ଅମର ସିଂହ RSSକୁ ଏତେ କୋଟି ଟଙ୍କାର ପୁସ୍ତେନୀ ସମ୍ପତି କରିଦେଲେ ଦାନ, ବୁଲେଟପୃଫ ଘର ବି ଅଛି ଏଥିରେ ସାମିଲ ଓ ଏହା ସହିତ…

ରାଜ୍ୟସଭାର ସଦସ୍ୟ ଅମର ସିଂହ ନିଜର ସମ୍ପତିକୁ ରାଷ୍ଟ୍ରୀୟ ସ୍ୱଯଂସେବକ ସଂଘ RSS ସହିତ ଜଡିତ ସଂଗଠନକୁ ଦାନ କରି ଦେଇଛନ୍ତି । ଅମର ସିଂହଙ୍କର ଏହି ସମ୍ପତି ଆଜମଗଢର ଲାଲଗଞ୍ଜର ତହସିଲର କ୍ଷେତ୍ରରେ ଅବସ୍ଥିତ । ସେ ପାଖାପାଖି ୩ କୋଟି ଟଙ୍କାର ଘର ଏବଂ ଜମିକୁ ସଂଘର ଅନୁଷାଙ୍ଗିକ ସଂଗଠନ ରାଷ୍ଟ୍ରୀୟ ସେବା ଭାରତୀଙ୍କୁ ଦାନ କରି ଦେଇଛନ୍ତି ।

ସେ ପ୍ରଥମେ ତହସିଲ ଲାଲଗଞ୍ଜ ଉପ ନିବନ୍ଧନ କାର୍ଯ୍ୟଳୟକୁ ଯାଇଥିଲେ ଏବଂ ନିଜର ସମ୍ପତିକୁ ରେଜିସ୍ଟ୍ରୀ ସେବା ଭାରତୀ ନାମରେ କରିଦେଲେ । ଯେଉଁ ସମ୍ପତି ରାଷ୍ଟ୍ରୀୟ ସେବା ଭାରତୀକୁ ଦେଲେ ସେଥିରେ ତରୱାଂ ଗ୍ରାମର ସ୍ଥିତ ତାଙ୍କର ପାରିବାରିକ ବଙ୍ଗଳା ଏବଂ ୧୦ ବିଘା ଚାଷ ଜମି ବି ସାମିଲ ଅଛି ।

ବୁଲେଟପ୍ରୁଫ ଘର ବି ଦେଲେ ଦାନ

ଉପନିଂବଧକ ସୁନୀଲ କୁମାର ଏହି କଥାର ସୂଚନା ଦେଇ କହିଲେ କି ଅମର ସିଂହଙ୍କର ସମ୍ପତି ୨ କୋଟି ୯୧ ଲକ୍ଷ ୫୫ ହଜାର ଟଙ୍କା ମପା ଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ରଜିସ୍ଟ୍ରୀରେ ୧୪ ଲକ୍ଷ ଟଙ୍କା ୫୯ ହଜାର ୨୦ ଟଙ୍କାର ଷ୍ଟାମ୍ପ ପେପର ଲଗାଇ ନାମକୁ ଟ୍ରାନ୍ସଫର କରା ଯାଇଥିଲା । ସମ୍ପତିର ଦାନ ଦେଇ ଆମର ସିଂହ କହିଲେ କି ସେ ସେବା ଭାରତୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି କାରଣ ସେବା ଭାରତୀୟ ମୋର ସମର୍ପଣକୁ ସ୍ଵୀକାର କରିଛନ୍ତି ।

ସେ କହିଛନ୍ତି କି ମୋତେ ନିଜର ମାତା ପିତାଙ୍କର ନାମକୁ ଅନନ୍ତକାଳ ପର୍ଯ୍ୟନ୍ତ ଅମର ରଖିବାକୁ ଅବସର ମିଳିଲା ।

କେବଳ ଏତିକି ନୁହେଁ ଅମର ସିଂହଙ୍କ ଘରେ ବୁଲେଟ ପ୍ରୁଫ ଝରକା ଏବଂ ଲିଫ୍ଟ ବି ଲାଗିଥିଲା । ଅମର ସିଂହ କହିଛନ୍ତି କି ଆଜମଗଢର ମାଟି ମୌଲାନା ଶିବଲୀ, ରାହୁଲ ସାଂକୃତ୍ଯାଯନ ଏବଂ କୈଫୀ ଆଜମୀଙ୍କ ଭଳି ଲୋକମାନଙ୍କର ମାଟି ଅଟେ । କିନ୍ତୁ ବର୍ତ୍ତମାନ ସେଠି ଧର୍ମ ଏବଂ ରାଜନୀତିର ଖରାପ ଖେଳ ହେଉଛି । ଅମର ସିଂହଙ୍କର ଏହି ପଦକ୍ଷେପର ବହୁତ ପ୍ରଶଂସା କରାଯାଉଛି ଏବଂ ସୋସିୟାଲ ମିଡିୟାରେ ଏହାର ବହୁତ ଚର୍ଚା ବି କରାଯାଉଛି ।

ସେନାଙ୍କୁ କରିଦିଅ ଆଜାଦ

ଅମର ସିଂହ ପୁଲୱାମା ଆକ୍ରମଣ ଉପରେ ବି ନିଜର ବିଚାର ରଖିଲେ । ସେ କହିଲେ କି ମୋଦୀ ସରକାର ସେନାଙ୍କୁ ଖୋଲା ଛାଡି ପୁରା ଠିକ କାମ କରିଛନ୍ତି । ପ୍ରଥେମ ସେନାଙ୍କୁ ଗୋଟିଏ ବି ଗୁଳି ଚଳାଇବା ପାଇଁ ଆଦେଶର ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହିଭଳି ନୁହେଁ । ଏହା ଦ୍ଵାରା ଅମର ଯବାନମାନେ ଶତ୍ରୁମାନଙ୍କର ସଫା କରି ପାରିବେ ।

ଯଦି ଆପଣଙ୍କୁ ଏହି ଆର୍ଟିକୀଲ ଭଲ ଲାଗିଥାଏ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।