ଦଶମ ପରୀକ୍ଷା ଦେଇ ଟପ୍ପର ହେଲେ କିନ୍ତୁ ବିଧାତାର ଖେଳ ଆଗରେ ନିଜର ଜୀବନ ହାରିଲେ ସତ କିନ୍ତୁ ତାଙ୍କର ଅଙ୍ଗଦାନ କରି 6 ଜଣଙ୍କର ଜୀବନ ବଞ୍ଚିଲା

ବନ୍ଧୁଗଣ ପାଠ ପଢି ବଡ ମଣିଷ ହେବାର ସ୍ଵପ୍ନ ସମସ୍ତଙ୍କ ମତରେ ଥାଏ । ଆଉ ଏମିତି କିଛି ଦେଖିଥିଲେ କେରଳର 16 ବର୍ଷୀୟ ବାଳକ ବି ଆରାସାରକ । ନିଜ ସ୍ଵପ୍ନ ପୂରଣ କରିବାକୁ ଯାଇ ମନ ଲଗାଇ ଖୁବ ପାଠ ପଢିଥିଲେ । ଆଉ 10ମ ପରୀକ୍ଷା ଦେଇଥିଲେ ।

ହେଲେ ପରୀକ୍ଷା ଫଳ ବାହାରିବା ପୂର୍ବରୁ ତାଙ୍କ ସହ ଏମିତି ଘଟିବ କେହି କେବେ ଭାବି ନ ଥିଲେ । ଏକ ସଡକ ଦୁର୍ଘଟଣାର ଶିକାର ହୋଇ ସବୁ ଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ବି ଆରାସାରକ । ରେଜଲ୍ଟ ବାହାରିଲା A+ ଫ୍ରେଡ ରଖି ଟପ୍ପର ହେଲେ ସାର୍କ । ହେଲେ ଏହି ଖୁଶିର ମୂହୁର୍ତ୍ତ କୁ ଏଞ୍ଜୋଏ କରିପାରିଲେ ନାହିଁ ।

ଆଉ ନିଜ ସ୍ଵପ୍ନ କୁ ପୂରଣ କରିପାରିଲେ ନାହିଁ । କେରଳ ତିରୁବନ୍ତପୁର ନିବାସୀ ବିନିସ କୁମାର ଓ ରଜନୀ ଙ୍କ ପୁଅ ହେଉଛନ୍ତି ସାରକ । ସେ ଜଣେ ମେଧାବୀ ଛାତ୍ର ହେବା ସହ ଜଣେ ପ୍ରତିଭାବାନ ଫୁଟବଲ ଖେଳାଳି ଥିଲେ । ସେ ଅନ୍ତିଗଲ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲେ ।

ଗତ ମେ 6ରେ ମା ଙ୍କ ସହ ଅଟୋରେ ଯାଉଥିବା ସମୟରେ କୁନାନ୍ଥକୁନମ ବ୍ରିଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ସେ ମେଡିକାଲ ରେ ଚିକିତ୍ସା ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ଫୁଟବଲ ଖେଳିବାକୁ ଜୋତା କିଣିବାକୁ ଇଚ୍ଛା କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା ।

ଆଉ ଶେଷରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ନିଜ ପୁଅକୁ ହରାଇ ଭାଙ୍ଗି ପଡିଥିଲେ ବାପା ମା । କେରଳ ଶିକ୍ଷା ମନ୍ତ୍ରୀ ପ୍ରେସ କନଫିରେନ୍ସ ରେ 10ମ ରେଜେଲ୍ଟ ଘୋଷଣା କରିବା ସମୟରେ ଭାବୁକ ହୋଇ ଯାଇଥିଲେ । ସେ ସେତେବେଳେ କହିଥିଲେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସାରକ A+ ଗ୍ରେଡ ହାସଲ କରିଛନ୍ତି ।

ସେତେବେଳେ ତାଙ୍କ ଆଖିରେ ଲୁହ ଚାଲି ଆସିଥିଲା । ନିଜ ମୃ-ତ ପୁଅକୁ ଅନ୍ୟ ମାନଙ୍କ ଶରୀରରେ ଦେଖିବା ପାଇଁ ବାପା ମା ଅଙ୍ଗ ଦାନ କରିବାକୁ ନିସ୍ପତି ନେଇଥିଲେ । ଆଉ ତାଙ୍କର ଏହି ନିସ୍ପତି ସାରକ ଙ୍କୁ ସବୁ ଦିନ ପାଇଁ ଅମର କରି ଦେଲା । ସାରକ ଙ୍କ ଅଙ୍ଗ ଦାନ କାରଣରୁ 6 ଜଣ ନୂଆ ଜୀବନ ପାଇଲେ ।

ତାଙ୍କ ଆଖି, ହାର୍ଟ, ଲିଭର, ବୋନ ମେରୁ ଦାନ କରିଛନ୍ତି ପିତା ମାତା । ସାରକ ଙ୍କ ହାର୍ଟ ଏବେ ଛୋଟ ଛୁଆ ଦେହରେ ପ୍ରତ୍ୟାରୋପଣ କରା ଯାଇଛି । ସମସ୍ତ ଅଙ୍ଗ ପ୍ରତ୍ୟାରୋପଣ ପରେ ସାରକ ଙ୍କ ମୃ-ତ ଶରୀରକୁ ପରିବାରକୁ ହସ୍ତାନ୍ତର କରା ଯାଇଥିଲା ।

ସାରକ ସିନା ଚାଲିଗଲେ ଆଜି ବି ସେ ଅନେକଙ୍କ ଶରୀରରେ ଅମର ହୋଇ ରହିଗଲେ । ସତରେ ତାଙ୍କ ବାପା ମା ଙ୍କ ଏଭଳି ନିସ୍ପତି ସମାଜ ପାଇଁ ଏକ ବଡ ଉଦାହରଣ ହୋଇ ରହିଗଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।