ଅଣ୍ଡା ଖାଇବା କଣ ପାପ କି ? ଦେଖନ୍ତୁ ଏନେଇ କଣ କୁହେ ଆମ ଧର୍ମଗ୍ରନ୍ଥ- Geeta Gyana

ଅଣ୍ଡା ଏକ ପୁଷ୍ଟିକର ଖାଦ୍ଯ । ଛୋଟରୁ ନେଇ ବଡ ଯାଏଁ ସଭିଏଁ ଅଣ୍ଡା ଖାଇବାକୁ ଖୁବ ଭଲ ପାଇଥାନ୍ତି । ଅନେକ ଲୋକ ମାଂସ ନ ଖାଉଥିଲେ ମଧ୍ୟ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅଣ୍ଡା ଖାଇବାକୁ ନେଇ ଆମ ଧର୍ମଗ୍ରନ୍ଥରେ କିଛି କଥା ଉଲ୍ଲେଖ ରହିଛି । ଅଣ୍ଡା ଖାଇବା ଦ୍ଵାରା ଆପଣ ପାପର ଭାଗୀଦାର ହେଉ ନାହାନ୍ତି ତ ? ତେବେ ଚାଲନ୍ତୁ ଜାଣିବା ଏନେଇ କଣ କୁହେ ଆମ ଧର୍ମ ଗ୍ରନ୍ଥ । ଆମ ଖାଦ୍ୟପେୟର ଆମ ଚିନ୍ତା ବିଚାର ଉପରେ ମଧ୍ୟ ଖୁବ ପ୍ରଭାବ ପଡିଥାଏ ।

ସେଥିପାଇଁ ଗୁରୁଜନ ମାନେ କୁହନ୍ତି କି ଯେମିତି ଖାଇବା ଅନ୍ନ, ସେମିତି ରହିବ ମନ । କିଛି ଲୋକମାନେ ଅଣ୍ଡାକୁ ଶାକାହାରୀ ଶ୍ରେଣୀର ମାନୁଥିଲେ ମଧ୍ୟ ଧାର୍ମିକ ଦୃଷ୍ଟିରୁ ଦେଖିଲେ ଅଣ୍ଡା ଏକ ମାଂସାହାରୀ ଖାଦ୍ଯ । ଶ୍ରୀମଦ ଭାଗବତର ୧୭ ଅଧ୍ୟାୟରେ ଆହାରକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା- ସ୍ଵାତ୍ତ୍ଵିକ, ରାଜସିକ ଏବଂ ତାମସିକ । ସାତ୍ତ୍ଵିକ ଖାଦ୍ଯ ଖାଇଲେ ଶରୀର ଏବଂ ମନ ଶାନ୍ତ ରହିବା ସହ ଫୁର୍ତ୍ତି ମଧ୍ୟ ରହିଥାଏ ।

ସେହିପରି ଅନେକ ସମୟରେ ତାମସିକ ଖାଦ୍ଯ ଆମ ଶରୀର ପାଇଁ ଭଲ ହୋଇଥିଲେ ମଧ୍ୟ ଏହା ସେବନ କରିବା ଦ୍ଵାରା ଉତ୍ତେଜନା, କ୍ରୋଧ ଓ ଚିଡଚିଡାପଣ ଆଦି ଦେଖା ଦେଇଥାଏ । ଶାସ୍ତ୍ର ଅନୁସାରେ ଭ୍ରୁଣ ଭୋଜନ କରିବା ଏକ ମହାପାପ ଅଟେ । କାରଣ ଏହା ଦ୍ଵାରା ଗୋଟିଏ ଜୀବନ ଧରାପୃଷ୍ଠକୁ ଆସିବା ଆଗରୁ ମରିଯାଏ । ସେହି ପ୍ରକାର ଅଣ୍ଡା ମଧ୍ୟ ଏକ ଭ୍ରୁଣ ଅଟେ । ଅନେକ ଚିନ୍ତା କରନ୍ତି କି ଅଣ୍ଡା ଭୋଜନ କରିବା କୌଣସି ଭୁଲ ନୁହେଁ । କିନ୍ତୁ ଧାର୍ମିକ ଦୃଷ୍ଟିରୁ ତାହା ଭୁଲ ହୋଇଥାଏ ।

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଅଣ୍ଡାକୁ ଆହାର ରୂପେ ଗ୍ରହଣ କରିବା ପାପ ଅଟେ । ଆଉ ଏହି ପାପର ଫଳ ଆପଣଙ୍କୁ ପରଜନ୍ମରେ ଅବଶ୍ୟ ମିଳିଥାଏ । କାରଣ ଆମ କର୍ମର ଫଳ ଆମକୁ ଦିନେ ନ ଦିନେ ଭୋଗିବାକୁ ପଡେ । ହିନ୍ଦୁ ଧର୍ମରେ ଛୋଟରୁ ଛୋଟ ଜୀବ ମାରିବା ପାପ ଅଟେ । ଯଦି କେବେ ଭୁଲବଶତଃ ଆପଣଙ୍କ ଦ୍ଵାରା କୌଣସି ଛୋଟ ଜୀବ ମରିଯାଉଛି ତେବେ ଭଗବାନଙ୍କୁ ସ୍ମରଣ କରି ଭୁଲ ମାଗିବା ଉଚିତ । କାରଣ କାହାର ବି ଜୀବନ ନେବାର ଅଧିକାର ଆମର ନାହିଁ ।

ଅଣ୍ଡା ଛୁଆ ଜନ୍ମ ହେବାର ଏକ ପ୍ରକ୍ରିୟା ଅଟେ । କିନ୍ତୁ ଗୋଟିଏ ଜୀବନ ଧରାପୃଷ୍ଠକୁ ଆସିବା ଆଗରୁ ଆମେ ତାହା ଖାଇ ଦେଉଥାଉ । ଯାହାକୁ ଜୀବହତ୍ୟା ବୋଲି ମାନଯାଏ । ତେଣୁ ହିନ୍ଦୁଧର୍ମରେ ଅଣ୍ଡା ଖାଇବା ମଧ୍ୟ ପାପ ବୋଲି ମାନାଯାଏ । ଏହି ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।