ଦୈନିକ ରାଶିଫଳ 23 ମଇ 2023, ଭଗବାନ ବଜରଙ୍ଗବଲିଙ୍କ ଅଶେଷ କୃପା ରହିବ ଏହି 5ଟି ରାଶି ଉପରେ, ବର୍ଷିବା ପାଇଁ ଯାଉଛି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । ୨୩ ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି ;- ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ଜୀବନରେ ବହୁ ଦିନ ଧରି କିଛି ନା କିଛି ସମସ୍ୟାମାନ ଲାଗି ରହୁଛି । ହେଲେ ବର୍ତ୍ତମାନ ସମୟ ମଧ୍ୟରେ ଏହି ରାଶିରେ ଏକ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଯାହାକି ତାଙ୍କ ଜୀବନରେ ଏକ ଖୁସିର ମୋଡ ଆଣିଦେବା ପାଇଁ ଯାଉଛି । ଚାକିରୀ ପାଇଁ ଅପେକ୍ଷାରେ ରହିଥିବା ବ୍ୟକ୍ତି ନିରାଶା ନହୋଇ ନିହାର ପରିଶ୍ରମ ଜାରୀ ରଖନ୍ତୁ । ଆଜି ଦିନରେ କୌଣସି ଏକ ବଡ ତଥା ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାର ଦାୟିତ୍ଵ ପଡିପାରେ ।

ବୃଷ ରାଶି ;- ଘର ପରିବାରରେ  ବୃଷ ରାଶିଙ୍କ ସମ୍ପର୍କ ଭଲ ରହିବା ପାଇଁ ଯାଉଛି । ବିଦ୍ୟାର୍ଥୀ ମାନଙ୍କ ପାଠ ପଢାରେ ମନ ଲାଗିବ । ଘରକୁ ଅତିଥି ଆସିବାର ସମ୍ଭାବନା ରହୁଛି । ମନ ପ୍ରଫୁଲ୍ଲିତ ରହିବ । ପରିବାରରେ କିଛି ଖାସ କଥାକୁ ନେଇ ଆଲୋଚନା ମଧ୍ୟ କରିବାର ଯୋଗ ରହୁଛି । ପୁରୁଣା ଶତ୍ରୁତାକୁ ନେଇ ଶତ୍ରୁଙ୍କ ସହ ମତଭେଦ ଦେଖାଦେଇପାରେ । ନିଜର ସ୍ଵାସ୍ଥବସ୍ତାକୁ ନେଇ ସାମାନ୍ୟ ବିଚଳିତ ହୋଇପାରନ୍ତି ।

ମିଥୁନ ରାଶି ;- ପାରିବାରିକ ବିବାଦରୁ ବଞ୍ଚିତ ରୁହନ୍ତୁ । କୌଣସି ଧାର୍ମିକ କାର୍ଯ୍ୟରେ ନିଜର ମନୋନିବେଶ କରିବେ । ଯେଉଁ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପରିବାରର ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ମନ୍ଦିରରେ ନିଜ ଶକ୍ଷ ଅନୁସାରେ କିଛି ଦାନଧର୍ମ ଭଳି ପୂଣ୍ୟ କାର୍ଯ୍ୟ କରନ୍ତୁ । ପ୍ରେମ ପ୍ରସଙ୍ଗକୁ ନେଇ ନିଜର ପାର୍ଟନର ସହ କୌଣସି ଯୁକ୍ତିତର୍କ କରିପାରନ୍ତି ।

କର୍କଟ ରାଶି ;- ଦାମ୍ପତ୍ୟ ଜୀବନ ମଧୁରମୟ ରହିବ । କୌଣସି ପୁରୁଣା କଥାକୁ ନେଇ ମନରେ କିଛି ସମୟ ପାଇଁ ବିଚଳିତ ଭାବନା ଆସିପାରେ । ହେଲେ ସମୟକୁ ବରବାଦ ନକରି ସେହି ସମୟର ସଦୁପଯୋଗ କରିବାକୁ ଚେଷ୍ଟା କରନ୍ତୁ । ଧନପ୍ରାପ୍ତିର ମଧ୍ୟ ଯୋଗ ରହୁଛି । ଘରେ କିଛି ସମୟ ନିଜର ସନ୍ତାନ ମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ । ସନ୍ତାନ ମାନଙ୍କ ଠାରୁ ଆଶାନୁଯାଇ ରେଜଲ୍ଟ ଦେଖିବାକୁ ପାଇବେ । ବହୁ ଦିନରୁ ଲାଗି ରହିଥିବା ପାରିବାରିକ କଳହରୁ ମୁକ୍ତି ପାଇବେ ।

ସିଂହ ରାଶି ;- ପୁରୁଣା ନିବେଶରୁ ଟଙ୍କା ଆସିପାରେ । ଘରୋଇ କ୍ଷେତ୍ରରେ କିଛି ସାମାନ୍ୟ କଳି ଝଗଡା ପରିଲକ୍ଷିତ ହୋଇପାରେ । ନିଜର କର୍ତ୍ତବ୍ୟକୁ ଯଥାସମ୍ଭବ ଭଲ ଭଲରେ କରିବା ପାଇଁ ପ୍ରୟାସ କରନ୍ତୁ । ଆପଣଙ୍କ ଶତ୍ରୁ ଆପଣଙ୍କୁ ନେଇ ଅନ୍ୟ ଲୋକଙ୍କ ସାମ୍ନାରେ କିଛି ମଧ୍ୟ ଆଲୋଚନା କରିପାରନ୍ତି । ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ପାର୍ଟନରଙ୍କର ବହୁତ ଅଧିକ ସପର୍ଟ ମିଳିବ । ଯାହା ଦ୍ଵାରା ଆପଣଙ୍କ ପ୍ରତ୍ଯେକଟି କାର୍ଯ୍ୟ କଷ୍ଟସାଧ୍ୟ ହେଲେ ମଧ୍ୟ ଆପଣ କରିବାକୁ ସାହସ ପାଇପାରିବେ ।

କନ୍ୟା ରାଶି ;- ଦିନଟି ଆପଣଙ୍କର ସର୍ବ ଉପରେ ଉତ୍ତମ ରହିବ । ନୂତନ ବନ୍ଧୁ ବନାଇବାର ଯୋଗ ରହୁଛି । କାର୍ଯ୍ୟକ୍ଷେତ୍ରରେ ନିଜ ସାଥି କର୍ମଚାରୀଙ୍କ ଠାରୁ ସାହାଜ୍ଯ ପାଇପାରନ୍ତି । ଭଲ ଭୋଜନ କରିବାର ସମ୍ଭାବନା ରହୁଛି । ଘରେ କିଛି ଛୋଟବଡ ପାର୍ଟିର ଆୟୋଜନ ମଧ୍ୟ କରିପାରିବେ । ଛୋଟ ଛୋଟ କଥାରେ ଚିଡିଚିଡି ନହୋଇ ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କରନ୍ତୁ ।

ତୁଳା ରାଶି ;- ବହୁ ଦିନରୁ କରିଆସୁଥିବା କାର୍ଯ୍ୟ ପାଇଁ ଆଜି ଫଳ ପ୍ରାପ୍ତ କରିପାରନ୍ତି । ସସ୍ଵାସ୍ଥରେ କିଛି ଅସ୍ଵାଭାବିକ ଲକ୍ଷଣ ଦେଖି ପାରନ୍ତି । ବ୍ୟବସାୟରେ ଲାଭାନ୍ଵିତ ରହିବେ । ସନ୍ତାନ ମାନଙ୍କ ଠାରୁ କିଛି ଉପହାର ପାଇପାରନ୍ତି । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହ ଦେଖା ଯାଇପାରେ । ଘରକୁ ଆସୁଥିବା ଗାଈଗୋରୁଙ୍କୁ କିଛି କିଛି ଖାଇବା ଦାନ କରନ୍ତୁ । ପିଲାଙ୍କ ସ୍ଵାସ୍ଥ ଈଉପରେ ଅଧିକ ଟିକେ ଯତ୍ନବାନ ହୋଇ ରୁହନ୍ତୁ । ଏହା ସହ ନିଜ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ବିଛା ରାଶି ;- ଚାକିରୀ କ୍ଷେତ୍ରରେ ପ୍ରଶଂଷାର ପାତ୍ର ହୋଇପାରିବେ । ଆୟ ଠାରୁ ବେୟ ଅଧିକ ହୋଇଯାଇପାରେ । କୌଣସି ବାଦବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସାଙ୍ଗସାଥି ମାନଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖନ୍ତୁ । ବିଦ୍ୟାର୍ଥୀ ମାନେ ନିଜର ପରିଶ୍ରମ ଅନୁଯାଇ ଫଳ ପାଇପାରିବେ । ନିଜର କର୍ମ ଉପରେ ନିଜର ସଂପୂର୍ଣ୍ଣ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ଘର କ୍ରୟ କରିବାର ଇଛାରେ କିଛି ନୂଆ କରିବାର ଆଶାକୁ ଯୋଡି ପାରିବେ ।

ଧନୁ ରାଶି ;- ଧାର ଦେଇଥିଲେ ତାହାକୁ ଆଜି ଫେରି ପାଇବେ । ବାହାଘର ପାଇଁ ଘରକୁ ପ୍ରସ୍ତାବ ଆସିପାରେ । ଭାଇ, ଭଉଣୀଙ୍କ ସାମାନ୍ୟ ମନ ମତାନ୍ତର ଦେଖାଦେବ । ଟଙ୍କାକୁ ନେଇ ବହୁ ଦିନରୁ ଲାଗି ରହିବା ସମସ୍ଯାକୁ ନିଜ ଆଡୁ ସମାଧାନ କରିପାରିବେ । ଆଜି ନିଜର ମନକୁ ଖୁସି ରଖିବା ପାଇଁ ସମସ୍ତ ପରିବାର ସଦସ୍ୟଙ୍କ ସହ ଉତ୍ତମ ଆଚରଣ କରନ୍ତୁ । ଘରକୁ କିଛି ନୂତନ ଜିନିଷ କ୍ରୟ କରିଆଣିବେ । ଘର ପରିବାରରେ ଖୁସିର ମାହୋଲ ରହିବ ।

ମକର ରାଶି ;- ଦିନ ସାରା ନିଜ କାର୍ଯ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ସକ୍ରିୟ ରହିବେ। ନିଜର ସମୟ ବ୍ୟସ୍ଥତା ମଧ୍ୟରୁ ସମୟ ବାହାର କରି ନିଜ ପାଇଁ ତଥା ନିଜ ପରିବାର ପାଇଁ କିଛି ସମୟ ବାହାର କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆଗ ଅପେକ୍ଷା ଭଲ ଲାଭ ମିଳିବ । ସ୍ଵାସ୍ଥବସ୍ତାରେ ଉନ୍ନତି ଆସିବ । ଚାକିରୀ ପାଇଁ ଭଲ ପ୍ରସ୍ତାବ ଆସିପାରେ । ପ୍ରେମ ମାମଲାରେ କିଛି ନୂଆ ମୋଡ ଆସିବ । ଘରେ ନିଜର ପ୍ରେମ ବିବାହକୁ ନେଇ କିଛି ପ୍ରସ୍ତାବ ରଖିପାରନ୍ତି ।

କୁମ୍ଭ ରାଶି ;- ପ୍ରେମ ଜୀବନ ମଧୁରମୟ ରହିବ । ବାହା ହୋଇଥିବା ଦମ୍ପତି କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କିଛି ସନ୍ଦେହ ଉପୁଜି ପାରେ । ବ୍ୟବସାୟରେ ଆଶା ଠାରୁ ଲାଭ କମ୍ ଆସିବ । ଆପଣଙ୍କୁ କିଛି ନୂଆ ଯୋଜନା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଆସିପାରେ । ନିଜର ମୂଲ୍ୟବାନ ସମୟ ମଧ୍ୟରୁ ସମୟ ବାହାର କରି ଭଗବାନଙ୍କ ପାଇଁ କିଛି ସମୟ ନିଶ୍ଚୟ ଦିଅନ୍ତୁ ।

ମୀନ ରାଶି ;- କୌଣସି କଥାକୁ ନେଇ ମନରେ ଥିବା ବହୁତ ବଡ ଚିନ୍ତା ଆଜି ଦୂର ହେବ । ନିଜର ମାଆଙ୍କ ସ୍ଵାସ୍ଥବସ୍ତାକୁ ନେଇ ଆପଣ ଟିକେ ଅଧିକ ଚିନ୍ତାରେ ପଡି ଯାଇ ପାରନ୍ତି । ସାଙ୍ଗସାଥିଙ୍କ ସହ ବାହାରକୁ ବୁଲିଯିବାର ଯୋଗ ରହିଛି । କିମ୍ବା ଘରକୁ କେହି ଅତିଥି ଆସିବେ । ବ୍ୟବସାୟରେ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ମାନ ସମ୍ମାନ ସମାଜରେ ବୃଦ୍ଧି ପାଇବ । ପୁରୁଣା ପ୍ରେମ ସମ୍ପର୍କକୁ ନେଇ ମନରେ କିଛି ବି ଚିନ୍ତାଧାରା ଉଙ୍କି ମରିପାରେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ ତେ କରିବା ପାଇଁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।