ଅନ୍ଧବିଶ୍ଵାସର ଜାଲରେ ଫସାଇ ଗୋଟିଏ ହିଁ ପରିବାରର ୫ ଭଉଣୀଙ୍କର କରିଲା ଯୌନ ଶୋଷଣ, ଗିରଫ୍ ହେଲା ଭୋଂଦୁ ବାବା

ମହାରାଷ୍ଟ୍ରର ପୁନେ ର ପିଂପରୀ ଚିଂଚଵଡରେ ପୋଲିସ ଭୋଂଦୁ ବାବା ନାମକ ଏକ ବ୍ୟକ୍ତିକୁ ଅନ୍ଧବିଶ୍ଵାସ ବାହାନାରେ ଭୟ ଦେଖାଇ ଗୋଟିଏ ହିଁ ପରିବାରର ୫ ଜଣ ଭଉଣୀକୁ ଯୌନ ଶୋଷଣ କରିବା ଆରୋପରେ ଗିରଫ୍ କରିଛନ୍ତି । ଏହି ୫ ଜଣ ଝିଅଙ୍କ ମଧ୍ୟରେ ୪ ଜଣ ଝିଅ ନାବାଳିକା ଅଟନ୍ତି । ପରିବାରର ଆରୋପ ଏହା ଅଟେ କି ଭୋଂଦୁ ବାବା ପ୍ରଥମେ ଆମର ପରିବାରକୁ ନିଜ କଥାର ଜାଲରେ ଫସାଇ କଳା ଜାଦୁର ଡର ଦେଖାଇଲା ଓ ପୁଣି କଳା ଯାଦୁରୁ ବଞ୍ଚିବା ପାଇଁ ଏକ ନଗ୍ନ ପୂଜା କରାଇବା ପାଇଁ ବି କହିଲା ।

ସୋମବାର ଦିନ ପରିବାରର ବଡ ଭଉଣୀ ଭୋଂଦୁ ବାବା ବିରୁଦ୍ଧରେ ପିଂପରୀ ପୋଲିସ ଷ୍ଟେସନରେ କେସ ଦେଇଥିଲା । ପୋଲିସ ଭୋଂଦୁ ବାବା ଉପରେ ପକ୍ସୋ ଆକ୍ଟ ଓ ମହାରାଷ୍ଟ୍ରର ୨୦୧୩ର କଳା ଯାଦୁ ଅଧିନିୟମ ସଂରକ୍ଷଣ ଅନୁସାରେ କେସ କରି ଗିରଫ୍ କରି ନେଇଛନ୍ତି । କହିଦେଉଛୁ କି ଭୋଂଦୁ ବାବାର ଅସଲ ନାମ ସୋମନାଥ କୈଲାସ ଚହ୍ଵାଣ ଅଟେ । ଭୋଂଦୁ ବାବା ମହାରାଷ୍ଟ୍ରର ରାୟଗଢ ଜିଲ୍ଲାର ନିବାସୀ ଅଟେ ।

ଭୋଂଦୁ ବାବାର ବୟସ ୩୨ ବର୍ଷ ଅଟେ । ପୀଡ଼ିତା ପରିବାର କହିଲେ, ଭୋଂଦୁ ବାବା ତାଙ୍କୁ କହିଲେ କି ଆପଣଙ୍କ ପରିବାର ଉପରେ କୌଣସି ମହିଳା ଜଣେ କଳାଯାଦୁ କରିଛନ୍ତି । ଏହି କାରଣରୁ ଆପଣଙ୍କ ପରିବାରକୁ ପୁତ୍ର ରତ୍ନ ପ୍ରାପ୍ତି ହେଉ ନାହିଁ । କଳାଯାଦୁ କରିଥିବା ମହିଳା ଆପଣଙ୍କ ସମ୍ପର୍କୀୟ ଅଟେ । କଳାଯାଦୁ କାରଣରୁ ପରିବାରରେ ଗୋଟିଏ ଝିଅର ଜୀବନ ଚାଲି ଯିବାର ବି ଭୟ ଅଛି ।

ଏତିକି ନୁହେଁ ଏହା ବି ଲୋଭ ଦେଲେ କି ଆପଣଙ୍କ ଘରେ ଗୁପ୍ତ ରତ୍ନ ଲୁଚି ଅଛି । ଭୋଂଦୁ ବାବାର ଏହି କଥାରେ ପରିବାର ଲୋକ ବହୁତ ଡରି ଗଲେ ଓ ସେହି କଳାଯାଦୁରୁ ମୁକ୍ତି ପାଇବା ପାଇଁ ଉପାୟ ବି ପଚାରିଲେ । ଏହି ଉପାୟ ଅନ୍ତର୍ଗତ ଭୋଂଦୁ ବାବା ସେମାନଙ୍କୁ ଏକ ନଗ୍ନ ପୂଜା କରିବାକୁ କହିଲା । ଅନ୍ୟ ପଟେ ପରିବାର ଲୋକମାନେ ବି ଭୋଂଦୁ ବାବାର କଥା ମାନିଗଲେ ।

ଏହା ପରେ ଭୋଂଦୁ ବାବା ନଗ୍ନ ପୂଜା କରିବା ପାଇଁ ପାଞ୍ଚ ଭଉଣୀକୁ ଗୋଟିଏ ରୁମକୁ ନେଇଗଲା ଓ ପୁଣି ବଡ ଭଉଣୀ ସହ ୩ ଥର ରେପ କରିଲା ଓ ଅନ୍ୟ ୪ ଭଉଣୀଙ୍କ ସହିତ ଅଶ୍ଲୀଳ ବ୍ୟବହାର କରିଲା । ଭୋଂଦୁ ବାବା ପରିବାରର ଏକ ବିବାହିତା ଝିଅ ସହିତ ନକଲି ବିବାହ ବି କରିଲା । ଏହା ଛଡା ଭୋଂଦୁ ବାବା ପୂଜା କରିବା ପାଇଁ ପରିବାର ଠାରୁ ୩ ଲକ୍ଷ ୧୧ ହଜାର ଟଙ୍କା ବି ଠକି ନେଇଛି ।

କହିବାକୁ ଗଲେ ପୁନେ ରେ ଏହିଭଳି ମାମଲା କିଛି ନୂଆ ନୁହେଁ । ଏହା ପୂର୍ବରୁ ବି ଏହିଭଳି ମାମଲା ସାମ୍ନାକୁ ଆସିଛି । କିନ୍ତୁ ବର୍ତ୍ତମାନ ପୋଲିସ ସେହି ଭୋଂଦୁ ବାବାକୁ ଗିରଫ କରି ନେଇଛନ୍ତି ।