କଣ ଆପଣଙ୍କୁ ମଧ୍ୟ ମିଳିପାରିବ ଆୟୁଷ୍ମାନ ଭାରତ ଯୋଜନାର ଲାଭ, ଜାଣନ୍ତୁ କେମିତି ଜାଣିବେ

ଭାରତ ସରକାର ଜନତାଙ୍କ ସୁବିଧା ପାଇଁ ବହୁତ କିଛି ଲାଭଦାୟକ ସ୍କିମ ଆଣିଛନ୍ତି । ଏହପରି ଏକ ଲାଭ ଦାୟକ ଯୋଜନା ହେଉଛି ଆୟୁଷ୍ମାନ ଭାରତ ଯୋଜନା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ଵାରା ଦେଶର ୧୦ କୋଟି ପରିବାରଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ସୁବିଧା ମିଳିଥାଏ । ଏହି ଯୋଜନା ଦ୍ଵାରା ସାରା ଦେଶରେ ବର୍ତ୍ତମାନ ୭.୫୬ ଲକ୍ଷ ଲୋକଙ୍କୁ ଇ-କାର୍ଡର ସୁବିଧା ମିଳିସାରିଛି । ଏହି ସୁବିଧାର ଆପତ୍ତିକାଳୀନ ସ୍ଥିତିରେ ଲାଭ ଉଠାଇ ହେବ । ଏହି ସ୍କିମ ଅନୁଯାୟୀ ଆପଣ ଯେକୌଣସି ସରକାରୀ ହସ୍ପିଟାଲରେ ବା ପ୍ରାଇଭେଟ ହସ୍ପିଟାଲରେ ନିଜର ଚିକିତ୍ସା କରାଇପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣଙ୍କ ପରିବାର ମଧ୍ୟ ଏହି ଲିଷ୍ଟରେ ଆସିଥାଏ ତେବେ ଆପଣ ଆଜି ହିଁ ଯାଇ CSC କେନ୍ଦ୍ରରେ ନିଜ ଇ-କାର୍ଡକୁ ହାସଲ କରନ୍ତୁ । ଯଦି ଆପଣ ଏଥିପାଇଁ ଆବେଦନ କରିଛନ୍ତି ଓ ଏହାର ଷ୍ଟାଟସ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ତେବେ ଏହା ବହୁତ ସହଜରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଆପଣ କେମିତି ଜାଣିବେ କି ଆପଣ ଆୟୁଷ୍ମାନ ଭାରତ ଯୋଜନା ପାଇଁ ଲାଭାର୍ଥୀ ଅଛନ୍ତି ନା ନାହିଁ ।

ଆପଣଙ୍କୁ ସର୍ବ ପ୍ରଥମେ www.pmjay.gov.in ୱେବ ସାଇଟ କୁ ଯିବାକୁ ହେବ । ଏହି ପେଜରେ Am I eligible ର ବିକଳ୍ପକୁ ସିଲେକ୍ଟ କରନ୍ତୁ । ଏହାପରେ ଏକ ନୂଆ ପେଜ ଖୋଲିବ । ଏଠି ଆପଣଙ୍କୁ ନିଜ ମୋବାଇଲ ନମ୍ବର ଦେବାକୁ ହେବ । ଏହା ପରେ ଆପଣଙ୍କୁ କେପ୍ଚା କୋଡ ଦେବାକୁ ହେବ । କେପ୍ଚା କୋଡ ଦେବା ପରେ ଆପଣଙ୍କୁ ତଳେ ଦିଆଯାଇଥିବା Generate OTP ର ବିକଳ୍ପକୁ ସିଲେକ୍ଟ କରିବାକୁ ହେବ ।

ଏହା ପରେ ଆପଣଙ୍କ ମୋବାଇଲକୁ OTP ଯିବ, OTP ଦେବା ପରେ ଆପଣଙ୍କୁ ତଳେ ଦିଆଯାଇଥିବା ଡାଟା ପଲିସି ରେ ଚେକ କରିବାକୁ ହେବ । ଏହା ପରେ ସାମ୍ନାରେ ଏକ ନୂଆ ପେଜ ଖୋଲିଯିବ । ଏଠି ଆପଣଙ୍କ ପାଖରେ Select Stateର ବିକଳ୍ପ ଥିବ । ଏହାକୁ ଦେଖି ଆପଣ ନିଜ ରାଜ୍ୟକୁ ବାଛିବେ । ଏହାପରେ ଆପଣଙ୍କୁ କାଟାଗୋରୀ ବାଛିବାକୁ ହେବ । ଆପଣ ଏଥିରେ ଆପଣଙ୍କ ରେଜଲ୍ଟ ଦେଖିପାରିବେ । ଏଥିରେ ନାମ, HHD ନମ୍ବର, ରାସନ କାର୍ଡ ନମ୍ବର ଓ ମୋବାଇଲ ନମ୍ବର ର ବିକଳ୍ପ ଥିବ ।