ମୋ ବଡବାପା ଚାଲିଗଲେ, ତାଙ୍କର ଶେଷ ଦର୍ଶନ କରିବାକୁ ଆସିଲେ ନାହିଁ, ଏ କେଉଁ ସାବିତ୍ରୀ… ଏମିତି କହିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବୈବାହିକ ଜୀବନକୁ ନେଇ ତର୍କ ବିତର୍କ ଚାଲିଛି । କୋର୍ଟରେ ଦୁହିଙ୍କର କେସ ଚାଲିଥିଲେ ବି ଆଜି ଯାଏଁ ଛାଡପତ୍ର ହୋଇପାରି ନାହିଁ ।

ଗତ ଦୁଇ ଦିନ ତଳେ ବର୍ଷା ସାବିତ୍ରୀ ବ୍ରତ ରଖିଥିଲେ ଆଉ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହାକୁ ନେଇ ଅନୁଭବ ଏକ ପୋଷ୍ଟ କରିଥିଲେ । ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ଅନୁଭବ ଗଣମାଧ୍ୟମରେ ବୟାନ ଦେଇଛନ୍ତି କି “ଯିଏ ନିଜଉ ସାବିତ୍ରୀ ବୋଲି କହୁଛନ୍ତି ସେ ତାଙ୍କର ସବା ବଡ ଶ୍ବଶୁରଙ୍କୁ ଶେଷ ସମୟରେ ଦେଖିବାକୁ ଆସିଲେ ନାହିଁ ବା ଜାଣି ନାହାନ୍ତି ସେ କେଉଁ ମେଡିକାଲରେ ଥିଲେ ।

ତାଙ୍କର ଶେଷ କର୍ମ ତାଙ୍କ ଘରୁ ଆରମ୍ଭ ହୋଇପାରିଲା ନାହିଁ । ସେଭଳି ସାବିତ୍ରୀ ମାନଙ୍କୁ ମୁଁ କେମିତି କହିବି ପ୍ରକୃତ ସାବିତ୍ରୀ ବୋଲି । ମୋ ପୋଷ୍ଟ ଦେଖି ଅନେକ ଲୋକ ନିଜର ମତ ଦେଇଛନ୍ତି । ଆଉ ସମସ୍ତେ ଏକମତ ହୋଇଛନ୍ତି । ମୁଁ ନାରୀ ଜାତିକୁ ଅସମ୍ମାନ କରି ନାହିଁ ।

ସାବିତ୍ରୀ ମା ଙ୍କୁ କେମିତି ଅସମ୍ମାନ କରିବି ଯେଉଁଠି ମୋ ମା ଙ୍କୁ ମୁଁ ଅସମ୍ମାନ କରି ନାହିଁ । ସୋସିଆଲ ମିଡିଆରେ ଆଜିକା ସମୟରେ ଫେକ ଆଇଡି ରହିଛି ଯେଉଁଠି ଦୁନିଆ ଜିନିଷ ହେଉଛି । ସମାଜରେ ପ୍ରକୃତ ସାବିତ୍ରୀ ବଞ୍ଚିଛନ୍ତି । କିନ୍ତୁ କିଛି ମାତ୍ରାରେ ଏମିତି ଅଛନ୍ତି ମିଛ ସାବିତ୍ରୀ ହେବାର ପରିଚୟ ଦେଉଛନ୍ତି ।

ସାବିତ୍ରୀ ମାଙ୍କ କଥା ଆମେ ପିଲାବେଳୁ ଗପରେ ଶୁଣିଛୁ । ଯେଉଁ ଫେକ ସାବିତ୍ରୀ ମାନେ ଅଛନ୍ତି ସେମାନେ ସିନ୍ଦୁର, ଶାଢୀ ପିନ୍ଧି ଫୋଟୋ ଉଠାଇ ସ୍ବାମୀଙ୍କୁ ଖରାପ ଭାଷାରେ ଗାଳି ଦେଉଛନ୍ତି । ନିଜ ସ୍ଵାମିକୁ କ୍ରୀମିନାଲ କହିବାକୁ ବି ନାରୀମାନେ ପଛାଉ ନାହାନ୍ତି ।

ଗୋଟେ ସ୍ଵାମୀ ନିଜ ପରିବାର ସହ ରହିବାକୁ କେମିତି ସଂଘର୍ଷ କରୁଛନ୍ତି ତାହା ବି ସାବିତ୍ରୀ ମାନେ ଜାଣିବା ଉଚିତ । ଜନସାଧାରଣ ବିଚାର କରିବା କଥା କି ମୁଁ ଯାହା କହିଛି ତାହା ଠିକ ନା ଭୁଲ । ଜଣେ ଷ୍ଟେ ଅର୍ଡର କୁ ଏଞ୍ଜୋଏ କରୁଥିଲେ ଏବଂ ଯଦି ୱୀଥଡ୍ର କରିବାର ଥିଲା କି ନାହିଁ ମୁଁ ଘର ଛାଡି ଦେଉଛି ଯାହା ଗଣମାଧ୍ୟମରେ ପ୍ରସାର ହୋଇଥିଲା ବହୁତ ଜୋରସୋର ରେ ।

ମୁଁ ବାସ ସତ କହୁଛି ବର୍ଷା ଙ୍କୁ ମୁଁ ଅସମ୍ମାନ କରୁ ନାହିଁ । କିନ୍ତୁ କୋର୍ଟ ପେପରରେ ଏମିତି କିଛି ଲେଖା ହୋଇନି । କୋଟ ପେପରରେ ଫର୍ଜରି ହୋଇଥିଲା ଯାହା ଧରା ପଡିଥିଲା । ଏବେ ପରିସ୍ଥିତି ଏମିତି କି ଯେଉଁ ଥରତେ ବଡବାପା ନାହାନ୍ତି ସେଠାରେ ମୋ ବାପା ଯିବାକୁ ରାଜି ହେଉ ନାହାନ୍ତି ।

ଯେଉଁଠି ପରିବାର ଲୋକେ ଏକାଠି ରହିବେ ସେଟା ହେଉଛି ଘର । ତେଣୁ ସମସ୍ତେ ଭଲ କରିବା ଉଚିତ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।