ଦେଖନ୍ତୁ Video: ଭାଇରାଲ ବୟ Santanu ଙ୍କ କିଛି ମଜା ମଜା କଥା ଶୁଣିଲେ ଆପଣ ବି ହସି ହସି ଗଡିଯିବେ, ଶୁଣନ୍ତୁ ସେ କଣ କହୁଛନ୍ତି !

ଭାଇରାଲ ବୟ ସାନ୍ତନୁଙ୍କୁ ତ ଆପଣ ଜାଣିଥିବେ । ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ଏହି କୁନି କଳାକାର । ସିଦ୍ଧାର୍ଥ ଟିଭିରେ ପ୍ରସାରିତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର” ରେ ଏହି ପ୍ରତିଭାବାନ କୁନି କଳାକାରଙ୍କୁ ଦେଖିବାକୁ ମିଳୁଛି । ତାଙ୍କ ଗୀତ ସହ ମଜା ମଜା କଥା ଶୁଣିବାକୁ ଦର୍ଶକେ ଖୁବ ପସନ୍ଦ କରୁଛନ୍ତି । ସାନ୍ତନୁ କୁମାର ମହାନ୍ତି ଏବେ ଓଡିଶାର ଏକ ନୂଆ ଚର୍ଚ୍ଚିତ ଚେହେରା ପାଲଟି ଗଲେଣି । ତାଙ୍କ ଗୀତ ଏବଂ କମେଡି ସବୁ ଏବେ ସବୁ ଗଣମାଧ୍ୟମରେ ଘୁରି ବୁଲୁଛି ।

ଶୋ ବ୍ଯତୀତ ସାନ୍ତନୁଙ୍କୁ କିଛି ମିଡିଆ ସାକ୍ଷାତକାରରେ ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଠି ସାନ୍ତନୁଙ୍କ ମଜା ମଜା କଥା ଓ ତାଙ୍କ ଜୀବନ ବିଷୟରେ ଅନେକ କଥା ଜାଣିବାକୁ ମିଳୁଛି । ତେବେ ଏବେ କମ୍ ବୟସରୁ କିପରି ଏତେ ସବୁ ଗୀତର ଲିରିକ୍ସ ମନେ ରଖୁଛନ୍ତି ତାଙ୍କୁ ପଚରା ଯାଇଥିଲା । ସାନ୍ତନୁ କହିଥିଲେ କି ସେ ତ ପଢି ପାରନ୍ତିନି କିନ୍ତୁ ଗୀତକୁ ଶୁଣିଲେ ପ୍ରଥମେ ସ୍ଵର ମନେ ରଖିବାକୁ ଚେଷ୍ଟା କରନ୍ତି ଓ ତା’ପରେ ଗୀତ ଶୁଣି ଶୁଣି ମନେ ରଖନ୍ତି ।

ମଜାରେ ସାନ୍ତନୁ କହିଥିଲେ କି ସେ ଗୀତକୁ ତାଙ୍କ କାନ ମଧ୍ୟରେ ରେକଡିଂ କରି ଦିଅନ୍ତି । ଗୀତ ଗାଇବା ସମୟରେ ସାନ୍ତନୁ ମଞ୍ଚ ଉପରେ ଡାନ୍ସ କରୁଥିବାର ଏବଂ ଅଭିନୟ କରୁଥିବାର ମଧ୍ୟ ଆପଣ ଦେଖୁଥିବେ । ତେବେ ସାନ୍ତନୁ ଗୀତ ସହ ଡାନ୍ସ ଏବଂ ଅଭିନୟରେ ମଧ୍ୟ ରୁଚି ରଖନ୍ତି । ଏହା ପୂର୍ବରୁ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଅନ୍ୟ ଏକ ରିୟାଲିଟି ଶୋ “ଓଡିଶାର ବେଷ୍ଟ ଡ୍ରାମେବାଜ” ରେ ମଧ୍ୟ ସେ ଭାଗ ନେଇଥିଲେ ।

ସାକ୍ଷାତକାରରେ ତାଙ୍କୁ ଏକ ଟପିକ ଦିଆ ଯାଇଥିଲା ଅଭିନୟ କରି ଦେଖାଇବା ପାଇଁ । ତାଙ୍କର ମ୍ୟାଗି ଖାଇବାକୁ ଇଚ୍ଛା କିନ୍ତୁ ତାଙ୍କ ମାଆ ତାଙ୍କୁ ସେଥିପାଇଁ ବାରାଁ କରୁଛନ୍ତି । ଏପରି ସ୍ଥିତିରେ ସେ କେମିତି ଅଭିନୟ କରିବେ ? ସାନ୍ତନୁ ଏକଦମ କାନ୍ଦିକି ଗଡି ଯାଇଥିଲେ । ଛୋଟପିଲା ଯେମିତି ଜିଦି କରନ୍ତି ତାହା କରି ଦେଖାଇଥିଲେ । ସାନ୍ତନୁଙ୍କୁ ପଚରା ଯାଇଥିଲା କି ସେ ଘରେ ଖୁବ ଦୁଷ୍ଟ ହୁଅନ୍ତି କି ଏବଂ ମାଆଙ୍କୁ ଏମିତି ହଇରାଣ କରନ୍ତି କି ନାହିଁ ?

ତେବେ ସାନ୍ତନୁ କହିଥିଲେ କି ହାଁ ସେ କେବେକେବେ ମା’ଙ୍କୁ ହଇରାଣ କରନ୍ତି । କିନ୍ତୁ ସେ ନନଭେଜ ପିଲା ନୁହନ୍ତି ଏକଦମ ସାଦା ପିଲା । ଅର୍ଥାତ ସେ ଖରାପ ବ ଦୁଷ୍ଟ ପିଲା ନୁହନ୍ତି ବରଂ ଭଲ ପିଲା ଅଟନ୍ତି । ତେବେ ଆପଣଙ୍କୁ ସାନ୍ତନୁଙ୍କ ମଜା ମଜା କଥା ଶୁଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।