Joint Pain Treatment: କେବଳ ୧୦ ମିନିଟରେ ହିଁ ସବୁଦିନ ପାଇଁ ଭଲ ହୋଇଯିବ ହାତ, ଗୋଡ, ଆଁଠୁଗଣ୍ଠି ବିନ୍ଧା ଓ ଅଣ୍ଟାବିନ୍ଧା, କେବଳ କରନ୍ତୁ ଏହି ଉପାୟ

ଆଁଠୁଗଣ୍ଠି ଦରଜ, ଅଣ୍ଟାବିନ୍ଧା ଆଜିକାଲି ଏକ ବଡ ସମସ୍ଯା ହୋଇଗଲାଣି । ଆଜିକାଲି କେବଳ ବୟସ୍କ ବ୍ୟକ୍ତି ନୁହେଁ ବରଂ ଯୁବା ମାନଙ୍କ ଠାରେ ମଧ୍ୟ ଏହି ସମସ୍ଯା ଦେଖିବାକୁ ମିଳୁଛି । ଶରୀରରେ ପୋଷକତତ୍ତ୍ଵ ଏବଂ କାଲସିୟମର ଅଭାବ ହିଁ ଏହାର ମୁଖ୍ୟ କାରଣ ଅଟେ । ଏହି ସମସ୍ଯାକୁ ଦୂର କେଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଆୟୁର୍ବେଦିକ ଘରୋଇ ଉପଚାର ଜଣାଇବୁ । ଏହାର ପ୍ରୟୋଗ କରି ଦେଖନ୍ତୁ ଆପଣ ନିଶ୍ଚୟ ଏହି ସମସ୍ଯାରୁ ବହୁତ ଶୀଘ୍ର ମୁକ୍ତି ପାଇବେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଗୋଲମରିଚ । ଏହା ଆମ ଖାଦ୍ଯର ସ୍ଵାଦ ବଢାଇବା ସହ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପଯୋଗୀ ଅଟେ । ବିଶେଷ ଭାବେ ଏହା ଗଣ୍ଠି ଦରଜ ଏବଂ ଆଥ୍ରାଇଟିସ ଭଳି ସମସ୍ଯା ଦୂର କରିବାରେ ଖୁବ ଲାଭଦାୟକ ଅଟେ । ଏହା ସହ ଗୋଲମରିଚ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ । ଆପଣ ୭-୮ଟି ଗୋଲମରିଚକୁ ଭଲ ଭାବେ କୁଟି ଗୁଣ୍ଡା କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଦା ।

ଶରୀରର ବ୍ୟଥା ଦୂର କରିବା ସହ ବାତରୋଗକୁ ଦୂର କରିବାରେ ଅଦା ଖୁବ ଚମତ୍କାରୀ ଅଟେ । ଏଥିରେ ଥିବା କ୍ୟାଲସିୟମ ଆମ ହାଡକୁ ଶକ୍ତ କରିଥାଏ । ଆପଣ ଖଣ୍ଡେ ଛୋଟ ଅଦାର ଚୋପା ଛଡାଇ ଏକ ଗ୍ରେଟର ସାହାଯ୍ୟରେ ଭଲ ଭାବେ ଘୋରି ନିଅନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କ୍ଷୀର । ଗ୍ଯାସରେ ଏକ ପାତ୍ରରେ ଏକ ଗ୍ଳାସ କ୍ଷୀର ନେଇ ଗରମ କରନ୍ତୁ । କ୍ଷୀରର ଉପକାରିତା ତ ଆମ ସମସ୍ତଙ୍କୁ ଜଣାଅଛି । କ୍ୟାଲସିୟମ, ଭିଟାମିନ ଓ ମିନେରାଲ୍ସରେ ଭରପୁର ଅଟେ କ୍ଷୀର । ପାତ୍ରରେ ବସାଇ ଥିବା ଅଳ୍ପ ଗରମ ହୋଇ ଆସିଲେ ସେଥିରେ ଗୋଲମରିଚ ଗୁଣ୍ଡା ଏବଂ ଘୋରି ରଖିଥିବା ଅଦା ପକାଇ ଦିଅନ୍ତୁ । ଏବେ ସେଥିରେ ଏକ ଚୁଟକି ହଳଦୀ ଗୁଣ୍ଡ ପକାନ୍ତୁ । ହଳଦୀ କଷ୍ଟ ନିବାରକ ଭାବେ କାର୍ଯ୍ୟ କରିବ । ଏବେ ଏହାକୁ ମିଠା କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଗୁଡ ।

ଗୁଡ ମଧ୍ୟ କ୍ୟାଲସିୟମର ଭଣ୍ଡାର ଅଟେ ଓ ଆମ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ଅଟେ । କ୍ଷୀର ଭଲ ଭାବେ ଫୁଟିବା ପରେ ଆପଣ ସେଥିରେ ଅଳ୍ପ ଗୁଡ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଣ୍ଟାବିନ୍ଧା ଦୂର କରିବା ପାଇଁ ଘରୋଇ ଉପଚାର । ଏହାକୁ ଏକ ଗ୍ଳାସରେ ଢାଳି ରାତିରେ ଶୋଇବା ପୂର୍ବରୁ ଧୀରେ ଧୀରେ ସେବନ କରନ୍ତୁ ।

ଆପଣ ଚାହିଁଲେ ଦିନ ସମୟରେ ମଧ୍ୟ ଏହାକୁ ସେବନ କରିପାରିବେ । ଏହାକୁ କେବଳ ୧୫ ଦିନ ସେବନ କରି ଦେଖନ୍ତୁ । ଆପଣଙ୍କ ଅତି ପୁରୁଣା ଆଁଠୁଗଣ୍ଠି ରୋଗ ମଧ୍ୟ ଭଲ ହୋଇଯିବ । ଏହା ଆପଣନ ଶରୀର ଉପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା କରିବ ନାହିଁ । ନିଶ୍ଚୟ ଏହାକୁ ବନେଇ ସେବନ କରି ଦେଖନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।