସହ ଗହମ ଏବଂ ଅନ୍ୟ ଶସ୍ୟ ମଧ୍ୟ ମିଳିବ ଖୁବ କମ ମୂଲ୍ୟରେ । ଯାହା ଲୋକମାନଙ୍କ ପାଇଁ ବେସ ସୁବିଧା ଯୋଗାଇ ଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।